ହେଡଲାଇନସ୍:

ଆବାସିକ ବିଦ୍ୟାଳୟରେ ଶିଶୁଙ୍କ ନିରାପତ୍ତା ପ୍ରସଙ୍ଗ : ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ମଶାଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣୁପୁର ରୁ ସିଦ୍ଧାର୍ଥ ଦାଶ : ଜିଲ୍ଲା ପ୍ରଶାସନ, ରାୟଗଡ ର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆବାସିକ ବିଦ୍ୟାଳୟ ଗୁଡ଼ିକ ରେ ଶିଶୁ ମାନଙ୍କ ସୁରକ୍ଷା ଅ ନିରାପତ୍ତା କୁ ଗୁରୁତ୍ୱ ଦେବା ସହିତ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ଶୋଷଣ ନିରୋଧ ଆଇନ - ୨୦୧୨ କୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ଅ ଗଣଶିକ୍ଷା ବିଭାଗ , ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟ ଗୁଡ଼ିକ ରେ କାର୍ଯ୍ୟରତ ସୁପରିଟେଣ୍ଡେନ୍ଟ , ମାଟ୍ରନ୍ ଓ ଏ ଏନ ଏମ ମାନଙ୍କୁ ଏ ବିଷୟରେ ଦକ୍ଷ କରିବା ଓ ଆଇନ ଗୁଡ଼ିକ ବିଷୟ ରେ ଅବଗତ ହେବା ନିମନ୍ତେ ଏକ ଦିନିକିଆ ତାଲିମ ଶିବିର ଗୁଣପୁର ଟାଉନ ହଲ ଠାରେ ଆୟୋଜିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମ ରେ ରାୟଗଡ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୁଣୁପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ , ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋରାଚାନ୍ଦ ଗମାଙ୍ଗ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ନନ୍ଦଲାଲ୍ ବିଶ୍ୱାଳ , ଅନୁସୂଚିତ ଜନଜାତି ଓ ଜାତି ବିଭାଗ ର CI , DI ଏବଂ WEO ପ୍ରମୁଖ ଯୋଗ ଦେଇଥିଲେ । ଅନୁସୂଚିତ ଜନଜାତି ଓ ଜାତି ବିଭାଗ ର ରାଜ୍ୟ ତାଲିମ କେନ୍ଦ୍ର ର ପ୍ରକଳ୍ପ ପରିଚାଳକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ସାଧନ କର୍ମୀ ଭାବେ ଯୋଗ ଦେଇଥିଲେ । 

ଜିଲ୍ଲା ର ବିଭିନ୍ନ ଆବାସିକ ବିଦ୍ୟାଳୟ ରେ ରହି ପାଠ ପଢୁଥିବା କିଶୋର କିଶୋରୀ ମାନଙ୍କ ଯତ୍ନ ଓ ସୁରକ୍ଷା ତଥା ସେମାନଙ୍କୁ କିଭଳି ଭାବେ ଯୌନ ବ୍ୟଭିଚାର ରୁ ସୁରକ୍ଷା ଦିଆଯାଇପାରିବ ସେହି ଉଦ୍ଦେଶ୍ୟ ନେଇ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରକାଶ ଥାଉକି ରାୟଗଡ ଜିଲ୍ଲା ରେ ସର୍ବମୋଟ ୧୫୪ ଆବାସିକ ବିଦ୍ୟାଳୟ ରେ ବିଭିନ୍ନ ପଦ ପଦବୀ ରେ ୫୮୬ ଜଣ କର୍ମକର୍ତ୍ତା ନିୟୋଜିତ ହୋଇଥିବା ବେଳେ ବିଭିନ୍ନ ବିଦ୍ୟାଳୟ ରେ ସର୍ବମୋଟ ୬୪,୦୦୦ ଶିଶୁ ଅଧ୍ୟୟନ କରୁଛନ୍ତି ।

ଆଗାମୀ ଦିନ ରେ ରାଜ୍ୟ ରେ ରାୟଗଡ ଜିଲ୍ଲା ଉଦାହରଣ ସୃଷ୍ଟି କରିବା ଉଦ୍ଧେଶ୍ୟ ରେ ଜିଲ୍ଲା ପ୍ରଶାସନ ଆଗକୁ ବଢିଚାଲିଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଏହାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।

0
0
0
s2sdefault