ଭାଇଚାରାର ସହର ଭଦ୍ରକରେ ହର୍ଷ ଉଲ୍ଲାସର ସହ ପାଳିତ ହେଲା ଇଦ୍ ଉଲ୍ ଜୁହା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ  :ଭାଇଚାରାର ସହର ଭଦ୍ରକରେ ଆଜି ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି ମୁସଲମାନ ଧର୍ମାବଲମ୍ବୀ ଭାଇଭଉଣୀ ମାନଙ୍କ ପବିତ୍ର ପର୍ବ ଇଦ୍ ଉଲ୍ ଜୁହା | ଦାନ, ଧର୍ମ ଓ ସମପର୍ଣର ଏହି ପର୍ବକୁ ସମଗ୍ର ଦେଶରେ ସମଗ୍ର ଇସଲାମ ଧର୍ମାବଲମ୍ବୀ ମାନେ ବେଶ୍ ଆନନ୍ଦ ଉଲ୍ଲାସ ରେ ପାଳନ କରୁଥିବା ବେଳେ ଭଦ୍ରକ ସହର କୁଆଁସ ସ୍ଥିତ ଇଦଗାହ ମୈଦାନ ଉତ୍ସବ ମୁଖର ହୋଇପଡ଼ିଥିଲା | ଆଜି ସକାଳୁ  ଇଦଗା ମଇଦାନରେ ହଜାର ହଜାର ମୁସଲମାନ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ସମୂହ ନମାଜ ପାଠ କରିବା ସହିତ ପରସ୍ପରଙ୍କୁ ଇଦର ଶୁଭେଚ୍ଛା ଜଣାଇଥିଲେ | ଇଦ୍ ପର୍ବ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅବସରରେ ଅନେକ ନେତା ଓ ଶୁଭେଛୁଙ୍କ ଭିଡ ଦେଖିବାକୁ ମିଳିଥିଲା । ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ଏ ଅବସରରେ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଇଦର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ମଙ୍ଗଳ କାମନା କରଛନ୍ତି |

0
0
0
s2sdefault