ଟ୍ରେନ ଦୁର୍ଘଟଣାରେ ଆହତ ସୂର୍ଯ୍ୟକାନ୍ତଙ୍କୁ ସହାୟତାର ହାତ ବଢ଼ାଇଲେ ପାରାଦ୍ବୀପ ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି)-ଗତ ମଙ୍ଗଳବାର ଦିନ ବଡବନ୍ଧ ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଥିବା ସୂର୍ଯ୍ୟକାନ୍ତଙ୍କୁ ଭେଟିଥିଲେ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ।ସୂର୍ଯ୍ୟକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ୨୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ସୂଚନାନୁଯାୟୀ ଗତ ମଙ୍ଗଳବାର ଦିନ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଡଙ୍ଗ ଗ୍ରାମର  କୃଷ୍ଣଚନ୍ଦ୍ର ନାଥଶର୍ମାଙ୍କ ଏକମାତ୍ର ପୁତ୍ର ସୂର୍ଯ୍ୟକାନ୍ତ ନାଥଶର୍ମା ପାରାଦ୍ବୀପ-କଟକ ରେଳପଥର ବଡବନ୍ଧ ଷ୍ଟେସନରେ ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ବେଳେ ପଡିଯାଇଥିଲା।ଫଳରେ ରେଳଚକା ତାଙ୍କ ଡାହାଣ ପାଦ ଉପରେ ଚଢ଼ି ଯିବାରୁ ତାଙ୍କର ଡାହାଣ ପାଦ କରାଯାଇଥିବା ବେଳେ ବାମପାଦ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କପ୍ରତି ବିଭିନ୍ନ ମହଲରୁ ସମବେଦନା ପ୍ରକାଶ ପାଉଥିବା ଜଣାପଡିଛି।

0
0
0
s2sdefault