ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

     ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ  ଚିକିତ୍ସାଳୟ ପରିସରରେ  କେନ୍ଦ୍ର ସରକାରଙ୍କ  ଗର୍ଭବତୀ  ମହିଳା ମାନଙ୍କ କ୍ଷେତ୍ରରେ ଉଦ୍ଦିଷ୍ଟ ଲୋକାଭିମୁଖୀ ଲୋକପ୍ରିୟ କାର୍ଯ୍ୟକ୍ରମ  ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।
      ପ୍ରତ୍ୟେକ ମାସର ୯ ତାରିଖ ଦିନ ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମ ଯେଉଁ  ଆରମ୍ଭ  କରାଯାଇଛି , ତାର ମୁଳ ଉଦ୍ଦେଷ୍ୟ   ହେଲା ଯେ ପ୍ରତ୍ୟେକ ମହିଳା  ଯେଉଁମାନେ କି ଗର୍ଭ-ଧାରଣର  ୪ମାସ ଠାରୁ  ଗର୍ଭବତୀ ମହିଳା ମାନଙ୍କ ସରକାରୀ  ଚିକିତ୍ସାଳୟରେ  ଗୋଟିଏ ଛାତ ଅର୍ଥାତ ଗୋଟିଏ ସ୍ଥାନରେ  ସମସ୍ତ ପ୍ରକାର ପରୀକ୍ଷା ଓ ଚିକିତ୍ସା ମାଗଣାରେ ଉପଲବ୍ଧ ହୋଇପାରିବ । ଏହାହିଁ ଏହି କେନ୍ଦ୍ରୀୟ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଷ୍ୟ ।

       ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଗର୍ଭ ଧାରଣର ୯ ମାସ ମଧ୍ୟରେ ଚିକିତ୍ସାଳୟରେ  ଡାକ୍ତରଙ୍କ ଦ୍ବାରା ଗର୍ଭବତୀର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥାଏ । ବିପଦ ପୂର୍ଣ୍ଣ ଗର୍ଭବତୀ ଚିହ୍ନଟ ଓ ଚିହ୍ନଟ ହୋଇଥିବା ଗର୍ଭବତୀ ମହିଳାଙ୍କ ଚିକିତ୍ସା ଏଠାରେ  କରାଯାଉଛି । ଅନ୍ୟପକ୍ଷରେ ପ୍ରସବ ପରବର୍ତ୍ତୀ ସେବା ଓ ସୁବିଧାକୁ ଏଠାରେ ସୁନିଶ୍ଚିତ କରାଇବା ସହ  ବିପଦସଙ୍କୁଳ ଅବସ୍ଥାରେ ଥିବା ଗର୍ଭବତୀ ମହିଳାଙ୍କ ପାଈଁ ଏଠାରେ  ଉପଯୁକ୍ତ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା  ମଧ୍ୟ  କରାଯାଉଛି ।
   ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ବାସ୍ଥ୍ୟ ପାଈଁ ଗୋଟିଏ ସ୍ଥାନରେ ଆବଶ୍ୟକ ହେଉଥିବା ବିଭିନ୍ନ ପରୀକ୍ଷା ସବୁ କରାଯାଉଛି ।
     ପ୍ରଥମେ ଆସୁଥିବା ଗର୍ଭବତୀ ମହିଳାଙ୍କ ନାମ ପଞ୍ଜିକରଣ ହେବା ପରେ ସେମାନଙ୍କୁ  ସୁଗାର୍ ପରୀକ୍ଷା ପାଈଁ ପୁର୍ବରୁ  ଗ୍ଲୁକୋଜ୍ ପାଣି ପିଇବା ପାଈଁ ଦିଆହେଉଛି । ତାପରେ ସୁଗାର୍ ପରୀକ୍ଷା କରାଯାଇ ସେମାନଙ୍କ  ଉଚ୍ଚତା ଓ ଓଜନ ମାପ କରାଯାଉଛି । ତାପରେ ବିଭିନ୍ନ ପରୀକ୍ଷା ଯଥା:- ରକ୍ତର ବିଭିନ୍ନ ପରୀକ୍ଷା ସହ ରକ୍ତଚାପ ଓ ପରିସ୍ରା , ଅଲଟ୍ରାସାଉଣ୍ଡ  ଯୌନ ଓ ପ୍ରଜନନ ସମ୍ପର୍କରେ ସମସ୍ତ ପରୀକ୍ଷା କରାଯାଉଛି ।ଏସବୁ ପରୀକ୍ଷା ହୋଇ ସାରିବା ପରେ ଡାକ୍ତରଙ୍କ ଦ୍ବାରା ଆବଶ୍ୟକ ସବୁ ଚିକିତ୍ସା କରା ଯାଉଛି ।
     ଏସବୁ ହେବାପରେ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ସ୍ବାସ୍ଥ୍ୟ-ସେବା ସମ୍ପର୍କରେ ପରାମର୍ଶ ଶିକ୍ଷା ମଧ୍ୟ ଦିଆଯାଉଛି । ଏହି ପରାମର୍ଶ ଶିକ୍ଷା ମଧ୍ୟରେ ମୁଖ୍ୟତଃ ଗର୍ଭବତୀ ମହିଳାଙ୍କ ପାଈଁ ସମୟ ଅନୁଯାୟୀ  ସଠିକ ଖାଦ୍ୟ  ବିଶ୍ରାମ ,  ପ୍ରସବ ପାଈଁ କିଭଳି ପ୍ରସ୍ତୁତି ହେବେ , ଉପଯୁକ୍ତ ଯୋଜନା ଏବଂ ପରିବାର ନିୟୋଜନ ପଦ୍ଧତି ବିଷୟରେ ପରାମର୍ଶ ଶିକ୍ଷା ଦିଆ ଯାଉଛି ।
       ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ  ଅଭିଯାନ କାର୍ଯ୍ୟକ୍ରମ ଅବସରରେ  ଜିଲ୍ଲା ମିଶନ ଶକ୍ତିର  ପାରଳାଖେମୁଣ୍ଡି ସ୍ଥିତ କଣ୍ଡରା ସାହିର "ଜୟ ସନ୍ତୋସି ମହିଳା ସ୍ୱୟଂ ସହାୟିକା  ଗୋଷ୍ଠୀ  ମାଧ୍ୟମରେ  ୫୦ ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ଔଷଧୀୟ , ଜଳଖିଆ ଖାଦ୍ୟ ପୁଡା଼ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମକୁ  ସିଡ଼ି଼ଏମଓ -ଡାଃ ଗୁନୁରାଣୀ ପଟନାୟକ ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡାଃ ସରୋଜ କୁମାର ମିଶ୍ର ,ଡାଃ ଶାନ୍ତନୁ ପାଢ଼ୀ,  ଏସଟି-ନେତ୍ରାନନ୍ଦ ଶତପଥି , ମିଶନ ଶକ୍ତି'ର ବିପିସି-ଲାବନ ରଇତ , କଣ୍ଡରା ସାହି ଅଙ୍ଗନବାଡି କର୍ମୀ -ଜ୍ୟୋତି କୁମାରୀ ଦାସ ,ଜୟ ସନ୍ତୋସି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ସଭାପତି-ପ୍ରତିମା ବିଶ୍ୱାଳ , ସମ୍ପାଦିକା-ଝୁନା ନାୟକ ପ୍ରମୁଖଙ୍କ ସମେତ ମହିଳା  ଗୋଷ୍ଠୀର ସମସ୍ତ ସଭ୍ୟା ଯୋଗ ଦେଇଥିଲେ ।

0
0
0
s2sdefault