ହେଡଲାଇନସ୍:

ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ଅସମୟରେ ତୁରନ୍ତ ପହଁଚିଲା ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ :- ବିଗତ ଦୁଇଦିନ ହେଲା  ବରଗଡ଼ ଜିଲ୍ଲା ସାରା ପ୍ରବଳ ବର୍ଷା ହେଇଛି । ଜିଲ୍ଲାର ସର୍ବାଧିକ ବର୍ଷା ପାଇକମାଲ ବ୍ଲକରେ ଓ ଗନ୍ଧମାର୍ଦ୍ଦନ ପର୍ବତରେ ଓ ଏହାର ପାଦ ଦେଶରେ ହେଇଛି । ପାଇକମାଲ ବ୍ଲକ ମୁଖ୍ୟାଳୟରେ ଗତ 36 ଘଣ୍ଟାରେ 253 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗନ୍ଧମାର୍ଦ୍ଦନ ପର୍ବତରେ ଆହୁରି ବେଶି ବର୍ଷା ହେଇଛି ।
        ପ୍ରବଳ ବର୍ଷାରେ ଏକ ପ୍ରକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା | ଅନେକ ଜାଗାରେ ହୋଇଛି କ୍ଷୟକ୍ଷତି | ଯଦିଓ କ୍ଷୟ କ୍ଷତିର ସମ୍ପୂର୍ଣ୍ଣ ବିବରଣୀ ବର୍ଷା ଲାଗିରହିଥିବା କାରଣରୁ ଉପଲବ୍ଧ ହୋଇପାରିନାହିଁ ତଥାପି ଏହି ମୁଷଳ ବର୍ଷାରେ  ପାଇକମାଲ ବ୍ଲକର କିଛି  ଲୋକଙ୍କର ଘର ଭାଙ୍ଗି ଯାଇଥିବା ଖବର ଆମର ହସ୍ତଗତ ହୋଇଛି । କେତେକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଖବର ପାଇ ଆଜି ସକାଳୁ ପ୍ରବଳ ବର୍ଷା ସତ୍ତ୍ୱେ ପହଂଚି ଯାଇଥିଲେ ଲୋକଙ୍କ ପାଖରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ | ଦିନସାରା ବର୍ଷରେ ପାଇକମାଲ ଅଞ୍ଚଳର ବିଭିନ୍ନ ଗ୍ରାମକୁ ପହଂଚି ଲୋକଙ୍କ କ୍ଷୟ କ୍ଷତି ବାବଦରେ ବୁଝିଥିଲେ |  ଉପଜିଲ୍ଲାପାଳ ପ୍ରଥମେ ଜର୍ଜଗଡ଼ ଗ୍ରାମର ବିଧବା ମୀରା ପାଣ୍ଡେଙ୍କ ଘରକୁ ଯାଇଥିଲେ । ପ୍ରଚୁର ପାଣି ଜମା ହେଇଯିବା କାରଣରୁ ମୀରାଙ୍କର ଘର ଅତି ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ପ୍ରଶାସନ ତରଫରୁ ପ୍ରଥମେ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ସହିତ ତାଙ୍କୁ ପଲିଥିନ ତଥା କିଛି ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଏଜିଭଳି ଜର୍ଜଗଡ଼ର ଅନ୍ୟ ଜିଛି ଲୋକଙ୍କ ଘର ଭାଙ୍ଗି ଯାଇଥିବା ଖବର ହସ୍ତଗତ ହୋଇଛି । ଉପଜିଲ୍ଲାପାଳଙ୍କର ନିର୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା , RI ଶ୍ରୀ ଶଶୀଭାନୁ ସାହୁ ତଥା ସୁପ୍ରଭାଇଜର ଶ୍ରୀ ମଙ୍ଗଲୁ ସାନ ବର୍ଷା କ୍ଷତି ଗ୍ରସ୍ତ ଲୋକଙ୍କ ଘରକୁ ଯାଇ କ୍ଷୟକ୍ଷତିର ଆକଳନ କରିବା ସହିତ ପଲିଥିନ ଇତ୍ୟାଦି ବଣ୍ଟନ କରିଥିଲେ । ଆଉ କିଛି ଲୋକଂକ ଘରେ ପାଣି ପଶି ଯାଇଥିବା କାରଣରୁ ଉପଜିଲ୍ଲାପାଳଙ୍କର ନିର୍ଦ୍ଦେଶ କ୍ରମେ ଜର୍ଜଗଡ଼ ଗ୍ରାମର ବିଭିନ୍ନ ଲୋକଙ୍କ ଘରୁ ଦମକଳ ବାହିନୀ ସହାୟତାରେ ତୁରନ୍ତ ଜଳ ନିଷ୍କାସନ କରାଯାଇଥିଲା ।
 

0
0
0
s2sdefault