ହେଡଲାଇନସ୍:

ଯେଉଁଠି ଶଦ୍ଧ ବ୍ରହ୍ମ ଭାବେ ପୂଜିତ, ସେଠାରେ ସାହିତ୍ୟିକମାନେ ନମସ୍ୟ : ରାଜ୍ୟପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜଭବନରେ ରାଷ୍ଟ୍ରୀୟ କବି ସମ୍ମେଳନ

"ଭାରତ ହେଉଛି ଭାବ,ରାଗ ଓ ତାଳର ଉଜ୍ଜ୍ୱଳ ଭୂମି"

ଭୁବନେଶ୍ୱର: କବିମାନେ ହେଉଛନ୍ତି ଜ୍ଞାନମାର୍ଗୀ ଦ୍ରଷ୍ଟା । ତାଙ୍କ ସର୍ଜନା ପାଲଟିଯାଏ ସକଳ ସୃଷ୍ଟିର ମଂଗଳ ପାଇଁ ପ୍ରାର୍ଥନା । ମଣିଷ ମନରେ ସୁପ୍ତ ଚେତନାକୁ ଜାଗ୍ରତ କରାଇ ସକାରାତ୍ମକ ଭାବଧାରାରେ ସେମାନଙ୍କୁ ଶକ୍ତି ଓ ସାମର୍ଥ୍ୟର ଉପଯୋଗ କରାଇପାରନ୍ତି କବିମାନେ । ସେମାନଙ୍କ ପାଖରେ ଅଛି ସଂଜୀବନୀ ବିଦ୍ୟା । ଭାବକୁ ବସ୍ତୁରେ ଓ ବସ୍ତୁକୁ ଭାବରେ ରୂପାନ୍ତର କରିବାର କ୍ଷମତାର ଅଧିକାରୀ ହେଉଛନ୍ତି କବିମାନେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ରାଜଭବନରେ ରାଷ୍ଟ୍ରୀୟ କବି ସଂଗମ ପକ୍ଷରୁ ଆୟୋଜିତ କବି ସମ୍ମେଳନରେ ଯୋଗ ଦେଇ ରାଜ୍ୟପାଳ କହିଲେ ଯେ ଭାରତ ହେଉଛି ଭାବ, ରାଗ ଓ ତାଳର ଉଜ୍ଜ୍ୱଳ ଭୂମି । ସତ୍ୟ, ଶିବ ଓ ସୁନ୍ଦରର ଉପାସନା ଏହାର ପରଂପରା । ଯେଉଁଠି ଶଦ୍ଧକୁ ବ୍ରହ୍ମ ଭାବରେ ପୂଜା କରାଯାଏ, ସେଠାରେ ସାହିତ୍ୟିକମାନେ ନମସ୍ୟ । ସାହିତ୍ୟିକମାନେ ସେମାନଙ୍କ ସୃଷ୍ଟିରେ ଭାରତୀୟତାର ସଫଳ ଓ ସଠିକ ପ୍ରତିଫଳନ କରାଇ ସମୟକୁ ମାର୍ଗଦର୍ଶନ କରାଇବାକୁ ରାଜ୍ୟପାଳ ପ୍ରଫେସର ଲାଲ ଆହ୍ୱାନ ଦେଇଛନ୍ତି ।
ରାଷ୍ଟ୍ରୀୟ କବି ସଂଗମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗଦୀଶ ମିଲ ଏହି ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ବନବଂଧୁ ପରିଷଦର ଅଧ୍ୟକ୍ଷ ଅଜୟ ଅଗ୍ରୱାଲ, ‘ଉଦୟ ଇଂଡ଼ିଆ’ର ସଂପାଦକ ଦୀପକ ରଥ, ରାଷ୍ଟ୍ରୀୟ କବି ସଂଗମର ରାଷ୍ଟ୍ରୀୟ ମବୀ ମହେଶ ଶର୍ମା, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର କୁଳ ସଚିବ ଜେ.କେ. ଶର୍ମା ପ୍ରମୁଖ ସାଂପ୍ରତିକ ସମୟର ଆହ୍ୱାନ ଓ ଆବଶ୍ୟକତାକୁ ଆଧାର କରି ଲେଖକମାନେ ଲେଖନୀ ଚାଳନା କରିବାକୁ ପରାମର୍ଶ ଦେଇଥିଲେ ।


କବି କିଶନ ଖଣ୍ଡେଲୱାଲାଙ୍କ ସଂଯୋଜନାରେ ମାଧବ ପାଣ୍ଡେ ‘ନିର୍ମଳ’, ବିଜୟ ରାଠୋର, ଦେବେନ୍ଦ୍ର ପରିହାର, ମଧୁକ୍ଷରା ଚୌବେ, କମଳ ଶର୍ମା, ସାକ୍ଷୀଗୋପାଳ ପଣ୍ଡା, ବାବା ସତ୍ୟନାରାୟଣ, ଜ୍ଞାନ ହୋତା, ରକ୍ଷକ ନାୟକ ପ୍ରମୁଖ କବିତା ପାଠ କରିଥିଲେ । ରାଜ୍ୟ ବାହାରର କବିମାନଙ୍କ ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୬୨ ଜଣ କବି ଏହି ସମ୍ମେଳନରେ ଯୋଗ ଦେଇଥିଲେ । ଅଧିକାଂଶ କବିତା ରାଷ୍ଟ୍ରବାଦ ଆଧାରିତ ଥିଲା ।

0
0
0
s2sdefault