ହେଡଲାଇନସ୍:

ଡେଙ୍ଗୁ ଜ୍ୱର ଆତଙ୍କ : ଜଣେ ରୋଗୀ ଚିହ୍ନଟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଗୋଷଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଗ୍ରାମରେ ଏହି ରୋଗ ପ୍ରତି ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଛି । ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀ ଜଣେ ଆଶାକର୍ମୀ ଏବଂ ସେ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

     ସେହିଭଳି ଅନେକ ଲୋକ ବର୍ତ୍ତମାନ ମଧ୍ୟ  ଜ୍ବରରେ ଆକ୍ରାନ୍ତ ହୋଇ ଡେଙ୍ଗୁ ଜ୍ୱର ସନ୍ଦେହରେ  ସେମାନେ ପାରଳାଖେମୁଣ୍ଡି ,  ବ୍ରହ୍ମପୁର , ଆନ୍ଧ୍ରର ଶ୍ରୀକାକୁଲମ ଓ ବିଶାଖାପାଟଣା ପ୍ରଭୃତି ଠାରେ ଥିବା ଡାକ୍ତରଖାନାରେ ଚିକିତ୍ସା ହେଉଥିବା  ଏବଂ  ମୁଖ୍ୟତଃ ବର୍ଷା ପାଣି ଦୀର୍ଘଦିନ ଧରି ନିଷ୍କାସନ ହୋଇ ନ ପାରି ଜମି ରହି ମଶାମାଛି ହେଉଥିବା ଯୋଗୁଁ ରୋଗ ହେଉଛି ଏବଂ ଏହି ଜ୍ୱର ହେଲେ ଏଠାରେ ଡାକ୍ତରଙ୍କୁ ଦେଖାଇଲେ ଠିକ ରହୁଛି କିନ୍ତୁ ବାହାରେ ଦେଖାଇଲେ ମ୍ୟାଲେରିଆ ବାହାରୁଛି ବୋଲି ଗ୍ରାମବାସୀ ଅଭିଯୋଗରେ କହିଛନ୍ତି । 

       ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ଗୁରାଣ୍ଡି ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଦଳ ବାଘଶାଳା ଗ୍ରାମରେ ପହଞ୍ଚି ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲି ଆକ୍ରାନ୍ତ କାରି ଏବଂ ଲୋକଙ୍କ ଚିକିତ୍ସା ଓ ରକ୍ତ ପରୀକ୍ଷା ପ୍ରଭୃତି କରି  ଔଷଧ ଦିଆଯାଉଛି ।  ଗୁରାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର  ଅନଙ୍ଗ ସୁଦନ ଭୂୟାଁ ଏବଂ ଆୟୁଷ ଡାକ୍ତର ସିମାଞ୍ଚଳ ପଣ୍ଡାଙ୍କ ସମେତ  ତାଙ୍କ ଦଳ  ଚିକିତ୍ସା ଓ ପରୀକ୍ଷା ସବୁ କରୁଛନ୍ତି ।

   ଗୋଷ୍ଠୀ ସ୍ବାସ୍ଥ୍ୟ ଶିକ୍ଷା ଅଧିକାରୀ ଗୀତାରାଣୀ ପାଣିଗ୍ରାହୀଙ୍କ ସମେତ ସ୍ବାସ୍ଥ୍ୟ ନିରୀକ୍ଷକ ପ୍ରମୋଦ ନାୟକ ଓ ଆର:ଈଶ୍ୱର ରାଓ , ସ୍ବାସ୍ଥ୍ୟ କର୍ମୀ ନାଗେଶ୍ଵର୍,  ପଟ୍ଟନାୟକ , ମାନସ ରଂଜନ ପଣ୍ଡା , ରଣଜିତ ଜେନା , ଉମେଶ ମହାଙ୍କୁଡ଼ , ଗଣେଶ ଜେନା , ଏସ. କିରା ବାବୁ , ଏଲଟି. ବିଜୟ ଚନ୍ଦ୍ର ବେହେରା ଏବଂ ବି.ଜଗଦମ୍ବା , ଆଶା  ଅଙ୍ଗନବାଡି ଓ ଏଏନଏମ . କର୍ମୀ ମାନେ ପ୍ରତ୍ୟେକ ସାହିର ଘର ଘର ବୁଲି ଲୋକଙ୍କୁ  ରୋଗ ଓ ଜ୍ୱର ସମ୍ପର୍କରେ ସଚେତନ  କରାଇ ସ୍ବାସ୍ଥ୍ୟ ଚିକିତ୍ସା ଓ ରକ୍ତ ପରୀକ୍ଷା ପାଈଁ ଖୋଲା ଯାଇଥିବା ଅସ୍ଥାୟୀ ଚିକିତ୍ସା ଶିବିର କେନ୍ଦ୍ରକୁ ପଠାଇଥିଲେ । ଅନ୍ୟ ପକ୍ଷରେ  ପ୍ରତ୍ୟେକ ଆଳିଆ- ଆବର୍ଜନା , ନାଳ-ନର୍ଦ୍ଦମା , ଏବଂ ପାଣି ଜମି ରହିଥିବା ସ୍ଥାନ ଓ କୂଅ ରେ ବ୍ଲିଚିଙ୍ଗ ପାଉଡର ପକାଇଥିଲେ । 

