ହେଡଲାଇନସ୍:

ଆଦିତ୍ୟ ହେବେ ମୁଖ୍ୟ ନିର୍ବାଚନ କମିଶନର, ମୁଖ୍ୟ ସଚିବ ହେବ କିଏ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବ ତାକୁ ନେଇ ଟଣାଓଟରା ଚାଲିଥିବା ବେଳେ ୟା ଭିତରେ ମୁଖ୍ୟ ଶାସନ ସଚିବ  ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନାମ ଚୂଡାନ୍ତ ହୋଇଯାଇଛି ନୂତନ ନିଯୁକ୍ତି ପାଇଁ | ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ  ।  ୧୯୮୩ ବ୍ୟାଚ ଆଇଏଏସ ଅଧିକାରୀ ଶ୍ରୀ ପାଢ଼ୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ୨୦୧୫ ମସିହା ନଭେମ୍ବର ୩୦ ତାରିଖରୁ ଅଦ୍ୟାବଧି କାୟରତ । ଶ୍ରୀ ପାଢ଼ୀଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ଅନୁମୋଦନ ପ୍ରଦାନ କରଛନ୍ତି । ଶ୍ରୀ ପାଢ଼ୀ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ପାଇବା ପରେ ପରବର୍ତି ମୁଖ୍ୟ ସଚିବ କିଏ ହେବ , ଅସିତ ତ୍ରିପାଠୀ ନା ସୁରେଶ ମହାପାତ୍ର ନା ଆଉ କେ କେହି, ସେ ନେଇ ପ୍ରଶାସନିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି |

0
0
0
s2sdefault