ଉଦଘାଟିତ ହେଲା କମ୍ୟୁନିଟି ସେଣ୍ଟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା /ସରୋଜ ସାହୁ:  ରାୟଗଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପେଂଟା ଗ୍ରାମ ପଂଚାୟତ ଠାରେ ଏକ କମ୍ୟୁନିଟି ସେଣ୍ଟର ଶୁଭ ଉଦଘାଟିତ ହୋଇଯାଇଅଛି ।ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ମନ୍ତ୍ର ଜଗନ୍ନାଥ ସାରକାଙ୍କ କରକମଳରେ ଏହି କମ୍ୟୁନିଟି ସେଣ୍ଟରର ଶୁଭ ଉଦଘାଟିତ ହୋଇଥିଲା । ସମ୍ମାନୀତ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା,  ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । କମ୍ୟୁନିଟି ସେଣ୍ଟରର ଉଦଘାଟନ ପରେ ସେଠାରେ  ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ପେଂଟା ଗ୍ରାମ ପଂଚାୟତ ସହ ଅନ୍ୟ ପଂଚାୟତବାସୀ ମନ୍ତ୍ରୀ ଏବଂ ସାଂସଦଙ୍କୁ ଭେଟି ପଂଚାୟତରେ ଥିବା ଅସୁବିଧା ଗୁଡିକ ଉପରେ ଆଲୋଚନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ପଂଚାୟତ ସମିତି ଅଧ୍ୟକ୍ଷ ପେଦିଂଟି ରାମୁଲୁ, ଜିଲ୍ଲା ପରିଷଦ ସଦସ୍ୟ ପି.ଗୌରୀ ଶଙ୍କର, ରାୟଗଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault