ପାଣ୍ଡିଆନଙ୍କ ବଢୁଛି ଟିଆରପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଗତ ୨୦ବର୍ଷ ଧରି (ମାନେ କିଛି ମାସ କମ) ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି | ସେଠୀତୁ ବିଜେପି ବି ୯ ବର୍ଷ କାନ୍ଧ କୁ କାନ୍ଧ ଲଗାଇ ଶାସନ କ୍ଷମତାରେ ଥିଲା | ବର୍ଷେ ଦି ବର୍ଷ ନୁହଁ, ସେଇ ୯ ବର୍ଷ ସରକାରକୁ କିଏ ଚଳାଉଥିବା ତାହା ବଜେପିକୁ ଜଣା ଥିବା ନିଶ୍ଚୟ | ସେତେବେଳେ ଜଣେ ଭଲ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁଙ୍କୁ ପ୍ରଶଂସାରେ ପୋତି ପକାଉଥିଲା | ହେଲେ ଏବେ ଗତ କିଛି ବର୍ଷ ହେଲା ସରକାର ପାଣ୍ଡିଆନ ବାବୁ କିଏ ଜଣେ ଚଳାଉଛନ୍ତି ବୋଲି ବିଜେପି କହୁଛି ଆଇ ବେଳେ ବେଳେ କଂଗ୍ରେସ ବି କହୁଛି | ଓଡ଼ିଶାର ନେତା ମାନେ ନବୀନ ବାବୁଙ୍କୁ ତୁଚ୍ଛ ବା ସଖି କଣ୍ଢେଇ ବୋଲି କହିବା ସହ ପାଣ୍ଡିଆନ ସାହେବଙ୍କୁ ଅସଲ ମୁଖ୍ୟମନ୍ତ୍ରୀ ବୋଲି ଅଭିହିତ କରି ଆସୁଛନ୍ତି | ଫଳରେ ପାଣ୍ଡିଆନ ବାବୁଙ୍କ ଗୁରୁତ୍ୱ ବଢି ଚାଲିଥିଲା |ହେଲେ ଏ ସବୁ ରାଜ୍ୟ ଭିତରେ ଆଉ ରାଜ୍ୟ ଭିତର ଲୋକଙ୍କ ଭିତରେ ସୀମିତ ଥିଲା | ବିଜେପିର ଜାତୀୟ ନେତା ପ୍ରଧାନମନ୍ତ୍ରୀ ବା ବିଜେପି ସଭାପତିଙ୍କ କମେନ୍ଟ ଅଫିସର ଶାସନ ଚଳାଉଛନ୍ତି ବୋଲି ସୀମିତ ଥିଲା | ଏମିତି ଦେଖିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ କିଛି ଅଫିସର ଓ ପରାମର୍ଶଦାତା ପରିଚାଳିତ କରୁଛନ୍ତି | ଏହା ଚିରାଚରିତ କଥା | ଅବଶ୍ୟ ଓଡ଼ିଶାରେ ଟିକେ ଅଧିକ ହେଇଥାଇ ପାରେ | ତେବେ କେହିତ କେବେ ଦେଶ କିଛି ଅଫିସର ଚଳାଉଛନ୍ତି ବୋଲି ଅଭିଯୋଗ କରନ୍ତି ନାହିଁ | ଟାର୍ଗେଟ କରନ୍ତି ପ୍ରଧାନମନ୍ତ୍ରୀଙ୍କୁ |  ହେଲେ ଓଡ଼ିଶାରେ ବିରୋଧୀ ଦଳର ଟାର୍ଗେଟ ରେ ଜଣେ ଆଫିସର  ଶ୍ରୀ ପାଣ୍ଡିଆନ | ଆଉ ସେ ଜଣେ ଟାଣୁଆ ଅଫିସର, ଦକ୍ଷ ସଂଗଠକ ବୋଲି ପ୍ରମାଣିତ ହୋଇଯାଉଛି ବିରୋଧୀ ଦଳଙ୍କ ବୟାନ ବାଜିରୁ | ଆଗରୁ ଯଦିଓ ଏ ବୟାନ ବାଜି ରାଜ୍ୟ ନେତାଙ୍କ ଭିତରେ ସୀମିତ ଥିଲା, ଏବେ ଧୀରେ ଧୀରେ ଜାତୀୟ ସ୍ତରର ନେତା ମାନେ କହିବା ଆଉ ମାନିବା ଆରମ୍ଭ କଲେଣି ହେ ନବୀନ ବାବୁ କିଛି ଜାଣନ୍ତିନି, ସବୁ କରନ୍ତି ବା ରାଜ୍ୟ ଚଲାନ୍ତି ପାଣ୍ଡିଆନ ବୋଲି କେହି ଜଣେ ଅଫିସର | ଆଉ ଏମିତି କହି କହି ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ାଇ ଚାଲିଛନ୍ତି |


