ଇନ୍ଦ୍ରପୂଜା ଅବସରରେ କଲେ ବେଙ୍ଗ ବେଙ୍ଗୁଲିଙ୍କ ବାହାଘର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରଙ୍ଗଣରେ ଗତ ସପ୍ତାହ ଧରି ଚାଲିଥିବା ବେଙ୍ଗ ବେଙ୍ଗୁଲି ପୂଜା ସଂପର୍ଣ୍ଣ ହୋଇଛି । ପଣ୍ଡିତ ଗୌରାଙ୍ଗ ପଣ୍ଡାଙ୍କ ପୌରହିତ୍ୟରେ ଅନୁÂିତ ପୂଜା କାର୍ଯ୍ୟରେ ତନୁଜା ସାହୁ କର୍ତା ଦାୟୀତ୍ୱ ତୁଲାଇଥିଲେ । ପଣ୍ଡିତ ଶ୍ରୀ ପଣ୍ଡା ଇନ୍ଦ୍ର ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ହୋମ ଜଳାଇଥିଲେ । ଏହି ଅବସରରେ ବେଙ୍ଗ ବେଙ୍ଗୁଲିଙ୍କୁ ବିବାହ ମଧ୍ୟ କରିଥିଲେ । ନାବାଲିକାମାନେ ଏହି ପୂଜା କରିଥାନ୍ତି । ସପ୍ତାହ ସାରା ବେଙ୍ଗ ବେଙ୍ଗୁଲିଙ୍କୁ ଗ୍ରାମର ସମସ୍ତ ଘରକୁ ନେଇ ପୂଜା କରାଇଥିଲ । ସାତ ଦିନ ପୁରିଲା ଦିନ ଇନ୍ଦ୍ର ଫୁଜା ଓ ହୋମ ଯଜ୍ଞ କରି ପୂଜାକୁ ସଂପୂର୍ଣ୍ଣ କରିଥିଲେ । ବେଙ୍ଗ ବେଙ୍ଗୁଲିଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନେଇ ଜଳାଶୟରେ ଛାଡିବା ସହ ପ୍ରଚୁର ପରିମାଣର ବର୍ଷା କରାଇବା ପାଇଁ ଇନ୍ଦ୍ରଦେବତାଙ୍କୁ ପ୍ରାର୍ଥନା କରିଥିଲେ । ପୁଷ୍ଫା ଭୋଇ, ପ୍ରିୟା ମାଝୀ, ପ୍ରାଚୀ ସାହୁ, ପୁନମ ସାହୁ, ଲିଲି ମାଝୀ, ବବଲି ପଣ୍ଡା, ପ୍ରିତି ସାହୁ ପ୍ରମୁଖ ପୂଜାରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ମହିମାକାନ୍ତ ଭୋଇ(ଓମ), ସୋହନ ନାୟକ, ସାହିଲ ଭୋଇ, ମୋହିତ ଭୋଇ, ପ୍ରକାଶ ମାଝୀ ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ବର୍ଷା ଋତୁରେ ପ୍ରଚୁର ପରିମାଣରେ ବର୍ଷା ନ ହୋଇ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଲେ ଲୋକେ ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ବେଙ୍ଗ ବେଙ୍ଗୁଲି ବିହାବ ଜରିଆରେ ଇନ୍ଦ୍ରପୂଜା କରିବାର ବିଶ୍ୱାସ ରହିଛି ।

0
0
0
s2sdefault