ହେଡଲାଇନସ୍:

ରାଉଲକେଲା ରେ ୨ୟ ଜାତୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ : ପାରଳାରୁ ଗୁରୁ ରଘୁନାଥ ପାତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ୨ୟ ଜାତୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ  ଗତକାଲି  ରାଉରକେଲା ସ୍ଥିତ ମାଁ  ବାଟ ମଙ୍ଗଳା କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ଉଦ୍ ଘାଟିତ ହୋଇଥିଲା । 

    ଏହି ସମାରୋହ କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ହିମାଂଶୁ ଶେଖର ବେହେରା  ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ ।

   ଅନ୍ୟତମ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ରାଇରାଖୋଲ ଉପ- ଜିଲ୍ଲାପାଳ  ବିଷିକେଶନ ଦେହୁରୀ , ଡେପୁଟି କମିଶନର (ଆରଏମସି)  ସୀତା ଦେବୀ ମାଝି , ଡାଃ ରାମହରି ଦାସ , ଶିଳ୍ପପତି ଅତୁଲ ଗର୍ଗ , ବିଏସଏନଏଲ. ସାଧାରଣ ପରିଚାଳକ ଗୁରୁଦାସ ମେହେର , ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ଏବଂ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ରାଜ କିଶୋର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ ।

    ଉଦଘାଟନୀ ଉତ୍ସବର ସଭା କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ଅତିଥି ଭାବେ ଯୋଗଦେଇ ଶାସ୍ତ୍ରୀୟ ସଂଗୀତର ଉପାଦେୟ ଓ ମନୁଷ୍ୟ ଉପରେ  ତାର ପଡୁଥିବା ବିଭିନ୍ନ ରାଗ-ରାଗିଣୀର ପ୍ରଭାବ ସମ୍ପର୍କରେ ବୁଝାଇଥିଲେ ।

   ସଭା କାର୍ଯ୍ୟକ୍ରମ ପରେ ପରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପାରଳାଖେମୁଣ୍ଡିର ଗୁରୁ ରଘୁନାଥ ପାତ୍ର  କଳହଂସ ଭକ୍ତକବି ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ରଚନା ପଦ୍ୟାବଳି  ରୁ ରାଗ ଦେଶ୍ ଓ ପରେ ପରେ ରାଗ ପନ୍ତୁ ବରାଡି ଦୀର୍ଘ ସମୟ ଧରି ଚିତ୍ତାକର୍ଷକ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତା ମାନଙ୍କ ମନକୁ ମନ୍ତ୍ରମୁଗ୍ଧ  କରି ପକାଇଥିଲେ ।

    ଏହି ଶାସ୍ତ୍ରୀୟ  ସଙ୍ଗୀତ ସମାରୋହରେ ଭାରତର ବିଭିନ୍ନ ରାଜ୍ୟର ଯଥା ଓଡିଶା ସମେତ ଉତ୍ତର ପ୍ରଦେଶ , ରାଜସ୍ଥାନ , ପଶ୍ଚିମବଙ୍ଗ , ତାମିଲନାଡୁ  ଓ ଆନ୍ଧ୍ର ପ୍ରଦେଶ ପ୍ରଭୃତି ରାଜ୍ୟ ଅଞ୍ଚଳ ରୁ ପ୍ରାୟ ୫୦ ରୁ ଅଧିକ ପ୍ରତିଷ୍ଠିତ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଯୋଗଦେଇ ନିଜ ନିଜର ନିପୁଣ କଳା ପ୍ରଦର୍ଶନ କରିଥିଲେ ।

    ଦୀର୍ଘ ୧୨ ଘଣ୍ଟା ଧରି ଚାଲିଥିବା ଏହି ସଙ୍ଗୀତ ସମାରୋହ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ , ରାଉରକେଲାର ଜୟଦେବ କଳା ବିକାଶ କେନ୍ଦ୍ର ଓ ଜଗଦା ସାଂସ୍କୃତିକ କେନ୍ଦ୍ର,ରାଉଲକେଲା।

0
0
0
s2sdefault