ଉପେନ୍ଦ୍ର ସାର ଆଉ ନାହାନ୍ତିିିି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମେଲଛାମୁଣ୍ଡା, (ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡା ବାସିନ୍ଦା ଉପେନ୍ଦ୍ର ସାହୁ ଆଉ ଇହ ଧାମର ନାହାନ୍ତି । ସୋମବାର ଦିନ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୩ ବର୍ଷ ହେଉଥିଲା । ସେ ଜଣେ ଅବସର ପ୍ରାପ୍ତ ଶିକ୍ଷକ ହାଇସ୍କୁଲ ଶିଷକ ଥିଲେ । ଏହି ବୟସରେ ମଧ୍ୟ ସେ ବିଶ୍ରାମ ନ ନେଇ ନିଜର ଶିଷ୍ୟ ମାନଙ୍କ ସହ ଆଗାମି ଦିନରେ ଅଂଚଳରେ କିପରି ଶିଷା ବିକାଶ ହେବ ବିଷୟରେ ଆଲୋଚନା କରୁଥିଲେ । ତାଙ୍କ ଜିବନ ଭିତରେ ଝାରବନ୍ଧ ପଂଚାୟତ ଉଚ୍ଚ ବିଦ୍ୟାଳୟରୁ ଶିଷା ଦାନ ଆରମ୍ଭ କରି ବିର୍ଜାମ ଏମ.ଇ ସ୍କୁଲ, ଘେଁସ ହାଇସ୍ଖୁଲ, ମେଲଛାମୁଣ୍ଡା ହାଇସ୍ଖୁଲରେ ଶିଷା ଦାନ କରି ବେଶ ପ୍ରସିଦ୍ଧି ଲାଭ କରିଥିଲେ । ସେ ଜଣେ ଉତମ ସ୍ୱଭାବର ବ୍ୟକ୍ତି ସହିତ ମିଷ୍ଟଭାଷୀ  ଥିଲେ । କିଛି ଦିନ ଅସୁସ୍ଥ ରହିବା ସହ ବରଗଡସ୍ଥିତ ବିକାଶ ହସପିଟାଲରେ ଚିକିତ୍ସିତ ହେବା ଅବସ୍ଥାରେ ପ୍ରାଣ ବାୟୁ ଚାଲିଯାଇଥିଲା । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଲହରି ଖେଳିଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କର ସ୍ତ୍ରୀ ଶୁଭାଗିନୀ ସାହୁ, ତିନି ପୁଅ ପ୍ରିୟବ୍ରତ, ସତ୍ୟବ୍ରତ, ଦେବବ୍ରତ ଓ ଝିଅ ଝରଣା ନିଜ ପୁଅ ଝିଅଙ୍କ ସହ ଉପସ୍ଥିତ ଥିଲେ । ତାଙ୍କ ମର ଶରୀର ମେଲଛାମୁଣ୍ଡା ପହଂଚିଲା ପରେ ଶେଷ ଦର୍ଶନ ପାଇଁ ଅଂଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ପହଂଚି ଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମଶାଣୀକୁ ନେଇ ଶବଦାହ କରାଯାଇଥିଲା । ତାଙ୍କର ବଡ ପୁଅ ପ୍ରିୟବ୍ରତ ସାହୁ ମୁଖାଗ୍ନୀ ଦେଇଥିଲେ ।

0
0
0
s2sdefault