ହେଡଲାଇନସ୍:

ସର୍ବଭାରତୀୟ ଆନ୍ତଃ ସୈନିକସ୍କୁଲ ହକି ମ୍ୟାଚ୍ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

    ଭୁବନେଶ୍ୱର (ଶାସକ ପ୍ରଶାସକ) : ସୈନିକସ୍କୁଲ ଭୁବନେଶ୍ୱର ଖେଳପଡିଆରେ ଉଦ୍ଘାଟିତ ହୋଇ ଯାଇଛି ସର୍ବଭାରତୀୟ ଆନ୍ତଃ ସୈନିକସ୍କୁଲ ହକି ପ୍ରତିଯୋଗିତା | ଓଡିଶା ସରକାରଙ୍କ କ୍ରୀଡା ବିଭାଗ ନିର୍ଦ୍ଦେଶକ  ଶ୍ରୀ ଆର. ଭିନିଲ୍ କ୍ରିଷ୍ଣାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି ପ୍ରତିଯୋଗିତାରେ ସୈନିକସ୍କୁଲ ପୂର୍ବଭାରତୀୟ ଜୋନରୁ ସୈନିକସ୍କୁଲ ଗୋଲପଡା , ପଶ୍ଚିମ ଜୋନରୁ ସୈନିକସ୍କୁଲ ସତାରା , ମଧ୍ୟଜୋନରୁ ସୈନିକସ୍କୁଲ ତିଲାଇୟା , ଉତ୍ତର  ଜୋନର ସୈନିକସ୍କୁଲ କପୁରତାଲା ଏବଂ ଦକ୍ଷିଣ ଜୋନର ସୈନିକସ୍କୁଲ ଅମରାବତୀ ନଗର ଯୋଗଦେଇଥିଲେ ।ଏହି ପ୍ରତିଯୋଗିତା ଅଗଷ୍ଟ ୧୫ ତାରିଖରେ ଶ୍ରୀ ଆର. ଭିନିଲ କ୍ରିଷ୍ଣାଙ୍କ ଦ୍ୱାରା ଉଦ୍ୟାପିତ ହେବ । ଏହି ପ୍ରତିଯୋଗିତାରେ ଯୋଗଦେଇଥିବା ଅତିଥିମାନଙ୍କୁ ସୈନିକସ୍କୁଲ ଭୁବନେଶ୍ୱର ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ ଏସ୍ . ଡୋମିନିକ ରାୟନ ଭବ୍ୟସ୍ୱାଗତ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଉପାଧ୍ୟକ୍ଷ ଉଇଙ୍ଗ କମାଣ୍ଡର ଅମିତାଭ ରଂଜନ , ବରିଷ୍ଠ  ଅଧ୍ୟାପକ ଶ୍ରୀ ବିଘ୍ନେଶ୍ୱର ପ୍ରଧାନ , ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ୬୦୦ କ୍ୟାଡେଟ୍ ଉପସ୍ଥିତ ଥିଲେ । ବିଭିନ୍ନ ଜୋନରୁ ଆସିଥିବା ପ୍ରତିଯୋଗୀମାନଙ୍କ ଦ୍ୱାରା ଏକ ଚିତାକର୍ଷକ ମାର୍ଚ୍ଚପାଷ୍ଟ ଅନୁଷ୍ଠିତ  ହୋଇଥିଲା । ମୁଖ୍ୟଅତିଥି ତାଙ୍କ ଭାଷଣରେ ସୈନିକସ୍କୁଲର ବିଭିନ୍ନ କ୍ଷେତ୍ରରେ ଅର୍ଜ୍ଜନ କରିଥିବା କୃତିତ୍ୱର ଭୂୟସୀ ପ୍ରଶଂସା କରିଥିଲେ ।ରାଜ୍ୟ କ୍ରୀଡା ବିଭାଗ ତରଫରୁ ସୈନିକସ୍କୁଲ ଭୁବନେଶ୍ୱରକୁ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ନିକଟ ଅତୀତରେ ମଧ୍ୟପ୍ରଦେଶର ସୈନିକସ୍କୁଲ ଅମ୍ବିକାପୁରପୁର ଠାରେ ଅନୁଷ୍ଠିତ ସେଂଟ୍ରାଲ ଜୋନ ଫୁଟବଲ ପ୍ରତିଯୋଗିତାରେ ଚମ୍ପିଆନ ହୋଇଥିଲା ।

0
0
0
s2sdefault