ଯୁବ ମଙ୍ଗ ଧରିବ କିଏ : ଯଦି ‘କା’, ଯିଏ ହେଲେ ଚଳିବ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ଷଷ୍ଠକୁ ଆଶା ଥିଲେ କଷ୍ଟ ପଡିବ, ଦରକାର ଟାଣୁଆ ଯୁବ ସଭାପତି

ଭୁବନେଶ୍ୱର(ଶାସକ ପ୍ରଶାସକ): ଚତୁ୍ର୍ଥ ପାଳି ଯେମିତି ସେମିତି ଚଳିଗଲା  । ଯାହା ଯେମିତି ଘୋଷଣା ଫୋଷଣା କରି ନିର୍ବାଚନ ଜିତିଗଲେ । ହେଲେ କିଏ ମାନୁ ନମାନୁ ୨୦୧୯ ନିର୍ବାଚନରେ ବିଜେଡିକୁ ନାଗ ରଗଢେଇ ଦେଇଛି ବିଜେପି  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲାଗାତାର ୪ବର୍ଷର ଶାଣିତ ଆକ୍ରମଣ, କେନ୍ଦ୍ରୀୟ ନେତା ଡ କେନ୍ଦ୍ରମନ୍ତ୍ରୀମାନଙ୍କ ଘନଘନ ଗସ୍ତ, ବୟାନବାଜୀ ଆଉ ସାଂଗଠନିକ ଦକ୍ଷତା ବୃଦ୍ଧି ସର୍କାରଙ୍କ ନିଦ ହଜାଇଦେଇଥିଲା  । କେବଳ ସ୍କିମ, ମହିଳା ଭୋଟ, ନବୀନ ବାବୁଙ୍କ ଏ ଯାବତ ଅକ୍ଷୂର୍ଣ୍ଣ ଲୋକପ୍ରିୟତା(ଏବେ ମନ୍ଥର ଗତିରେ ତାକୁ କ୍ଷୁର୍ଣ୍ଣ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି ଯଦିଓ) ଆଉ ଦଳର ଇଲେକ୍ସନ ଫ୍ଲୋର ମ୍ୟାନେଜମେଣ୍ଟ ଯୋଗୁ ବିଜେଡି ଏଥର ଭୋଟ ଜି୍ତିଗଲା, କିନ୍ତୁ ଟକକର ପ୍ରବଳ ଅନେକ ସ୍ଥାନରେ  । କାରଣ ବିଜେଡିର ଛାମୁଆ ସଂଗଠନ ପୂରା ନିଷ୍କ୍ରିୟ ହୋଇଯାଇଥିଲ  । ‘କା’ ମୁଖିଆରେ ଚାଲିଥିଲା ବିଜେଡିର ଛାମୁଆ ସଂଗଠନ ମହିଳା ବିଜେଡି, ଯୁବ ବିଜେଡି ଆଉ ଛାତ୍ର ବିଜେଡି  । ଝାମୁଆ ସଂଗଠନ ଆକ୍ଟିଭ ନଥିଲେ କି ଆକ୍ଟିଭିଟି ବି ନଥିଲା ଉପର ବର୍ଣ୍ଣିତ ବିଭିନ୍ନ କାରଣ ପାଇଁ ବିଜେଡି କ୍ଷମତାକୁ ଆସିଗଲା । ଆଗରୁ ସବୁବେଳେ ମ୍ୟାନେଜଡ ଅପୋଜିସନ କଂଗ୍ରେସ ନେତାଙ୍କୁ ଲଲିପପ ଧରାଇ ଉପରେ ନେତାଙ୍କୁ ବଶୀଭୂତ କରି(ଯାହା ରାଜନୀତି ପାଇଁ ଦରକାର) ନିରଙ୍କୁଶ ଭାବେ ଶାସନ କରିଚାଲିଲେ  । ଚତୁର୍ଥ ଚଳିଗଲା, ହେଲେ ପଞ୍ଚମ ସ୍ଥିତି ବଳିଗଲାଣି  । କାରଣ ନିର୍ବାଚନ ପରେ ରାଜନୈତିକ ଚିତ୍ର ବଦଳିଯାଇଛି  । ମୁଖ୍ୟ ବିରୋଧୀ ଆସନକୁ ଆସି ଯାଇଛି କେନ୍ଦ୍ରରେ ଶାସନ କରୁଥିବା ବିଜେଡି । ଯଦିଓ ବିଜେପି ବିଜେଡିର ନିକଟତର ହେବା ଘଟଣାକୁ ନେଇ  ବିଭିନ୍ନ ଚର୍ଚ୍ଚା ମୁଣ୍ଡ ଟେକିଲାଣି, ହେଲେ ନେତାଙ୍କ ବୟାନବାଜିରୁ ଆଉ କଂଗ୍ରେସ ମୁକ୍ତ ଭାରତ ଡାକରା ତଥା ଓଡିଶାର ମିଶନ ୧୨୦ ଡାକରା ଦେଇଥିବା ବିଜେପିର ଆଟିଚୁ୍ୟଡ  ଓ ମୁଡ୍ କାଇଁ ଲାଗୁନି ସେମାନେ ବିଜେଡିକୁ ଷଷ୍ଠପାଳି ଏମିତି ହାଲକାରେ ଛାଡିଦେବେ  । ଆଉ ସେମାନଙ୍କ ବିଭିନ୍ନ ଜିଲ୍ଲାରେ ସାଂଗଠନିକ ଶକ୍ତି ବୃଦ୍ଧି କରିବା ଘଟଣାକୁ ଦୃଷ୍ଟିରେ ରଖିଲେ ବିଜେଡି ପାଖରେ ଦୁଇଟି ବାଟ  । ବିଜେପି ପାଖରେ ‘ ଆତ୍ମ ସମର୍ପଣ’  ଅବା ଅସଜଡା ଦଳୀୟ ସଂଗଠନକୁ ବୃଦ୍ଧି  । ମହିଳା ଯଦିଓ ବିଜେଡି ପାଇଁ ସମସ୍ୟା ନ ହୋଇପାରେ, ଯେଉଁଭଳି ଭାବେ ଯୁବ ପିଢୀ ବିଜେପିକୁ ଆଡକୁ ଦୁର୍ବଳ ହେବାରେ ଲାଗିଛନ୍ତି ତେଣୁ ଯୁବ ଭୋଟରଙ୍କୁ ଧରିବା ପାଇଁ ଏବେ ଯୁବ ଓ ଛାତ୍ର ସଂଗଠନ ମଜଭୁତ ଲୋକ ହାତରେ ଦେବା ଆବଶ୍ୟକତା ରହିଛି  । ଯିଏ କି ରାଜ୍ୟ ସାରା ବୁଲି ଯୁବ ବିଜେଡି ଓ ଛାତ୍ର ବିଜେଡିକ ସଜାଡିପାରିବ ଓ ଦଳ ଠାରୁ ମୁହଁ ଫେରାଉଥିବା ଯୁବ ଓ ଛାତ୍ର ଭୋଟରଙ୍କ ବାନ୍ଧିକି ରଖିପାରିବ  । ମୁଖ୍ୟତଃ ଏବେ ଯୁବ ବିଜେଡି ପାଇଁ ଜଣେ ଟାଣୁଆ, ଗ୍ରହଣୀୟ ତଥା ଭଲ ଭାଷଣ ଦେଇ ଯୁବକମାନଙ୍କ ମୋଟିଭେଟ କଲାଭଳି ଯୁବନେତାଙ୍କୁ  ମୁଖିଆ କରାଯିବା ଊଚିତ  ।
