ହେଡଲାଇନସ୍:

ସାର୍ବଜନୀନ ଦୁର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ : ବିଜୟ ରଂଜନ ସିଂ ବରିହା ସଭାପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ପଦ୍ମପୁର(ନୀଲାମ୍ବର ଦୀପ୍):-ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଶ୍ରୀ ବିଜୟ ରଂଜନ ସିଂ ବାରିହା ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଧର୍ମଶାଳା ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ସଭାର ପ୍ରାରମ୍ଭରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ପୂର୍ବତନ ସଦସ୍ୟା ଉସତ୍ ରାମ ସାହୁ ଙ୍କ ଅକାଳ ବିୟୋଗ ରେ ସଭାପତି ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ଆତ୍ମା ର ସତଗତି ନିମନ୍ତେ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା। ପରେ କୋଷାଧ୍ୟକ ସଦାନନ୍ଦ ପୁରୋହିତ ୨୦୧୮ ବର୍ଷର ଆୟ ବ୍ୟୟ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇ ଶ୍ରୀ ବିଜୟ ରଂଜନ ସିଂ ବାରିହା ସଭାପତି , ବେଣୁମାଧବ ଦୋରା ଓ କିଶୋର କୁମାର ମେହେର ଉପ-ସଭାପତି,ଉମେଶ ଚନ୍ଦ୍ର ସାହୁ ସମ୍ପାଦକ,ପ୍ରଶାନ୍ତ କୁମାର ମହାନ୍ତି ଓ ଧରମ ପାଢି ସହ ସମ୍ପାଦକ, ସଦାନନ୍ଦ ପୁରୋହିତ କୋଷାଧ୍ୟକ୍ଷ,ଶ୍ୟାମଲ ଦାସ ଓ ମୀନକେତନ ସାହୁ ସହ-କୋଷାଧ୍ୟକ୍ଷ,ରୂପେ ମୋନୋନୀତ ହୋଇଥିଲେ।କମିଟି ର କାର୍ଯ୍ୟକାରୀ କମିଟି ପାଇଁ କୃଷ୍ଣ ମୋହନ ପଣ୍ଡା,ରାଜକିଶୋର ଯୋଶୀ,ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ,ରବିନାରାୟଣ ଦୋରା,ଆଶିଷ ବଂଶଲ,ନବକିଶୋର ସାହୁ,ଜୟରାମ ମହାପାତ୍ର,ପ୍ରତାପ ମିଶ୍ର,ସନ୍ତୋଷ କୁମାର ମହାନ୍ତି,ଗାଦିନାରାୟଣ ପଟ୍ଟନାୟକ,ବିରଞ୍ଚି ନାରାୟଣ ସାହୁ,ହେମନ୍ତ କୁମାର ପଟ୍ଟନାୟକ,ଭରତ ପଣ୍ଡା,ମହିପାଳ ସାହୁ, ପ୍ରୀତମ କୁମାର ମେହେର,ସୁକଦେବ ମେହେର,ଅଶୋକ କୁମାର ବୋହିଦାର,ପ୍ରଦୀପ କୁମାର ଯୋଶୀ,ଗୋରଚାନ୍ଦ ବାଗ,ନରେଶ ଅଗ୍ରୱାଲ ଓ ଚନ୍ଦନ ସିଂ ବରିହା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଆହୁରି ଜାକଜମକ ତଥା ଶାନ୍ତି ଶୃଙ୍ଖଳା ରେ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା।

0
0
0
s2sdefault