ଇଥାନଲ, ୨ଜି ଇଥାନଲ୍, ସିବିଜି ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ


 ଦେଶର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ଏବଂ ଭାରତରେ ସ୍ଥାୟୀ ଉର୍ଜା ଭବିଷ୍ୟକୁ ସୁନିଶ୍ଚିତ  କରିବା ପ୍ରଧାନମବୀ ମୋଦିଙ୍କ ପ୍ରାଥମିକତା
 ଉତ୍ପାଦନକୁ ବୃଦ୍ଧି କରିବା, ଉର୍ଜା ଦକ୍ଷତାରେ ସୁଧାର, ସଂରକ୍ଷଣ ଓ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହନ ଦେଇ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରାଯାଇପାରିବ
 ଆଗାମୀ ଦିନରେ ବାୟୋଡିଜେଲକୁ ଏକ ବିକଳ୍ପ ଇନ୍ଧନର ବ୍ୟବସାୟିକ ମଡେଲ ଭାବରେ ଠିଆ କରିବାର ଆଭିମୁଖ୍ୟ ରହିଛି
 ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପ୍ରଧାନମବୀ ଉଜ୍ଜଳା ଯୋଜନାରେ ୮ କୋଟି ଉପଭୋକ୍ତା ଅନ୍ତର୍ଭୁକ୍ତ ହେବେ
 ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଦେଶରେ ଏଲପିଜି ଆନ୍ଦୋଳନ  କାରଣରୁ ୨୦ ପ୍ରତିଶତ ହୃଦଜନିତ ରୋଗ ହ୍ରାସ ପାଇଛି


