ଜୀବନର ଦୋଛକିରେ ସଂଘର୍ଷ କରୁଛନ୍ତି ଅସିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭେଟି ଆଶ୍ୱାସନା ଦେଲେ ଆଉ ଅଭାବୀ ମା,ବାପାଙ୍କୁ ସହାୟତାର ପ୍ରତିଶୃତି ଦେଲେ କୁସୁମ

ସୁନ୍ଦରଗଡ଼:- ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲର ଜରୁରୀକାଳୀନ ବିଭାଗ ୮ନମ୍ବର ବେଡ଼ରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଅସିତ ପ୍ରସାଦ(୧୮)ଙ୍କୁ ଆଜି ଭେଟିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମ| ତା ସହିତ ଭାଙ୍ଗି ପଡ଼ିଥିବା ଅଭାବୀ ମା ବାପାଙ୍କୁ ଶ୍ରୀ କୁସୁମ ସାନ୍ତ୍ଵନା ଦେବା ସହିତ ଅସିତର ଚିକିତ୍ସା ନିମନ୍ତେ ଯଥାସମ୍ଭବ ସହାୟତା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି| ଆଜି ସମାଜସେବୀ ଶ୍ରୀ କୁସୁମ ଅସିତକୁ ଭେଟିବା ପରେ ଭାଙ୍ଗି ପଡ଼ିଥିବା ବାପା,ମା କିରଣ କୁମାର ପ୍ରସାଦ ଓ ମଞ୍ଜୁ ପ୍ରସାଦଙ୍କ ସମ୍ଭାବନାର ଆଶା କଅଳିଥିବା ବେଳେ ପୁଅ ସୁସ୍ଥହୋଇ ଘରକୁ ଫେରିବାର ଆଶା ଉଦ୍ରେକ ହୋଇଛି| ବେଡ଼ରେ ପଡି ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଅସିତ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ମନରେ ଖୁନ୍ଦି ହୋଇଥିଲା ଅନେକ ଆଶା| ଭଲ ପାଠ ପଢିବେ,ବଡ ମଣିଷ ହେବେ,ଅଭାବୀ ବାପା ମାର ସବୁତକ ଦୁଃଖକୁ ଦୁର କରିଦେବେ| ଏମିତି କାହିଁ କେତେ ଅସୁମାରୀ ସ୍ବପ୍ନ ଖୁନ୍ଦି ହୋଇଥିଲା ଅସିତଙ୍କ କଁଅଳ ମନରେ| ହେଲେ ସେ ସବୁ ଆଶା କିନ୍ତୁ ଏବେ ମଉଳି ଗଲାଣି| ଦିନେ ବାପା ମାଙ୍କ ଶ୍ରବଣ କୁମାର ହେବାକୁ ସ୍ବପ୍ନ ଦେଖୁଥିବା ଅସିତ ଏବେ ନିଜେ ଅପାରଗ ହୋଇ ଯାଇଛନ୍ତି| ତାଙ୍କ ଦୁଇଟିଗୋଡ଼ କଟା ଯାଇଛି| ଏଠାରେ ସୂଚନାଯୋଗ୍ୟ ଯେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଅସିତ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ର ଥିବା ବେଳେ ପାଠ ପଢିବା ପାଇଁ ସାଙ୍ଗ ମାନଙ୍କ ସହିତ ଇଲେକ୍ଟ୍ରି ଓୟାରିଂ କାମ କରୁଥିଲେ| ହେଲେ ଜୁଲାଇ ୧୬ତାରିଖରେ ଏକ ଘରୋଇ ଇଲେକ୍ଟ୍ରି ଓୟାରିଂ କାମ କରୁଥିବା ବେଳେ ଘର ଉପରେ ଯାଇଥିବା ୧୧କେଭି ଇଲେକ୍ଟ୍ରି ଲାଇନରେ ଦୁର୍ଭାଗ୍ୟ ବଶତଃ ଆସି ଗୁରୁତର ହୋଇଥିଲେ ଅସିତ| ତା ପରେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେଭର୍ତ୍ତି କରାଯାଇଥିଲା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ ସେଣ୍ଟର ନ ଥିବାରୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତରିତ କରାଗଲା ପୁଣି ବୁର୍ଲା ମେଡିକାଲ ରୁ  ଇସ୍ପାତ ଜେନେରାଲ ହସ୍ପିଟାଲ ରାଉରକେଲା କୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି| ଡାକ୍ତରଙ୍କ ସମସ୍ତ ଉଦ୍ୟମ ପରେ ଅସିତକୁ ଦୁଇଟି ଗୋଡ ହରାଇବାକୁ ପଡିଛି| ଅସିତର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇବା ପାଇଁ ସମାଜସେବୀ ଶ୍ରୀ କୁସୁମ ଜନସାଧାରଣଙ୍କୁ ନିବେଦନ କରିଛନ୍ତି |


0
0
0
s2sdefault