ବସ ଧକ୍କାରେ ସାଇକେଲ ଆରୋହୀ ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୁରଭଂଜ ଜିଲ୍ଲା ବେତନଟୀ ଥାନା ଜାତୀୟ ରାଜପଥ ର ରାଗଧା ଛକରେ ବସ ଧକ୍କାରେ ସାଇକେଲ ଆରୋହୀ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣଙ୍କ ହେଲେ ସୁରେଇଡ଼ିହି ଗ୍ରାମର ବନମାଳୀ ମହାନ୍ତ। ବନମାଳୀ ନିଜର କୌଣସି ଏକ କାର୍ଯ୍ୟ ପାଇଁ ରାଗଧା ଛକ କୁ ଯାଉଥିବା ସମୟରେ ଏକ ଯାତ୍ରୀବାହୀ ବସ ପଛପଟୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ବନମାଳୀ ମୃତ୍ୟୁ ବରଣ କରିଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବା ସହ ମୃତକ ଙ୍କ ପରିବାର ବର୍ଗକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାଜପଥ ଅବୋରଧ କରିଛନ୍ତି। ଫଳରେ ଖବର ଲେଖା ହେବ ଯାଏ ଉଭୟ ପଟୁ ଗାଡି ଚଳାଚଳ ବନ୍ଦ ରହିଛି।

0
0
0
s2sdefault