     ଏ ସମ୍ପର୍କରେ ଗ୍ରାମର ପିତାମ୍ବର ପ୍ରଧାନ କହିଛନ୍ତି ଯେ ନୂତନ କଂକ୍ରିଟ ରାସ୍ତା ଟିକିଏ ଉଚ୍ଚରେ କରାଯାଇଛି, ସେହି ମାତ୍ରାରେ ନାଳର କୌଣସି ବ୍ୟବସ୍ଥା ନ ଥିବା ଯୋଗୁଁ  ପାଣି  କେଉଁ ଆଡେ ଠିକ ଭାବେ ନିଷ୍କାସନ ହୋଇ ନ ପାରି ଦୀର୍ଘ ଦିନ ଧରି  ଜମି ରହିବା ଫଳରେ -ମଶା-ମାଛି ହୋଇ ଏଭଳି ପରିସ୍ଥିତି ଦେଖାଦେଇଛି ବୋଲି କହିଛନ୍ତି ।

     ଠିକ ଏହିଭଳି ପରିସ୍ଥିତି ଯୋଗୁଁ ଗ୍ରାମରେ ଜ୍ୱର ମ୍ୟାଲେରିଆ ଓ ଡେଙ୍ଗୁ ରୋଗ ହେଉଥିବା ଏବଂ ଖବର ପାଇ ସ୍ବାସ୍ଥ୍ୟ ବିଭାଗ ଦଳ ଗ୍ରାମରେ ପହଁଞ୍ଚି ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଗ୍ରାମର ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ପ୍ରଧାନ କହିଛନ୍ତି ।

    ଏ ସମ୍ପର୍କରେ ଡାକ୍ତର ଅନଙ୍ଗ ସୁଦନ ଭୂୟାଁ କହିଛନ୍ତି ଯେ ଏହି ଗ୍ରାମରେ ଜଣେ ମାତ୍ର ଡେଙ୍ଗୁ ପୋଜିଟିଭ ଥିବା ରୋଗୀ ଚିହ୍ନଟ ହୋଇ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଗ୍ରାମରେ ଡେଙ୍ଗୁ ସମେତ ମ୍ୟାଲେରିଆ ଜ୍ୱର ପ୍ରଭୃତି ଉପରେ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି।   ସଫା ସୁତୁରା  ପରିଷ୍କାର ପରିଚ୍ଛନ୍ନ , ମଶାରି ଭିତରେ ଶୋଇବା  ଏବଂ ବିଭିନ୍ନ ସତର୍କତା କିଭଳି  ହେବା ସେ ସମ୍ପର୍କରେ କହି ସେମାନଙ୍କୁ ସଚେତନ କରାଯାଉଛି । ମୁଖ୍ୟତଃ ବର୍ଷା ଦିନ , ସାହିର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ପାଣି ଜମି ରହୁଛି । ଫଳରେ ସେଠାରେ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢୁଛି ଏବଂ ଏଭଳି ରୋଗ ହେବାରେ ତାହା ସହାୟକ ହେଉଛି । ଗ୍ରାମରେ ବର୍ତ୍ତମାନ ୨ ଦିନ ହେଲାଣି ଅସ୍ଥାୟୀ ଚିକିତ୍ସା ଶିବିର ଚାଲିଛି । ଚିକିତ୍ସା ଓ ରକ୍ତ ପରୀକ୍ଷା ସବୁ କରାଯିବା ଔଷଧ ଦିଆଯାଇ ସଚେତନ କରାଯାଉଛି ।ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ।ଧିନ ରହିଛି ବୋଲି କହିଛନ୍ତି  ।

       ଏଡିଏମଓ. ଡାଃ ପ୍ରଦୀପ କୁମାର ପାତ୍ର ଏବଂ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଶିକ୍ଷା ଅଧିକାରୀ ସୁଧୀର କୁମାର ଜେନା ଏବଂ ଅନ୍ୟମାନେ ଗ୍ରାମରେ ପହଁଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

 

0
0
0
s2sdefault