ଜଗତସିଂହପୁର:ନାରୀକେଳ ଚାଷ ସମ୍ପର୍କିୟ ଜିଲ୍ଲା ସ୍ତରୀୟ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଟାଉନହଲ୍(ନିମାଇଁ ଭବନ)ପରିସରରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓରମାସ୍ ଆନୁକୁଲ୍ୟରେ ବୈଗ୍ୟାନିକ ଓ ବୈଷୟିକ ପଦ୍ଧତିରେ ମୂଲ୍ୟଯୁକ୍ତ ନାରିକେଳ ସଂମ୍ପର୍କରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉଦଘାଟନ କରିବା ସହ ମୁଁ ବହୁତ ଖୁସି ଆମ ଜିଲ୍ଲାରେ ନଡ଼ିଆ ଚାଷ ଓ ଏହାର ମୂଲ୍ୟଯୁକ୍ତ ଉତ୍ପନ୍ନ ଦ୍ରବ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର ମେଳା ମହୋତ୍ସବରେ ବିକ୍ରୟ ହେଉଛି।ଏହି ଉତ୍ପନ୍ନ ଦ୍ରବ୍ୟକୁ ଜଗତସିଂହପୁର ଜିଲ୍ଲା ବ୍ରାଣ୍ଡରେ ବାହାରକୁ ଛଡାଯିବ।ଆମର ଜୀବନ,ସଂସ୍କୃତି,ଐତିହ ଓ ଧର୍ମ ସହିତ ନଡ଼ିଆ ଜଡିତ ।ନଡ଼ିଆ ବିଭିନ୍ନ  ଦେବାଦେବୀଙ୍କ ମନ୍ଦିରରେ ଭୋଗଲାଗି କରାଯାଇଥାଏ।ଏହି ନଡିଆକୁ ବ୍ୟବସାୟିକ ଢଙ୍ଗରେ ଚଷକରି ଜୀବନ ଜୀବିକାରେ ଉନ୍ନତି ଆଣିବା ଆବଶ୍ୟକ।ନଡିଆରୁ ପ୍ରସ୍ତୁତ ପିଠା,ପଣା,କୋରା,ତେଲ,ଆଚାର,ବିସ୍କୁଟ ଆଦି ପ୍ରସ୍ତୁତ ହୋଇଥାଏ।ଆମ ଜିଲ୍ଲାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୬୦ହଜାର ଉନ୍ନତ କିସମର ନଡିଆ ଚାରା ଯୋଗାଇ ଦିଆଯିବ।ନାବାର୍ଡ ସହାୟତାରେ ନଡିଆ ଚାଷୀଙ୍କୁ ପର୍ଯ୍ୟାପ୍ତ ଋଣ ଯୋଗାଇ ଦେବାକୁ ଏ ଡି ଏମ ନାବାର୍ଡଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ପ୍ରଫେସର ଶରତ ଚନ୍ଦ୍ର ସାହୁ ଯୋଗଦେଇ ବୈଗ୍ୟାନିକ ଓ ବୈଷୟିକ ପଦ୍ଧତିରେ ନଡ଼ିଆ ଚାଷ କଲେ କିପରି ଅଧିକ ଉତ୍ପାଦନ ହୋଇଥାଏ ସେ ସଂପର୍କରେ ପ୍ରାମାଣିକ ଚିତ୍ର ମାଧ୍ୟମରେ ବର୍ଣ୍ଣନା କରିଥିଲେ।ନଡ଼ିଆଗଛ ୬୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ ଅମଳ ଦିଏ।୧୫ ବର୍ଷଠାରୁ ଏହା ନିୟମିତ ଫଳ ପ୍ରଦାନ କରେ।ନଡିଆ ଗଛର ସଠିକ୍ ଯତ୍ନ ନିଆଯାଉନାହିଁ।ସଠିକ୍ ଯତ୍ନ ନେଲେ ଏହା ଦୁଇତିନି ବର୍ଷରେ ଦ୍ୱିଗୁଣା ଫଳ ଦିଏ।ଜାତୀୟ ସ୍ତରରେ ନଡିଆ ଏକ ହେକ୍ଟର ଜମିରେ ୧୧୪୧୮ଟି ଫଳ ଦେଉଥିବା ବେଳେ ଓଡିଶାରେ ୬୪୧୧ଟି ଫଳ ଅମଳ ହୁଏ।ତାମିଲନାଡୁ,ଗୁଜୁରାଟ,କେରଳ,କର୍ଣାଟକ ଓ ପଶ୍ଚିମବଙ୍ଗରେ ଅଧିକ ନଡିଆ ଉତ୍ପାଦନ ହୁଏ।ସୁପର ସାଇକ୍ଲୋନ୍,ଫାଇଲିନ୍,ହୁଡହୁଡ୍ ଓ ଫନି ବାତ୍ୟାରେ ନଡିଆ ଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏହି କର୍ମଶାଳାରେ ସି ଟି ସି ଆର ଆଇର ପ୍ରଫେସର ଡଃ ସୁଶାନ୍ତ କୁମାର ଜଟ ଯୋଗଦେଇ ନଡିଆ ଗଛ ବ୍ୟବଧାନରେ କନ୍ଦ ଫସଲ ଚାଷ ସମ୍ପର୍କରେ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ଏ.ଡି.ଏମ୍.ନାବାର୍ଡ ବିଶ୍ୱ ଭୂଷଣ ମହାନ୍ତି,ସେଣ୍ଟ୍ରାଲ କୋକୋନଟ୍ ଡେଭଲପମେଣ୍ଟ ବୋର୍ଡର ଆକାଉଣ୍ଟାଟ ସସ୍ମିତା ପଲେଇ,ଏଲ୍.ଡି.ଏମ୍.ସତିଶ କୁମାର ପାତ୍ର,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ,ସହକାରୀ ଉଦ୍ୟାନବିତ୍ ଅଙ୍କିତା ମିଶ୍ର ପ୍ରମୂଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।ଓରମାସ୍ ଡେପୁଟି ସିଇଓ ସତ୍ୟ ସୁନ୍ଦର ଶିବରାମ ପାଇଟାଲ ଏହି କର୍ମଶାଳାକୁ ପରିଚାଳନା କରିଥିଲେ।ବାଲିକୁଦା ବ୍ଲକର ଜୟଜଗନ୍ନାଥ ପ୍ରଡ୍ୟୁସର ଗୃପଦ୍ୱାରା ନଡିଆରୁ ପ୍ରସ୍ତୁତ ତେଲ,ଆଚାର,ବିସ୍କୁଟ୍,ଚକୋଲେଟ୍,କାକରା ଓ ନଡିଆ ପିଠାର ପ୍ରଦର୍ଶନୀ କୁ ବୁଲିଦେଖିଥିଲେ।ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏଥିରେ ଅଂଶଗ୍ରହଣ କରିଥିଲେ।ଓରମାସ୍ ର ପ୍ରଭାତ କୁମାର ଦାଶ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବାଲିକୁଦା ଡି. ପି. ଏମ୍ ପ୍ରତାପରୁଦ୍ର ନନ୍ଦ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓରମାସ୍ ଡେପୁଟି ସିଇଓ ସତ୍ୟ ସୁନ୍ଦର ଶିବରାମ ପାଇଟାଳ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault