ସଚେତନତା ହିଁ ଅଧିକାର: ଜଷ୍ଟିସ ସୁଶ୍ରୀ ସଂଜୁ ପଣ୍ଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ନ୍ୟାୟିକ ସେବା ସମସ୍ତଙ୍କ ପାଇଁ, ସରକାର ଓ ବିଚାର ବିଭାଗୀୟ ଅଧିକାରୀମାନେ ଏ ସମ୍ପର୍କରେ  ତୃଣମୂଳ ସ୍ତରରେ ବସବାସ କରୁଥିବା ଲୋକଙ୍କ ମନରେ ବିଶ୍ୱାସ ଜାଗ୍ରତ କରିବା ପାଇଁ କାର୍ଯ୍ୟ କରିବାକୁ ପଡିବ"


ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :-ନ୍ୟାୟିକ ସେବାକୁ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା ପାଇଁ ସରକାର ଓ ଅଦାଲତ ଉଭୟ କାର୍ଯ୍ୟକ୍ରମକୁ  ହାତକୁ ନେଇ ସାଧାରଣ ଜନତାଙ୍କୁ ସଚେତନ କରାଇ ଆସୁଛନ୍ତି | ଜନସାଧାରଣ ସଚେତନ ନ ହେଲେ ନ୍ୟାୟିକ ସେବାରୁ ବଞ୍ଚିତ ହୋଇ ନ୍ୟାୟ ପାଇବାରୁ ଦୁରେଇ ଯିବେ | ତେଣୁ ସଚେତନତା ହିଁ ଅଧିକାର ଓ ଏହା ଦାରିଦ୍ର୍ୟ ଦୂରୀକରଣରେ  ସହାୟକ ହୋଇପାରିବ ବୋଲି ରାଜ୍ୟ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ତଥା ରାଜ୍ୟ ଆଇନସେବା ପ୍ରାଧିକାରଣ କାର୍ଯ୍ୟକାରୀ ଅଧକ୍ଷା ସଞ୍ଜୁ ପଣ୍ଡା ମତବ୍ୟକ୍ତ କରିଛନ୍ତି |
 ଗତକାଲି ସ୍ଥାନୀୟ ମଦ୍ରିକାଲୋ ଭବନରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର୍ ମିଳିତ ଆନୁକୂଲ୍ୟରେ ଦାରିଦ୍ର୍ୟ ଦୂରୀକରଣ ଓ ଆଦିବାସୀଙ୍କ ଅଧିକାର ସମ୍ପର୍କିତ ସଚେତନତା ଶିବିର ଓ ମେଗା ଆଇନ ଶିବିର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଜଷ୍ଟିସ ସୁଶ୍ରୀ ପଣ୍ଡା ନିଜ ବକ୍ତବ୍ୟ ରଖିଥିଲେ | ନ୍ୟାୟିକ ସେବା ସମସ୍ତଙ୍କ ପାଇଁ ହୋଇଥିବାରୁ ସରକାର ଓ ବିଚାର ବିଭାଗୀୟ ଅଧିକାରୀମାନେ ଏ ସମ୍ପର୍କରେ  ତୃଣମୂଳ ସ୍ତରରେ ବସବାସ କରୁଥିବା ଲୋକଙ୍କ ମନରେ ବିଶ୍ୱାସ ଜାଗ୍ରତ କରିବା ପାଇଁ କାର୍ଯ୍ୟ କରିବାକୁ ପଡିବ ବୋଲି କହିଛନ୍ତି |  ଆହୁରି କହିଛନ୍ତି ଦାରିଦ୍ର୍ୟ ଓ ଆର୍ଥିକ ସ୍ୱଚ୍ଛଳ ନଥିବା ଲୋକଙ୍କୁ ଆଇନସେବା ପ୍ରତି ଆକୃଷ୍ଟ କରିବା, ଆଦିବାସୀଙ୍କ ଅଧିକାର ଉପରେ ସେମାନଙ୍କୁ ସଚେତନତା କରାଇବା ହିଁ ଆଇନ ସେବାର ମୂଳ ଉଦ୍ଦେଶ୍ୟକୁ ସାଧିତ କରିପାରିବ |  ଏହି ଅବସରରେ ସୁଦର୍ଶନ ତାଜନ ଓ ତାଙ୍କର କଳାକାର ମାନଙ୍କୁ ନେଇ ସଚେତନତା ନାଟକ ବହୁତ ସୁନ୍ଦର ଭାବରେ ପରିବେଷଣ କରାଯାଇଥିଲା, ଯାହା ଜନସାଧାରଣଙ୍କ ମନରେ ଆନନ୍ଦ ଉଲ୍ଲାସ ଭରିଯାଇଥିଲା | ଆହୁରି ମଧ୍ୟ ଲୋକଙ୍କୁ ସଚେତନତା କରାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ୨୨ଟି ଷ୍ଟଲ ଖୋଲାଯାଇଥିଲା |  ଜଷ୍ଟିସ ସୁଶ୍ରୀ ପଣ୍ଡା ସମସ୍ତ ଷ୍ଟଲକୁ ବୁଲି ଅନୁଧ୍ୟାନ କରିଥିଲେ | ସ୍ଥାନୀୟ ସର୍କିଟ ହାଉସଠାରେ ଜଷ୍ଟିସ ସୁଶ୍ରୀ ପଣ୍ଡାଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଆରକ୍ଷୀ ଅଧିକ୍ଷକ ସୌମ୍ୟା ମିଶ୍ର, ଓକିଲ ସଂଘର ସଭାପତି ଦୁଷ୍ମନ୍ତ ନାଏକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସ୍ୱାଗତ କରିଥିଲେ | ତାପରେ ଜିଲ୍ଲା ଅଦାଲତର୍ ପଛପଟରେ ନୂତନ ଭାବେ ନିର୍ମିତ ହୋଇଥିବା ଏ. ଡ଼ି. ଆର ସେଣ୍ଟର କାର୍ଯ୍ୟାଳୟକୁ ଫିତାକାଟି ଜଷ୍ଟିସ ସୁଶ୍ରୀ ପଣ୍ଡା ଉଦ୍ଘାଟନ କରିଥିଲେ |

0
0
0
s2sdefault