ଉଚ୍ଛନ୍ନ ହୋଇଗଲା ପ୍ରଦୀପଙ୍କ ସଂସାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚାଲିଗଲା ଦୁଇ ନିଷ୍ପାପ ଜୀବନ : ଡାକ୍ତରଙ୍କ ଅବହେଳା ଅଭିଯୋଗ

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁବୁଲିଆ ଗ୍ରାମପଞ୍ଚାୟତର୍ ସୁବର୍ଣ୍ଣପୁର ସାହିରେ ବିଳମ୍ବିତ ରାତ୍ରରେ ଘଟିଛି ଦୁଃଖଦାୟକ ତଥା ଅଭାବନୀୟ ଘଟଣା | ଗତ ରାତିରେ ପ୍ରଦୀପ ଦଣ୍ଡସେନାଙ୍କ ପରିବାର ଖିଆପିଆ ସାରି ଶୋଇଥିବା ସମୟରେ ତାଙ୍କ ଝିଅ ବର୍ଷା ଦଣ୍ଡସେନା(୧୩ )ଓ ଅବିନାଶ ଦଣ୍ଡସେନା (୮ )ଗୋଟିଏ ଖଟିଆରେ ଶୋଇଥିଲେ | ହେଲେ କେତେବେଳେ ସାପ କାମୁଡ଼ି ଦେଇଥିଲା ବୋଧହୁଏ  ସେମାନେ ଜାଣି ପାରିନଥିଲେ | ସକାଳେ ୫ଟାରେ ଉଠିବା ପରେ ବର୍ଷା ଓ ଅବିନାଶଙ୍କୁ ବାନ୍ତି ଓ ମୁଣ୍ଡ ଘୁରିବା ପରିବାର ଲୋକଙ୍କୁ ଜଣାଇଥିଲେ | ହେଲେ ସେମାନେ ସାଙ୍ଗେ ସାଙ୍ଗେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ୬ସୁଦ୍ଧା  ଆଣିଥିଲେ | ହେଲେ ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି ଯେ ଡାକ୍ତର ହସ୍ପିଟାଲରେ ନ ଥିବାଯୋଗୁଁ ଓ ଡାକ୍ତରଖାନା ଷ୍ଟାଫଙ୍କୁ ସେମାନଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ୮ଟା ସମୟ ପରେ ଡାକ୍ତର ହସ୍ପିଟାଲ କୁ ଆସିବା, ସର୍ବୋପରି ପେସେଣ୍ଟ ୨ଘଂଟା ସମୟ ଧରି ହସ୍ପିଟାଲରେ ପଡିରହିଥିବା ଯୋଗୁଁ ତାଙ୍କ ପୁଅ ଓ ଝିଅ ଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ତରଫରୁ ଅଭିଯୋଗ ହେଉଛି |

  ଅନ୍ୟପକ୍ଷରେ ଡାକ୍ତର ୮ଟା  ପରେ ଆସି ସାଲାଇନ ଦେଇ ତୁରନ୍ତ ବିନା ଚିକିତ୍ସାରେ ବର୍ଷାଙ୍କୁ ବୁର୍ଲା ରେଫର କରିଥିଲେ ଓ ତାଙ୍କୁ ବୁର୍ଲା ମେଡିକାଲକୁ ନେବା ସମୟରେ ଝାରସୁଗୁଡ଼ା ପାଖପାଖି ତାଙ୍କର ମୃତ୍ୟୁ ଘଟିଥିଲା | ହେଲେ ଅବିନାଶକୁ ମଧ୍ୟ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ନେଉଥିବା ସମୟରେ ରାସ୍ତାରେ ମୃତ୍ୟୁ ଘଟିଥିଲା | ଦୁଃଖର କଥା ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟର ଶିଳ୍ପଞ୍ଚଳ ଜିଲ୍ଲାରେ ଜଣାଶୁଣା ହେଲେ ସୁନ୍ଦରଗଡ଼ ଜିଲ୍ଲାକୁ ପଡ଼ୋଶୀ ରାଜ୍ୟ ଝାରଖଣ୍ଡ ଓ ଛତିଶଗଡ଼ ରାଜ୍ୟର୍ ପେସେଣ୍ଟ ମଧ୍ୟ ଚିକିତ୍ସା ପାଇଁ ଭରସା କରିଥାନ୍ତି | ହେଲେ ସଦର ମହକୁମା ମୁଖ୍ୟ ହସ୍ପିଟାଲ ଅତି ଦୟନୀୟ ଅବସ୍ଥାରେ ରହିଛି | ଯଦି  ସଦର ମହକୁମା ର୍ ମୁଖ୍ୟ ଚିକିତ୍ସାଳୟରେ ଏପରି ଅଭାବନୀୟ ଘଟଣା ଘଟିବ ତେବେ ଲୋକ କୋଉଠିକି ଭରସା କରି ଯିବେ ! ଅନେକ ସମୟରେ ଡାକ୍ତରଖାନାରେ ଡାକ୍ତର ନଥିବା, ଡାକ୍ତର ମାନେ ପେସେଣ୍ଟକୁ ହଇରାଣ କରିବା, ସର୍ବୋପରି ଡାକ୍ତରଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗ ହୋଇ ଆସୁଥିଲେ  ମଧ୍ୟ ମସ୍ଥ୍ୟ ବିଭାଗର  ଏଥିପ୍ରତି ଦୃଷ୍ଟି ନାହିଁ | ହେଲେ ବର୍ତ୍ତମାନ ଡାକ୍ତରଙ୍କ ଅବହେଳା ଭଳି ଯେଉଁ ପ୍ରସଙ୍ଗ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ତାହା ଦୁଃଖଦାୟକ|  ସୁନ୍ଦରଗଡ଼ ଜିଲ୍ଲାର ସଚେତନ ଗୋଷ୍ଠୀ ମଧ୍ୟ ଏହି ଅଘଟଣକୁ ଗୁରୁତ୍ୱର ସହ ହେଇଥିବା ବେଳେ ଯଦି ଅଭିଯୋଗ ସତ୍ୟ

0
0
0
s2sdefault