ଓଡ଼ିଶାରେ ବିଜେପିର ସକ୍ରିୟ ସଦସ୍ୟ ହେବ ପରେ  ବିଜେପିର ପ୍ରମୁଖ ରାଷ୍ଟୀୟ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବି ଗଣମାଧ୍ୟମକୁ ଦେଇଥିବା ତାଙ୍କର ମନ୍ତବ୍ୟରେ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ାଇଛନ୍ତି | ପାଣ୍ଡୀଆନ ଙ୍କୁ ସର୍ବେସର୍ବା ବୋଲି ଦର୍ଶାଇଛନ୍ତି | ଖାଲି ଅଫିସର ରାଜ ଚାଲିଛି ବୋଲି କହିଦେଇଥିଲେ ଚାଲିଥାନ୍ତା | ହେଲେ ସେ କାଟାଗୋରିକାଲି କହିଲେ" ନବୀନ ବାବୁ କିଛି ବୁଝୁ ନାହାନ୍ତି, କେହି ଜଣେ ପାଣ୍ଡିଆନ ନାମକ ଅଫିସରସବୁ ଚଳାଇଛନ୍ତି | ତେଣୁ ଏପରି କହି ମୋଟାମୋଟୀ ଭାବେ ଏ ରାଜ୍ୟର ପରିଚାଳନା ପାଣ୍ଡିଆନ ବାବୁ କରୁଛନ୍ତି ବୋଲି ମତ ରଖିଛନ୍ତି ଶିବରାଜ | ସୋସିଆଲ ମିଡିଆରେ କିଏ କହିଦେଲା ବା କୁଜିନେତା ବା ରାଜ୍ୟନେତା କିଏ କହିଦେଲା ତାହା ଏତେ ଦୁରୁତ୍ବ ରଖେନି | ହେଲେ ଶିବରାଜଙ୍କ ଭଳି ଜାତୀୟ ସ୍ତରର ବିଜେପି ନେତାଙ୍କ ମୁହଁରେ ପାଣ୍ଡିଆନ ବାବୁଙ୍କ ପ୍ରଭୁତ୍ୱକୁ ଏତେ ଗୁରୁତ୍ୱ ମାନେ ପାଣ୍ଡିଆନ ବାବୁଙ୍କ ବାସ୍ତବିକ ଦମ ଥିବ | ପାଣ୍ଡିଆନ ବାବୁଙ୍କୁ ଗୁରୁତ୍ୱ ଦିଆ ଯିବା ବା ଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାରରେ ଜଣେ ଅଧିକାରୀଙ୍କୁ ଶ୍ରେୟ ଦେବା  ଗୁରୁତ୍ୱ ବହନ କରେ | ତେଣୁ ବିଜେପିର ଟାର୍ଗେଟ ଆଉ ନବୀନ ନୁହନ୍ତି, କାରଣ ସେ କିଛି କରୁନାହାନ୍ତି | କରୁଛନ୍ତି ସବୁ ପାଣ୍ଡିଆନ ବାବୁ | ମାନେ ପାଣ୍ଡିଆନ ବାବୁଙ୍କ ତିଆରପିକୁ ପଦେ କଥାରେ ଆକାଶ ଛୁଆଁ କରିଦେଲେ | ତେଣୁ ବାକି ଆଉ ଖାଲି ଶୁଣିବାକୁ ବୋକୀ ରହିଲା ବଙ୍କେଇ ଟଙ୍କେଇ ନକହି ବିଜେପି କେବେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରୁଛି !!!! 

0
0
0
s2sdefault