କୃତି ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କଲା ଜେକେ ପେପର ମିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ରାୟଗଡା( ସରୋଜ କୁମାର ସାହୁ) ଏସିଆ ମହାଦେଶର ସର୍ବ ବୃହତ ଜେକେ କାଗଜ କଳ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀ  ମାନଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଜେକେ କାଗଜ କଳରେ କାମ କରୁଥିବା ଶ୍ରମିକ ଠାରୁ ଅଫିସର ପର୍ଯ୍ୟନ୍ତ ଯେଉଁ ପିଲା ମାନେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ପିଲାଙ୍କୁ ୨୦୦୮ ମସିହା ଠାରୁ ଏହି ଛାତ୍ର ବୃତି ଅର୍ଥ ମିଳିଥାଏ । ଚଳିତ ବର୍ଷ ୪୨ ଜଣ ଛାତ୍ରଛାତ୍ରୀ  ମାନଙ୍କୁ  ୫ ଲକ୍ଷ ୮୩ ହଜାର ୮୦୦ ଶହ ଟଙ୍କା ପ୍ରଦାନ କରାଯାଇଛି । ଇଂଜିନିୟର, ଏମବିଏ, ଏମ ଟେକ, ପିଏଚଡି, ଏମବିବିଏସ ଓ ଆଇଟିଆଇ ଇତ୍ୟାଦି ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ରାଶି ପ୍ରଦାନ କରାଯାଇଥାଏ ବୋଲି ଲୋକସମ୍ପର୍କ ଅଧିକାରୀ ସୁନୀଲ କୁମାର ନାଥ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜେକେ କାଗଜ କଳର  ଉପ-ସଭାପତି (ୱାର୍କସ୍) ଶ୍ରୀ ପବନ କୁମାର ସୁରୀ ଓ ମୂଖ୍ୟ ବକ୍ତା ଭାବେ ମହିଳା ମଣ୍ଡଳ ସଭାପତି ଶ୍ରୀମତି ବେଲା ସୁରୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ କେଉଁଭଳି ଭାବେ ଉନ୍ନତି ଘଟିବା ସହ ଜେକେ କାଗଜ କଳ ଓ ଜିଲ୍ଲାର ନାମକୁ କି ଭଳି ଭାବେ ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିପାରିବେ ତା ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜେକେ କାଗଜ କଳର ହରିହର ଖମାରୀ, ଶୁସମବିତ ସାହୁ, ଅମିତ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ ।  


0
0
0
s2sdefault