ହେଡଲାଇନସ୍:

ଆଜି ଶେଷ ଖୁଦୁରୁକୁଣୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଯୁଗେ ଯୁଗେ ନାରୀର ମହାନତା ଅତୁଳନୀୟ । ସର୍ବଦା ସେ ଅନ୍ୟର ମଙ୍ଗଳ ପାଇଁ ନିଜକୁ ସମର୍ପି ଦେଇଥାଏ କହିଲେ ଅତିକ୍ତୁ ହେବନାହିଁ । ବହୁ ପୁରାକାଳର କଥା ବସ୍ତୁ ଖୁଦୁରୁକୁଣୀ ଓଷାରେ ସେହି ନାରୀର ମହାନତାହିଁ ଭରିରହିଛି । ପରମ୍ପରା ଆଧାରରେ ଭାଇ ତଥା ପରିବାରର ମଙ୍ଗଳ କାମନା କରି କୁଆଁରୀ ଝିଅମାନେ ଖୁଦୁରୁକୁଣୀ ଓଷା ପାଳନ କରିଥାନ୍ତି । ଆଜି ହେଉଛି ଖୁଦୁରୁକୁଣୀ ଓଷାର ଶେଷ ଦିବସ । ପ୍ରତି ରବିବାରଦିନ ସକାଳୁ ନିତ୍ୟକର୍ମ ସମାପନ ପରେ ସିଂହାସନକୁ ସାଜ ସଜା କରି ମାମଙ୍ଗଳାଙ୍କୁ  ବସାଇ ପୁରାଣ ବର୍ଣ୍ଣିତ ସାଧବ ଝିଅ ତଅପୋଇ କଥା ବସ୍ତୁର ଘଟଣା କ୍ରମକୁ ନେଇ ବିଭିନ୍ନ ଛବିକୁ ସେଠାରେ ସ୍ଥାପନା କରିଥାନ୍ତି । ଏବଂ  ଧୁପଦୀପ ଲଗାଇ କୁଆଂରୀ ଝିଅମାନେ ଖୁଦୁରୁକୁଣୀ ପୁରାଣ ପାଠ କରିଥାନ୍ତି । ପରେ ଖଇ, କାକ, କଦଳି ଇତ୍ୟାଦି ଫଳ ପୂଜା ନୈବେଦ୍ୟ ଅପ୍ରଣ କରି ମା’ଙ୍କ ସରଣାପନ୍ନ ହୋଇଥାନ୍ତିା । ଏବଂ ସାମାନ୍ୟ ପୂଜା ପ୍ରସାଦ ସେବନ କରି ସେମାନେ ଉପବାସ ରହିଥାନ୍ତି । ସନ୍ଧ୍ୟାରେ ଅନୁରୁପଭାବେ ପୂଜା ବିଧିବିଧାନ ହୋଇଥାଏ । ପୂଜା ସ୍ଥଳରେ ଦିହୁଡି ଲଗାଯାଏ । ବିଭିନ୍ନ ପ୍ରକାରର ବାଣ ମଧ୍ୟ ଫୁଟା ଯାଇଥାଏ । ପରଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଝିଅମାନେ ବୋଇତ ନେଇ ନଦୀ କିମ୍ବା ପୁସ୍କରିଣୀରେ ଭଷାଇ ଘରକୁ ଫରିବା ପରେ ସେହି ଦିନର ପର୍ବ ସମାପ୍ତ ହୋଇଥାଏ । ପୂର୍ବରୁ ଏହି ଉସôବକୁ ସାହି ସାହି ମଧ୍ୟରେ ପ୍ରତି ଯୋଗିତା ମୁଳକ ଭାବେ ପାଳନ କରାଯାଉଥିବା ବେଳେ ଆଜିକାଲି ଠାଏ ଠାଏ ଏହା ଦେଖିବାକୁ ମିଳୁଛି । ତେବେ ଗ୍ରାମାଂଚଳରେ ଖୁଦୁରୁକୁଣୀ ଆଶ୍ୱିନ ମାସର ଜହ୍ନି ଓଷା ଏବେବି ବଂଚି ରହିଥିବାର ଦେଖିବାକୁ ମିଳୁଛି । ଏହା ହେଉଛି ଆମ ସଂସ୍କୃତି ଆମ ପରମ୍ପରା ଏକ ନିଦର୍ଶନ । ଝିଅଟିଏ ନିଜକୁ ଅନ୍ୟମାନଙ୍କ ପାଇଁ ନିଶ୍ୱାର୍ଥପର ଭାବରରେ ତାର ତ୍ୟାଗର ଏଭଳି କେତେକ ନିଦର୍ଶନ କେବଳ ଭାରତ ବର୍ଷରେ ହିଁ ଦେଖିବାକୁ ମିଳିଥାଏ । ।  

0
0
0
s2sdefault