ହେଡଲାଇନସ୍:

ସିବିଏସଇ ପରୀକ୍ଷା ଫି ବୃଦ୍ଧି ପ୍ରସଙ୍ଗ : ପୁନର୍ବିଚାର ପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

Bhubaneswar/ Shasak Prashasak : ସିବିଏସଇ ପରୀକ୍ଷା ଫି ବୃଦ୍ଧି ପ୍ରସଙ୍ଗକୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ନିକଟକୁ ଲେଖିଥିବା ପାତ୍ରରେ ବର୍ଦ୍ଧିତ ଫି’ର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ ଅନୁରୋଧ କରିଛନ୍ତି |
ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସିବିଏସଇ ନିକଟରେ ତାର ପରୀକ୍ଷା ଫିକୁ ବହୁତ ମାତ୍ରାରେ ବୃଦ୍ଧି କରିଛି | ଖାସ କରି ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହା ୨୪ ଗୁଣ ବୃଦ୍ଧି ପାଇଛି ,ଯାହାକି ସେମାନଙ୍କୁ ବାଧିବ | ଓଡିଶା ସରକାର ଆର୍ଥିକ ତଥା ସାମାଜିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୨୦୦ ସିବିଏସଇ ଅନୁବନ୍ଧିତ ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି | ସିବିଏସଇର ଏହି ପରୀକ୍ଷା ଫି ବୃଦ୍ଧି ନିଷ୍ପତ୍ତି ଦ୍ୱାରା ଏହି ସ୍କୁଲର ଛାତ୍ରଛାତ୍ରୀ ମାନେ ମଧ୍ୟ ପ୍ରଭାବିତ ହେବେ | ତେଣୁ ସବୁ ବର୍ଗର ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ବାଧିଲା ଭଳି ଏହି ପ୍ରସଙ୍ଗରେ ନିଜେ ହସ୍ତକ୍ଷେପ କରି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ସିବିଏସଇ କୁ ନିର୍ଦ୍ଦେଶ ଦେବା ସକାଶେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିଶଙ୍କଙ୍କୁ ଅନୁରୋଧ କରିଛନ୍ତି |

0
0
0
s2sdefault