ହେଡଲାଇନସ୍:

ଶେଷରେ ନ୍ୟାୟ ପାଇଲା ନୀରିହ ଝିଅଟି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ତ୍ରୁଟି ସୁଧାରିଲେ ହଷ୍ଟେଲ କର୍ତ୍ତୃପକ୍ଷ 

ରୋଗର ଚିକିତ୍ସା ହେଲା, ସ୍କୁଲକୁ ଫେରିଲା ନିରୀହ ବାଳିକା 

ବରଗଡ / ଭୁବନେଶ୍ୱର : କିଛି ଦିନ ତଳେ ରେଢ଼ାଖୋଲ ବ୍ଲକ ମହୁଲମୁଣ୍ଡାର ଅରକ୍ଷିତ ମୁଣ୍ଡାଙ୍କୁ ସରକାରୀ ଆବାସ, ଆଉ ଜଣେ ୮୦ ବର୍ଷର ବରିଷ୍ଠ ନାଗରିକଙ୍କୁ ବର୍ଧ୍ୱକ୍ୟ ଭତ୍ତା ପ୍ରଦାନ କରିବାରେ ଆମେ " ଶାସକ ପ୍ରଶାସକ" ପ୍ରଶାସନ ଓ ହିତାଧିକାରୀଙ୍କ ଭିତରେ ସେତୁ ସାଜି ସଫଳ ହୋଇଥିଲୁ | ଆଉ ଆଜି ବି ସେମିତି ଏକ ନିରୀହ ବାଳିକାକୁ ସାହାଯ୍ୟ କରିବାରେ " ଶାସକ ପ୍ରଶାସକ" ଯେଉଁ ଛୋଟିଆ ଉଦ୍ୟମ କରିଥିଲା, ତାହା ବି ସଫଳ ହୋଇଛି | ଆଉ ଏହା ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଆଉ କନ୍ଧମାଳ ଜିଲ୍ଲାପାଳଙ୍କ ସମୟଚିତ ପଦକ୍ଷେପ ଯୋଗୁ | 

 ଗତ ଅଗଷ୍ଟ ମାସରେ "ଚିକିତ୍ସ ପାଇଁ ଅର୍ଥ ସାଜିଛି ବାଧକ, ଭଉଣୀର ଚିକିତ୍ସା ପାଇଁ ଦାଦନ ଯାଇଛି ଭାଇ" ଖବର ଶାସକ ପ୍ରଶାସକ ୱେବ ପୋର୍ଟାଲରେ  ପାଇବା ପରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ମହିଳା  ସମାଜ ସେବି ଦୀପା ବାରିକ ଟ୍ୱିଟ କରି କନ୍ଧମାଳ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଉକ୍ତ ବାଳିକାକୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ଅନୁରୋଧ କରିଥିଲେ ।  ଆଉ ଆବଶ୍ୟକ ପଦଖେପ ନେବା ପରେ ଜିଲ୍ଲାପାଳ କନ୍ଧମାଳ ଟୁଇଟ କରି ଜଣାଇଛନ୍ତି  ଯେ ସଂପୃକ୍ତ ବାଳିକାଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଚିକିତ୍ସା କରାଯାଇଛି ଓ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି | ଆଉ ସେ ଏବେ ସ୍କୁଲକୁ ଫେରିଛନ୍ତି | ସୂଚନାଯୋଗ୍ୟ ହେ କିଛି ଅଜଣା ରୋଗ ହୋଇଥିବା କାରଣରୁ ତାହାର ଚିକିତ୍ସା ନକରାଇ ସ୍କୁଲ ହଷ୍ଟେଲ କର୍ତ୍ତୃପକ୍ଷ ଗରିବ ଝିଅଟିକୁ ସ୍କୁଲ ହଷ୍ଟେଲରୁ ତା ପରିବାର ଲୋକଙ୍କୁ ଡକାଇ ବିଦା କରିଦେଇଥିଲେ | ଏପରି ଅନ୍ୟାୟ ବିଷୟରେ ଆମେ ଉଲ୍ଲେଖ କରିଥିଲୁ  ଆମ ପୋର୍ଟାଲରେ | ଆଉ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ସହ ଗତ କାଲି କନ୍ଧମାଳ ଜ଼ିଲ୍ଲାପାଳ ଛାତ୍ରୀଙ୍କ ଚିକିତ୍ସା କରାଯିବା ସହ ଛାତ୍ରୀ ଜଣକ ହଷ୍ଟେଲରେ ଥିବା ଟ୍ୱିଟ ମାଧ୍ୟମରେ ଦୀପା ବାରିକଙ୍କୁ  ସୂଚନା ଦେଇ ଛନ୍ତି |  ଖବର ପଢ଼ି ଜଣେ ଗରିବ ଆଦିବାସୀ ଛାତ୍ରୀଙ୍କ ପାଇଁ ଟ୍ୱିଟ କରିଥିବା ସମାଜ ସେବି ଦୀପା ବାରିକ କୃତଜ୍ଞତା ଜଣାଇ ବା ସହ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, କନ୍ଧମାଳ ଜ଼ିଲ୍ଲାପାଳଙ୍କୁ ଶାସକ ପ୍ରଶାସକ ପରିବାର ପକ୍ଷରୁ ଧନ୍ୟବାଦ ଜଣାଉଛୁ ।

0
0
0
s2sdefault