 ବର୍ତ୍ତମାନ ଯୁବ ବିଜେଡି ସଭାପତି ଥିବା ଅମରେଶ ପତ୍ରୀ (ସିଲୁ)  ଜଣେ ଅନୂଗତ ତଥା ଦଳ ପାଇଁ ସମର୍ପିତ ଯୁବ ନେତା ।   ସେ ଦଳର ସବୁ ନିଷ୍ପତ୍ତିକୁ ସମ୍ମାନ ଦେଇଛନ୍ତି  । ହେଲେ  ଚତୁର୍ଥ ପାଳି ସଂଗଠନ ତାଙ୍କ  ନେତୃତ୍ୱରେ ଚଳିଗଲା  । ହେଲେ ଏବେ ଆଉ ଆଗକୁ ଚଳିବ ନାହିଁ। କାରଣ ଯଦି ଦଳକୁ ୨୦୨୪ ପର୍ଯ୍ୟନ୍ତ ବଞ୍ଚାଇ ରଖିବାକୁ ପଡିବ ବା ଦଳର ଅସ୍ତିତତ୍ୱ ବଞ୍ଚାଇବାକୁ ପଡିବ ତେବେ ଜଣେ  ଗ୍ରହଣୀୟ ଯୁବ ନେତାଙ୍କୁ ବିଜୁ ଯୁବ ସଭାପତି  କରିବାର ଆବଶ୍ୟକତା ରହିଛି  । ବର୍ତ୍ତମାନ ବିଭିନ୍ନ ଗଣମାଧ୍ୟମରେ ଯୁବ ସଭାପତି ପଦ ପାଇଁ  ଆଶୟୀ ନେତାମାନଙ୍କ ଖବର ବାହରୁଛି  । ହେଲେ ଦଳର ଭିତର ମହଲରୁ ଯାହା ନାମ ଶୁଣିବାକୁ ମିଳୁଛି ସେମାନ ହେଲେ ପୁୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡାଇ ।  ବର୍ତ୍ତମାନ ପରିସ୍ଥିତିରେ  ଏହି ଦୁଇ ନେତାଙ୍କ ନାମକୁ ଗୁରୁତର ସହ ଚିନ୍ତା କରାଯାଉଥିବା ବେଳେ  ବର୍ତ୍ତମାନ ଦଳ ପାଇଁ  ସୃଷ୍ଟି ହୋଇଥିବା ଆହ୍ୱାନକୁ ସାମନା କରିବା ଓ ପ୍ରତିପକ୍ଷରୁ ଶାଣିତ ଆକ୍ରମଣକୁ ତ୍ୱରିତ କାଉଣ୍ଟର କରିବାର ଦକ୍ଷତା ଥିବା ନେତାଙ୍କୁ ବିଜେଡି ଯୁବ ସଭାପତି   କରାଇବାର ଆବଶ୍ୟକତା  ରହିଛି । ତେଣୁ ବର୍ତ୍ତମାନ ଯୁବ ସଭାପତି ପାଇଁ ଚନ୍ଦ୍ର ସାରଥୀ ଓ  ପ୍ରୀତି ରଞ୍ଜନଙ୍କ ନାମ  ଜୋରଦାର ଚର୍ଚ୍ଚା ହେଉଛି । ଅବଶ୍ୟ ଆଉ କିଛି ବିଧାୟକଙ୍କ ନାଁ ଯୁବ ସଭାପତି ପଦ ପାଇଁ ଶୁଣା ଯାଉଛି । ସେମାନଙ୍କ ଭିତରେ ନବାଗତ ଭୁବନେଶ୍ୱର ଉତ୍ତର ବିଧାୟକ ବାପୁ ରାଉତଙ୍କ ନା ବି ଶୁଣାଯାଉଛି  । ମୋଟା ମୋଟି ଭାବେ ଜଣେ ଅଫେନସିଭ, ପ୍ରଗଳ୍ଭ, ସାଂଗଠନିକ ଦକ୍ଷତା ଥିବା ତଥା ଗ୍ରହଣୀୟ ଯୁବ ନେତାଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଯୁବ ସଭାପତି କରାଇପାରନ୍ତି  ।    

 

0
0
0
s2sdefault