ହେଡଲାଇନସ୍:

କେବେ ସରକାର ଶୁଣିବେ ଭିନ୍ନକ୍ଷମ ଗୁରୁବାରୀଙ୍କ ଗୁହାରି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସରକାରୀ ଯୋଜନା ଅପହଞ୍ଚ, ଭିନ୍ନକ୍ଷମ ପ୍ରତି ପ୍ରଶାସନର ନଜର ପଡୁନି

ବାରିପଦା(ଦିଲ୍ଲୀପ ମହାନ୍ତି)- ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟବାସୀଙ୍କୁ ସାମାଜିକ ଓ ଅର୍ଥନୈତିକ ସୁବିଧା ସୁଯୋଗ ଯୋଗାଇ ଦେବା ଉଦେ୍ଧଶ୍ୟରେ ଗୋଟାଏ ପରେ ଗୋଟାଏ ଜନକଲ୍ୟାଣକାରୀ ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଚାଲିଛନ୍ତି । ମାତ୍ର ଉକ୍ତ ଯୋଜନା ମାଧ୍ୟମରେ ଜନସାଧାରଣ କେତେ ପରିମାଣରେ ଉପକୃତ ହେଉଛନ୍ତି ଅଥବା ଯୋଜନାର ସଫଳତା ଜନସାଧାରଣଙ୍କ ନିକଟରେ କେତେ ପରିମାଣରେ ପହଁଞ୍ଚିପାରୁଛି ତାର ହିସାବ କିତାବ କେବଳ କାଗଜ କଲମ ମଧ୍ୟରେ ସିମୀତ ରହିଯାଉଛି । ପ୍ରକୃତ ହିତାଧିକାରୀ ପାଖରେ ଯୋଜନାର ସୁଫଳ ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ କହୁଥିବା ବେଳେ, ତଳସ୍ତରରେ ଯୋଜନା ରୂପାୟନ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ   ଯୋଜନାରେ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବାର ପରିଲକ୍ଷିତ ହୋଇଛି । ଏହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଶାମାଖୁଣ୍ଟା ବ୍ଲକ ଖାଣ୍ଡିଆ ଗ୍ରାମ ଡ଼ାହିସାହିରେ ବସବାସ କରୁଥିବା ଶମ୍ଭୁନାଥ ନାୟକଙ୍କ ୧୮ ବର୍ଷିୟା ଝିଅ ଗୁରୁବାରୀ ନାୟକଙ୍କ କ୍ଷେତ୍ରରେ । ଶମ୍ଭୁ ନାୟକଙ୍କ ଝିଅ ଗୁରୁବାରୀ ଜନ୍ମରୁ ଭିନ୍ନକ୍ଷମ । କଥାବାର୍ତ୍ତା ଠିକ୍ରେ କରିପାରେ ନାହିଁ । ଚାଲି ଚଳନ ଆଚାର ବ୍ୟବହାରରୁ ବୋକା ଓ ହେଣ୍ଡି ଭଳି ଜଣାପଡେ଼ । ବାପା ଶମ୍ଭୁ ବାରିପଦା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ଥିବା ଭିନ୍ନକ୍ଷମ ଚିହ୍ନଟ କେନ୍ଦ୍ରରେ ଗୁରୁବାରୀର ନାମ ପଞ୍ଜିକରଣ କରାଇ ଡ଼ାକ୍ତରଙ୍କ ପରୀକ୍ଷାନିରୀକ୍ଷା  ପରେ ଭିନ୍ନକ୍ଷମ ପ୍ରମାଣପତ୍ର ନେଇ ଭିନ୍ନକ୍ଷମ ଭତ୍ତା ପାଇବା ପାଇଁ ଦୀର୍ଘ ୧୦ ବର୍ଷ ହେବ ବ୍ଲକ ଓ ପଞ୍ଚାୟତରେ ଚକ୍କର କାଟିବାରେ ଲାଗିଛନ୍ତି । ଗୁରୁବାରୀ ନାୟକଙ୍କ ବାପା ଶମ୍ଭୁଙ୍କ କହିବା ଆଧାରରେ ଭିଏଲ୍ଡବ୍ଲୁ୍ୟ ମହାନ୍ତ ବାବୁ ଓ ଖାଣ୍ଡିଆ ସରପଞ୍ଚ ଗୌରାଙ୍ଗ ନାୟକଙ୍କୁ ବାରମ୍ବାର ସାକ୍ଷାତ କରି ଝିଅର ଭିନ୍ନକ୍ଷମ ଭତ୍ତା କରାଇଦେବା ନିମନ୍ତେ ଗୁହାରୀ ଜଣାଇ ଆସୁଛନ୍ତି । ଏମାନେ ଭତ୍ତା କରାଇ ଦେବା ନାମରେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଆସୁଥିବା ବେଳେ ଏହା ମଧ୍ୟରେ ୧୦ ବର୍ଷ ଅତିକ୍ରାନ୍ତ ହୋଇସାରିଛି । ତଥାପି ଆଶା ନ ହରାଇ କେଉଁ ଦିନ ସେହି ଶୁଭଲଗ୍ନ ଆସିବ ତାହାକୁ ଅନାଇ ବସିଛନ୍ତି ବୋଲି  ଗୁରୁବାରୀର ପିତା ଶମ୍ଭୁନାଥ ନାୟକ କହିବା ସହ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ଏବିଷୟରେ ଶାମାଖୁଣ୍ଟା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ  ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ସେଲ ନମ୍ବର  ୯୪୩୭୨୫୧୧୪୪ରେ ବାରମ୍ବାର ଯୋଗାଯୋଗ  ଉଦ୍ୟମ କରାଯାଇଥିଲେ ମଧ୍ୟ ଫୋନ ଉଠାଇନଥିଲେ  ।
 

0
0
0
s2sdefault