ନୂଆଦିଲ୍ଲୀ/ଭୁବନେଶ୍ୱର:  ଇଥାନଲ, ୨ଜି ଇଥାନଲ୍, ସିବିଜି(କମ୍ପେ୍ରସଡ୍ ବାୟୋଗ୍ୟାସ୍) ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଶନିବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ବିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ଏବଂ ଭାରତରେ ସ୍ଥାୟୀ ଉର୍ଜା ଭବିଷ୍ୟକୁ ସ୍ଥାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୃଷ୍ଟିକୋଣ ରହିଛି । ୨୦୨୨ ସୁଦ୍ଧା ତୈଳ ପଦାର୍ଥରେ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ  କୁ ଲକ୍ଷ୍ୟ ଦେଇଥିବା ବେଳେ ଉତ୍ପାଦନକୁ ବୃଦ୍ଧି କରିବା, ଉର୍ଜା ଦକ୍ଷତାରେ ସୁଧାର, ସଂରକ୍ଷଣ ଓ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହନ ମାଧ୍ୟମରେ ଏହାକୁ ହାସଲ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାର ଉର୍ଜାର ବୈକଳ୍ପିକ ସ୍ରୋତକୁ ବିସ୍ତୃତ ପରିପ୍ରେକ୍ଷୀରେ  ପ୍ରୋତ୍ସାହନ ଦେଉଛନ୍ତି | ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମବାଳୟ ଚାରି ସ୍ତରୀୟ ଯଥା ଇଥାନଲ, ୨ଜି ଇଥାନଲ୍, ସିବିଜି ଏବଂ ବାୟୋଡିଜେଲ୍ ଉପରେ କାର୍ଯ୍ୟ କରୁଛି । ପେଟ୍ରୋଲରେ ଇଥାନଲ ସମ୍ମିଶ୍ରଣ  ୧ ପ୍ରତିଶତରୁ ବୃଦ୍ଧି ପାଇ ପ୍ରାୟ ୮ ପ୍ରତିଶତରେ ପହଁଚିଲାଣି ଏବଂ ଖୁବଶୀଘ୍ର ଏହା ୧୦ ପ୍ରତିଶତକୁ ଛୁଇଁବାର ସମ୍ଭାବନା ରହିଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ୨ଜି ଇଥାନଲ ଦିଗରେ ସରକାର, ପେଟୋଲିୟମ ମନ୍ତ୍ରଣାଳୟ  ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମବାଳୟ ଯୋର ଦେଇଛନ୍ତି । ସ୍ୱଚ୍ଛ ଓ ସୁରକ୍ଷିତ ଇନ୍ଧନକୁ ପ୍ରତି ଘରେ ଘରେ ପହଁଚେଇବା ସରକାରଙ୍କ ଲକ୍ଷ୍ୟ ରହିଛି । କମ୍ପେ୍ରସଡ୍ ବାୟୋଗ୍ୟାସ କ୍ଷେତ୍ରରେ ଦେଶର ୪୦୦ ଜିଲ୍ଲାରେ ସିଟି ଗ୍ୟାସ ବିତରଣ(ସିଜିଡି) ନେଟୱାର୍କ ପ୍ରତିଷ୍ଠା  ହୋଇଥିବା ବେଳେ ସିବିଜି ପ୍ଲାଂଟ ପ୍ରତିଷ୍ଠା ପାଇଁ ୩୦୦ରୁ ଉର୍ଦ୍ଧ୍ବ  କମ୍ପାନୀକୁ ଲେଟର ଅଫ୍ ଇନ୍ଟେଂଟ୍ ଦିଆଯାଇଛି ।
ଚଳିତ ବଜେଟରେ ଦେଶର ଅନ୍ନ ଦାତା ଉର୍ଜା ଦାତା ବନିବେ ବୋଲି ସରକାର ଘୋଷଣା କରିଛନ୍ତି । ଗତ ବର୍ଷ ପ୍ରଧାନମବୀ ନରେନ୍ଦ୍ର ମୋଦି ନିଜ ଶବ୍ଦରେ ବାୟୋଡିଜେଲକୁ ବର୍ଣ୍ଣନା କରିଥିବା ବେଳେ ଏହା ଲୋକଙ୍କ ମଧ୍ୟରେ ସାକାର ହୋଇଥିବା ପରିଲକ୍ଷିତ ହୋଇଛି । ଆଗାମୀ ଦିନରେ ବାୟୋଡିଜେଲକୁ ଏକ ବିକଳ୍ପିକ ଇନ୍ଧନର ବ୍ୟବସାୟିକ ମଡେଲ ଭାବରେ ଠିଆ କରିବାର ଆଭିମୁଖ୍ୟ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହପରି ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୮ କୋଟି ଉପଭୋକ୍ତା ଲକ୍ଷ୍ୟ ହାସଲ କରାଯିବ । ଏହି ଯୋଜନା ପରିବେଶ ଉପଯୋଗୀ, ଅର୍ଥନୀତି, ସମାଜ ଏବଂ ସ୍ୱାସ୍ଥ୍ୟ ପ୍ରତି ସହାୟକ ହୋଇଛି । ନିକଟରେ ଇଣ୍ଡିଆନ୍ ଚେଷ୍ଟ ସୋସାଇଟି ରିପୋର୍ଟ ଅନୁଯାୟୀ ଭାରତରେ ଏଲପିଜି ଆନେ୍ଦାଳନ କାରଣରୁ ୨୦ ପ୍ରତିଶତ ହୃଦଜନିତ ରୋଗ ହ୍ରାସ ପାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଆଜିର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ,  ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଜାତୀୟ ତୈଳ ମାର୍କଟ୍ କମ୍ପାନୀଙ୍କ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ସଂଗ୍ରହ କରିବା ପରିପ୍ରେକ୍ଷୀରେ ଏକ୍ସପ୍ରେସନ୍ ଫର୍ ଇନଟ୍ରେଷ୍ଟ୍(ଇଓଆଇ)କୁ ଉନ୍ମୋଚନ କରିଥିଲେ । ଏହାବ୍ୟତୀତ ଏହି ଅବସରରେ ଆରୟୁସିଓ (ରିପ୍ରୋପୋଜ ୟୁଜଡ୍ କୁକିଂ ଅଏଲ୍)ର ଏକ ଷ୍ଟିକରର ଉନ୍ମୋଚନ କରିବା ସହ ୟୁସିଓର ସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମୋବାଇଲ ଆପର ମଧ୍ୟ ଶୁଭାରମ୍ଭ କରିଥିଲେ ।

0
0
0
s2sdefault