ହେଡଲାଇନସ୍:

କାଶୀନଗର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ତିରୁପତି :: ନଦୀର ଉପର ମୁଣ୍ଡରେ ଏକ ମେଗାଜଳସେଚନ ପ୍ରକଳ୍ପ ନିର୍ମାଣ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳା ସ୍ବାଭିମାନ ମଞ୍ଚ ପକ୍ଷରୁ , ଗତ ଲଗାଣ ବର୍ଷାରେ  ସର୍ବାଧିକ ପ୍ରଭାବିତ ହୋଇଥିବା କାଶୀନଗର ବ୍ଲକର କ୍ଷତିଗ୍ରସ୍ତ  ଅଞ୍ଚଳ ସବୁ  ବୁଲି ଦେଖିଥିଲେ  ସ୍ବାଭିମାନ ମଞ୍ଚର ମୁଖ୍ୟ ତଥା ହାଇ-ଟେକ୍ ମେଡ଼ିକାଲ କଲେଜର (ଗ୍ରୁପ)ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ , ପ୍ରଭାବିତ ଅଂଚଳ ପରିଦର୍ଶନ କରି ଏବଂ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି  ବହୁତ କ୍ଷୟକ୍ଷତି ହୋଇଥିବା ଜାଣି ପାରିଥିଲେ ।
     ଏ  ସମ୍ପର୍କରେ ଅଧ୍ୟକ୍ଷ ଡ଼ଃ ପାଣିଗ୍ରାହୀ ସାମ୍ବାଦିକଙ୍କୁ ସୁଚନା ଦେଇ କହିଥିଲେ ଯେ ,  ବଂଶଧାରା ନଦୀ  ଅପର ପାର୍ଶ୍ୱରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନେରେଡି ବ୍ୟାରେଜ୍ ନିର୍ମାଣ ନେଇ ବିବାଦୀୟ ସ୍ଥିତି ରହିଥିଲେ ମଧ୍ୟ ଆନ୍ଧ୍ର   ଏଥିପ୍ରତି କୋଣସି ଭ୍ରକ୍ଷେପ୍ ନ କରି ଆନ୍ଧ୍ର ବଂଶଧାରା ନଦୀ ପାର୍ଶ୍ୱରେ ଲେଫ୍ଟ ଓ ରାଇଟ କେନାଲ ନିର୍ମାଣ କରି ଦେଇ ପାଣି ନେବା ଜାରୀ ରଖିଛି  ଏଭଳି କେନାଲ ନିର୍ମାଣ କରିବା ଦ୍ୱାରା  ନଦୀରେ ବିଭିନ୍ନ ସମୟରେ  ଜୋରରେ ଆସୁଥିବା ପାଣିକୁ ନଦୀ ପାର୍ଶ୍ଵକୁ  ଲାଗି କମ୍  ଉଚ୍ଚରେ   ନିର୍ମାଣ କରିଥିବା କେନାଲ ଦେଇ ୯ ଟିଏମସି ପାଣି ସେମାନେ ନେଇ ଯାଉଛନ୍ତି । ଯାହାକି , ଏହି କେନାଲ ଦେଇ ସେମାନେ ୬୨ ହଜାର ହେକ୍ଟର ଚାଷଜମିକୁ ଜଳସେଚିତ କରିବା  ଲକ୍ଷ୍ୟଧାର୍ଯ୍ୟ  ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ର ୪୭ ହଜାର ହେକ୍ଟର ଜମିରେ ଚାଷ ପାଈଁ ଆବଶ୍ୟକ ପଡୁଥିବା ପାଣି ନେଇସାରିଲେଣି । ଯାହାକି ଆନ୍ଧ୍ର ଅଞ୍ଚଳର ଚାଷୀ ଏହି ପାଣିରେ ସେମାନେ ବର୍ଷରେ ୩ ଟା ଫସଲ କରିପାରିବେ । ଆମକୁ ଏବେ ଯେଉଁ ନଦୀରେ ପାଣି , ପଥର ଓ ବନ୍ୟାଜଳ ଦେଖାଯାଉଛି , ଏହା  ଆମକୁ ଖରା ଦିନରେ ମରୁଡି ଏବଂ ବର୍ଷା ଦିନରେ ବନ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି ।

