ଈଶ୍ୱରପ୍ରାପ୍ତି ହିଁ ମଣିଷ ଜୀବନର ପ୍ରକୃତ ଉଦେଶ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୃସିଂହନାଥ ପିଠରେ ଧର୍ମସଭା

ଲହୁଣୀପଡା- ମଣିଷ ଜୀବନ ହେଉଛି ଅଢେଇ ଦିନିଆଁ| ହେଲେ ଦୁଇ ଦିନର କୁଣିଆ ହୋଇ ଆସିଥିବା ଦୁନିଆକୁ ଆମେ ମୋହଗ୍ରସ୍ତ ହୋଇ ଅକ୍ତିଆର କରିବାକୁ ଚାହୁଁଛେ| ହେଲେ ଧନ ସମ୍ପତି ଠୁଳ କରିବା ତଥା ବଡ ଘର କୋଠାବାଡ଼ି କରିବା ମଣିଷ ଜୀବନର ଉଦେଶ୍ୟ ନୁହେଁ,ଈଶ୍ୱରପ୍ରାପ୍ତି ହେଉଛି ମଣିଷ ଜୀବନର ପ୍ରକୃତ ଉଦେଶ୍ୟ| ଆଜି ଲହୁଣୀପଡା ବ୍ଲକ ଦରଜୀଙ୍ଗ ପଞ୍ଚାୟତ ଅନ୍ତର୍ଗତ କୋଇଲିଝର ଗ୍ରାମରେ ଅବସ୍ଥିତ ବାବା ନୃସିଂହନାଥ ପୀଠରେ ଅନୁଷ୍ଠିତ ଧର୍ମାସଭା କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମତ ରଖିଛନ୍ତି ବିଶ୍ୱହିନ୍ଦୁ ପରିଷଦର ପଶ୍ଚିମ ଓଡ଼ିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ| ଏହି ଅବସରରେ ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ କଳିଯୁଗରେ ପ୍ରଭୁଙ୍କ ନାମ କୀର୍ତ୍ତନ ହିଁ ଈଶ୍ୱରପ୍ରାପ୍ତିର ଶ୍ରେଷ୍ଠମାର୍ଗ| ତେଣୁ ପ୍ରତେକ ମଣିଷ ସଞ୍ଜ ସକାଳେ ପ୍ରଭୁଙ୍କ ନାମ କୀର୍ତ୍ତନ କରିବାରେ ମନ ବୋଲାଇବା ଉଚିତ| ନଚେତ ମଣିଷ ଜନ୍ମ ବୃଥା ହୋଇଯିବ ବୋଲି ଶ୍ରୀ କୁସୁମ ମତବ୍ୟକ୍ତ କରିଥିଲେ | ସର୍ବପ୍ରଥମେ ଆଜି ଭୋରରୁ ବାବା ନୃସିଂହନାଥଙ୍କ ପାଖରେ ପୂଜାର୍ଚନା ଅନୁଷ୍ଠିତ ହୋଇଥିବା ବେଳେ ପରେ ଆଖପାଖ ତିନୋଟି ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ନୃସିଂହନାଥଙ୍କ ପୂଜାର୍ଚନା କରିଥିଲେ| ତାପରେ ଗ୍ରାମର ସଂକୀର୍ତନ ମଣ୍ଡଳୀ ପକ୍ଷରୁ ନାମ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା|  ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସମାରସତା ପ୍ରମୁଖ ଚୁଡାମଣି ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଚୈତନ୍ୟ ମହାକୁଡ଼,ତ୍ରୀନାଥ ମହାକୁଡ଼, କାର୍ତ୍ତିକ ମହାକୁଡ଼, ତୀର୍ଥ ଧୀବର, ଦୟା ଧୀବର, ଏତ ଓରାମ, ବୁଧୁଆ ଓରାମ, ସୁକୃ ଧୀବର, ରବି କିସାନ, ଶଶୀ ଧୀବର, ତାରା ମହାକୁଡ଼ ରୀତା ଧୀବର, ଆରତୀ ଧୀବର, ପଦ୍ମିନୀ ଧୀବର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ |

0
0
0
s2sdefault