ମାଟି କାଦୁଆରେ ଲୋକଙ୍କ ସହ ମିଶି ତଳି ରୋଇଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ  : ଯେ କୋଣସି କାର୍ଯ୍ୟ  ପୁରଣ କରିବା ପାଇଁ ମନ ଭିତରେ ଆଶା ଓ ଆକାଂକ୍ଷା ଭରି ରହିଲେ ତାହା କାର୍ଯ୍ୟରେ କରି ଦେଖାଇବା ପାଈଁ  ମନ  ଭିତରେ  ନିଶ୍ଚିତ  ଆଗ୍ରହ  ସୃଷ୍ଟି କରିଥାଏ । ଏଥିପାଇଁ ସେତିକି ବେଳେ ନିଜର ବ୍ୟକ୍ତିତ୍ୱ କି ପଦ-ପଦବୀରେ ଥିଲେ ମଧ୍ୟ  ସମ୍ପୁର୍ଣ୍ଣ ଭାବେ  ତାହା ଫିକା ପଡ଼ି ଯାଇଥାଏ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲା ଭାଜପା:ର ବରିଷ୍ଠ ନେତ୍ରୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରାଙ୍କ ଠାରେ ।  ଯାହାକି ଏକ କାଦୁଅ ଭରା ଚାଷ ଜମିରେ ମହିଳା ଶ୍ରମିକ ମାନଙ୍କ ସହ ସାମିଲ ହୋଇ  ଧାନତଳି ରୋଉ ଥିବା ଦେଖିବାକୁ ମିଳିଥିଲା ।
   ଆଜି  ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବେହେରା କାଶୀନଗର କ୍ଷେତ୍ର ପରିଦର୍ଶନରେ ଯାଉଥିବା ବେଳେ ରାସ୍ତା ପାର୍ଶ୍ଵ ଚାଷ ଜମିରେ ମହିଳା ଶ୍ରମିକ ମାନେ  ଧାନତଳି ଧରି ରୁଆକାର୍ଯ୍ୟ କରୁଥିବା ଦେଖିଥିଲେ । ଏହି ରୁଆ କାର୍ଯ୍ୟ ଦେଖି ତାଙ୍କ ମନରେ ମଧ୍ୟ ଆଶା ଓ ଆଗ୍ରହ ସୃଷ୍ଟି ହେଲା ଯେ ସେ ମଧ୍ୟ ସେହି ଚାଷ ଜମିକୁ ଯାଇ ମହିଳା ମାନଙ୍କ ସହ ସାମିଲ ହୋଇ ଧାନ ତଳି ରୋଇବେ । ତତକ୍ଷଣ।ତ ସେ  ରାସ୍ତା ପାର୍ଶ୍ୱରେ ଗାଡି ରଖି ଦେଇ  କାଦୁଅ ଭରା  ଚାଷ ଜମିକୁ ଯାଇ ମେଞ୍ଚେ ଧାନ ତଳି ଧରି ଆରମ୍ଭ କରିଦେଇଥିଲେ  ରୁଆ କାର୍ଯ୍ୟ । ପ୍ରାୟ ୧୫ ମିନିଟ ଧରି ଚାଷ ଜମିରେ ମହିଳା ମାନଙ୍କୁ ସହ ସୁଖଦୁଃଖ ହୋଇ ତଳି ଧରି ରୁଆ କାର୍ଯ୍ୟ କରିଥିଲେ।
     ଧାନତଳି ଧରି ଚାଷ ଜମିରେ ରୋଇବା ସମ୍ପର୍କରେ ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଥିଲେ ଯେ , ମୁଁ କାଶୀନଗର ଫିଲ୍ଡ଼ ଭିଜିଟ ରେ ଯାଉଥିବା ବେଳେ  ରାସ୍ତା ପାର୍ଶ୍ୱରେ ମହିଳାମାନେ ଚାଷ ଜମିରେ ଧାନତଳି ଧରି ରୁଆକାର୍ଯ୍ୟ କରୁଥିବା ଦେଖି  ମୋ ମନରେ ମଧ୍ୟ ତାହା କରିବା ପାଈଁ ଇଛା ଓ ଆଗ୍ରହ ସୃଷ୍ଟି କରିଥିଲା । ଚାଷୀମାନେ ଦେଶର ମେରୁଦଣ୍ଡ ସଦୃଶ । କେତେ କଷ୍ଟ ପଡ଼ି ସେମାନେ ଆମକୁ ଖାଦ୍ୟ ଯୋଗାଇଦେବା କ୍ଷେତ୍ରରେ ବହୁତ ଉପକାର କରୁଛନ୍ତି । ଅନ୍ୟପକ୍ଷରେ ମୁଁ କେବେ ହେଲେ ଏଭଳି ରୁଆକାର୍ଯ୍ୟ କରିନଥିଲି । ହେଲେ ମହିଳା ମାନଙ୍କ ଧାନତଳି ରୁଆକାର୍ଯ୍ୟ ଦେଖି ମୋତେ ମଧ୍ୟ ସେଇଭଳି କରିବାକୁ ଇଛା ଓ ଆଗ୍ରହ ହେବାରୁ ମୁଁ ସେମାନଙ୍କ  ସହ ମଶିରୁଆକାର୍ଯ୍ୟ କରିଥିଲି ।ଏହା ମୋତେ ବହୁତ ଭଲ ଲାଗିଲା , ଯାହାହେଉ ,ବିଳମ୍ବରେ ବର୍ଷା ଆସିଥିଲେ ମଧ୍ୟ ଚାଷ କାର୍ଯ୍ୟକୁ ଆଗେଇ ନେବା ଉଦ୍ଦେଶ୍ୟରେ  ଚାଷୀ ଓ କୃଷି ଶ୍ରମିକ ମାନଙ୍କୁ ଉତ୍ସାହିତ କରିବା ପାଈଁ ସେମାନଙ୍କ ସହ ରୁଆକାର୍ଯ୍ୟରେ ସାମିଲ ହୋଇଥିବା କହିଥିଲେ ।

0
0
0
s2sdefault