ଶତାଧିକ ଚାଷ ଜମିରେ ବାଲିଚର ମାଡ଼ିଯାଇ ଫସଲ ନଷ୍ଟ  ହୋଇଯାଇଛି । ଏତେ ସବୁ କ୍ଷୟ କ୍ଷତି ହେଉଥିଲେ ମଧ୍ୟ ଏହାର ବିକଳ୍ପ ସମାଧାନ ତଥା ସ୍ଥାୟୀ ପ୍ରତିକାର ପାଈଁ କୋଣସି ପ୍ରଶାସନିକ ବ୍ୟବସ୍ଥା  କରାଯାଇ ପାରୁ ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗରେ କହିଛନ୍ତି ।
       ବଂଶଧାରା ନଦୀରେ ଯେତେବେଳେ ପାଣି ଆସୁଛି , ଆନ୍ଧ୍ର ସେହି ପାଣିକୁ  ଉପର ମୁଣ୍ଡରୁ ହିଁ ନିର୍ମାଣ କରିଥିବା କେନାଲ ଦେଇ  ନେଇ ଯାଉଛି  । ଏମିତିକି  ମୋଟ ୬୨ ହଜାର ହେକ୍ଟର ଚାଷଜମିକୁ ଜଳସେଚିତ କରିବା ଲକ୍ଷ ରଖି ବର୍ତ୍ତମାନ ସୁଦ୍ଧା ୪୭ ହଜାର ହେକ୍ଟର ଚାଷ ପାଈଁ ପାଣି ନେଇ ସାରିଥିଲେ ମଧ୍ୟ ଆମ ରାଜ୍ୟ ସରକାର ଏ ଦିଗରେ ଆମ ଚାଷୀଙ୍କ ପାଈଁ କୋଣସି ଜଳସେଚନର ବ୍ୟବସ୍ଥା କରି ପାରିନାହାନ୍ତି । ବଂଶଧାରା ନଦୀର ଉପର ମୁଣ୍ଡରୁ ଆମର ପାଣି  ଆସୁଛି , ତଳ ମୁଣ୍ଡରେ ଆମେ ରହିଥିଲେ ମଧ୍ୟ ଆନ୍ଧ୍ର ପାର୍ଶ୍ଵ କେନାଲ ନିର୍ମାଣ କରି ସେହି ପାଣିକୁ ନେଇଯାଉଥିବା ଯୋଗୁଁ ଆମେ ସେହି ପାଣିଦ୍ବାରା ଆମ ଜଳସେଚନ କ୍ଷେତ୍ରରେ ବିନିଯୋଗ କରିବାରୁ ସମ୍ପୁର୍ଣ୍ଣ  ଭାବେ ବଞ୍ଚିତ ହେଉଛୁ ।
      ଆନ୍ଧ୍ରର ଏହିଭଳି ବେଆଇନ ଓ ଅଞ୍ଚଳବାସୀଙ୍କ ପ୍ରତି ହେଉଥିବା ଘୋର ଅନ୍ୟାୟ ଦିଗରେ ଦୃଷ୍ଟି ଦେଇ ରାଜ୍ୟ ସରକାର , ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସାହାଯ୍ୟ-ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି।
       ଅଞ୍ଚଳବାସୀ ଓ ଚାଷୀଙ୍କ ଜଳସେଚନ ଓ ପାନୀୟ ଜଳର ସ୍ୱାର୍ଥ ପ୍ରତି ବିଶେଷ ଦୃଷ୍ଟି ଦେଇ ଏହାର ବିକଳ୍ପ ବ୍ୟବସ୍ଥା ପାଈଁ ରାଜ୍ୟ ସରକାର  ବଂଶଧାରା ନଦୀର ଉପର ମୁଣ୍ଡରେ ନିଶ୍ଚିତ ଭାବେ ଏହିଭଳି ଜରୁରୀକାଳୀନ ସ୍ଥିତିରେ ଏକ ମେଗା-ଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ଦାବି କରା ଯାଇଛି ।  ଏହା ନିର୍ମାଣ କରା ନ ଗଲେ  ଅଞ୍ଚଳବାସୀ ପ୍ରତିବର୍ଷ ବିଭିନ୍ନ ସମୟରେ ମରୁଡି ଓ ବନ୍ୟାର ସମ୍ମୁଖିନ ହେଉଥିବେ ।
       ଅନ୍ୟପକ୍ଷରେ ଏହି ବଂଶଧାରା ନଦୀ ଜଳ ଦ୍ବାରା କାଶୀନଗର ବ୍ଲକ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷ ଜମିକୁ ଜଳସେଚିତ କରାଇବାର ବହୁ କ୍ଷମତା ଥିଲେ ମଧ୍ୟ ଆମେ କିଛି କରିପାରୁନୁ । ଏହି ଲଗାଣ ବର୍ଷା ପୁର୍ବରୁ ଜଳସେଚନ ଓ ବର୍ଷା ଅଭାବରୁ ଶତାଧିକ ଚାଷୀକୁଳ  ମରୁଡି ର ଶିକାର ହୋଇଥିଲେ । ସେମାନଙ୍କ  ଚାଷ ଜମିର ମାଟି ଫାଟି ତଳି ପ୍ରାୟତଃ ପୋଡି ଯାଇଥିଲା । ହେଲେ ବର୍ତ୍ତମାନ ଯେଉଁ ଲଗାଣ ବର୍ଷା ହେଲା , ସେଥିରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ବାଲିଚର ମାଡ଼ି ଯାଇଛି ।
     ଚାଷୀଙ୍କ ପ୍ରତି ଏଇ ଯେଉଁ ଦୁଇଟି କ୍ଷେତ୍ରରେ ଘୋର ଅନ୍ୟାୟ ହୋଇଛି , ସେଥିପ୍ରତି  ରାଜ୍ୟ ଓ ଜିଲ୍ଲା ପ୍ରଶାସନ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କ ପ୍ରତି ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ  ସ୍ବାଭିମାନ ମଞ୍ଚର ମୁଖ୍ୟ ଡ଼ଃ ତିରୁପତି ପାଣିଗ୍ରାହୀ  ଦାବି ଜଣାଇଛନ୍ତି ।

0
0
0
s2sdefault