କଦଳୀଗଡ଼ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପାଣ୍ଠି ସଂଗ୍ରହ ଅଭିଯାନର ଶୁଭାରମ୍ଭ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 


ରେଢ଼ାଖୋଲ / ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କଦଳୀଗଡ଼ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ନଭେମ୍ବର ୨୦୧୯ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବାକୁ ସ୍ଥିର ହୋଇଯାଇଛି I ଉକ୍ତ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପାଣ୍ଠି ସଂଗ୍ରହ ଅଭିଯାନ ଶୁଭାରମ୍ଭ ହୋଇଯାଇଛି I ସୁବର୍ଣ୍ଣ ଜୟନ୍ତୀ କମିଟୀ ର ସଭାପତି ଶ୍ରୀଯୁକ୍ତ ଭାଗରଥି ବାରିକଙ୍କ ଉପସ୍ଥିତି ରେ ବିଦ୍ୟାଳୟର ୧୯୭୩ ମସିହାରେ ପଢ଼ୁଥିବା ପ୍ରଥମ ବ୍ୟାଚ୍ ର ପୁରାତନ ଛାତ୍ରଛାତ୍ରୀ ଗଣ ଆଜି କୋଡ଼ିଏ ହଜାର ଟଙ୍କା ସୁବର୍ଣ୍ଣ ଜୟନ୍ତୀ କମିଟି କୁ ପ୍ରଦାନ କରିଥିଲେ I ତାପରେ ୧୯୭୪ ମସିହା ର ଦ୍ୱିତୀୟ ବ୍ୟଚ୍ ର ପୁରାତନ ଛାତ୍ରଛାତ୍ରୀ ଗଣ ଛଅ ହଜାର ଟଙ୍କା ସୁବର୍ଣ୍ଣ ଜୟନ୍ତୀ କମିଟି କୁ ପ୍ରଦାନ କରିଥିଲେ I ଉକ୍ତ ପାଣ୍ଠି ସଂଗ୍ରହ ବେଳେ ପୁରାତନ ଛାତ୍ର ଚକ୍ରଧର ପ୍ରଧାନ ,ଗୁଣନିଧି ସାହୁ , ସତ୍ରୁଘ୍ନ ସ୍ୱାଇଁ ,ପର୍ଶୁରାମ ମହାଖୁଡ ,ପ୍ରହ୍ଲାଦ ସାହୁ ,ଜଗନ୍ନାଥ ପ୍ରଧାନ , ଭୁବନେଶ୍ୱର ପ୍ରଧାନ ,ହାଡିବଂଧୁ ପ୍ରଧାନ , କଦଳୀଗଡ ଗ୍ରାମପଞ୍ଚୟତର ସମିତି ସଭ୍ୟ ଧର୍ମେନ୍ଦ୍ର କଆଁର ପ୍ରମୁଖ ଉପସ୍ଥିତ ଥିଲେ I



0
0
0
s2sdefault