ନିଶା ବ୍ୟବସାୟୀଙ୍କ ନିଦ ହଜେଇ ଦେଇଛି ବରଗଡ଼ ପୋଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-ଜିଲ୍ଲାର ଯୁବସମାଜ କୁ ନିଶା ଗ୍ରସ୍ତ କରାଇ ନିଜର ପକେଟ ଭରୁଥିବା ନିଶା ବ୍ୟବସାୟୀ ଙ୍କର ପାଇଁ ବରଗଡ଼ ପୋଲିସ ବର୍ତମାନ କାଳ ସାଜିଛି ।  ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ଧରି ଜିଲ୍ଲା ପୋଲିସ ତରଫରୁ ଅବୈଧ ନିଶା ବ୍ୟବସାୟୀ ବ୍ୟାପକ ଭାବରେ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉ ଫଳରେ ଯଦିଓ ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ ହେଇନାହିଁ ଏହା ସତ ଯେ ଅନେକ ପରିମାଣ ରେ କମି ଯାଇଛି । ଜିଲ୍ଲା ପୋଲିସ ବିଗତ ଦିନରେ ପାଇକମାଲ , ପଦ୍ମପୁର , ବରଗଡ଼ , ଗାଇସିଲେଟ , ମେଲଚାମୁଣ୍ଡା ,ଅଂଚଳରୁ 10ରୁ ଅଧିକ ନିଶା ବ୍ୟବସାୟୀ ଙ୍କର ଠାରୁ ବିପୁଳ ପରିମାଣରେ କଫ ସିରଫ ଓ ନିଶା ବଟିକା ଜବତ କରିବା ସହିତ 10 ରୁ ଉର୍ଦ୍ଧ୍ବ ନିଶା ବ୍ୟବସାୟୀ ଙ୍କୁ ଗିରଫ କରି ମାମୁ ଘର ଦର୍ଶନ କରାଇ ସରିଛି । ପୋଲିସ ର ଏହି ପଦକ୍ଷେପ ଫଳରେ ନିଶା ବ୍ୟବସାୟୀ ଙ୍କର ଭିତରେ ଭୟ ସୃଷ୍ଟି ହେବାରେ ଲାଗିଛି ।  ବୁଦ୍ଧିଜୀବୀ ମାନେ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହିତ  ଜିଲ୍ଲା ରୁ ନିଶା କାରବାର କୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବା ପାଇଁ ପୋଲିସ ଆହୁରି ଦୃଢ଼ ପଦକ୍ଷେପ ଗ୍ରହଣ କରିବ ବୋଲି ଆଶା ପୋଷଣ କରିଛନ୍ତି ।

0
0
0
s2sdefault