ହେଡଲାଇନସ୍:

ପ୍ରବଳ ବର୍ଷା ସତ୍ତ୍ୱେ 1105 ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଜିଲ୍ଲା ସାରା ପ୍ରବଳ ବର୍ଷ ।  ହେଲେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ପାଇକମାଲ ବ୍ଲକର ବୁକୁରାମୁଣ୍ଡା ଓ ଲାଖମରା ଠାରେ 6 ଟି ଗ୍ରାମ ପଞ୍ଚାୟତର 1105 ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ  ପ୍ରଦାନ କରାଯାଇଥିଲା । ଏହା ସହିତ ଉକ୍ତ ଅଂଚଳର 264 ଜଣଙ୍କୁ ମଧୁବାବୁ ପେନସନ ପ୍ରଦାନ କରାଯାଇଥିଲା । ପାଇକମାଲ ବ୍ଲକ ପ୍ରଶାସନ ଦ୍ୱାର ଆୟୋଜିତ ଦୁଇ ଗୋଟି ପୃଥକ ପୃଥକ ସଭାରେ ପଦ୍ମପୁରର  ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ହିତାଧିକାରୀ କାର୍ଯଦେଶ ବଣ୍ଟନ କରିବା ସହିତ ପେନସନ ପ୍ରଦାନ କରିଥିଲେ । ପାଇକମାଲ  ବିଡ଼ିଓ ସଦାଶିବ ନାୟକଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭା ଗୁଡିକରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , ସମସ୍ତ ସରପଂଚ ଉପସ୍ଥିତ ଥିଲେ । ପ୍ରବଳ ବର୍ଷା ସତ୍ତ୍ୱେ ସଭା ଗୁଡିକରେ ସମସ୍ତ ହିତାଧିକାରୀ ଉପସ୍ଥିତ ରହି କାର୍ଯଦେଶ ଗ୍ରହଣ କରିଥିବାରୁ ବିଡ଼ିଓ  ଶ୍ରୀ  ନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault