ବିଶ୍ରାମ ନେବାକୁ ଯାଇ ଚିର ନିଦ୍ରାରେ ଶୋଇ ପଡିଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବର୍ଷିୟାନ କଳାକାର କର ମାଷ୍ଟ୍ରେ  ଆଉ ନାହାନ୍ତି

ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡା ବାସିନ୍ଦା ଲାଲସାହେବ କର (କର ମାଷ୍ଟେ୍ର) ଆଉ ଇହ ଧାମର ନାହାନ୍ତି । ଗୁରୁବାର ସକାଳ ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୧୦୩ ବର୍ଷ ୮ମାସ ହେଉଥିଲା । ସେ ଜଣେ ଅବସର ପ୍ରାପ୍ତ ଶିକ୍ଷକ ସହିତ ଜଣେ ଉଚ୍ଚ କୋଟିର କଳାକାର ତଥା ନିର୍ଦେଶକ ଥିଲେ । ତାଙ୍କ ଉଦ୍ୟମରେ ମେଲଛାମୁଣ୍ଡା ଅଂଚଳରେ ଅନେକ କଳାକାରଙ୍କ ସୃଷ୍ଟି ହେବା ସହ ଅଂଚଳରେ ଶତାଧିକ ସଂଖ୍ୟାରେ ଡ୍ରାମା ପ୍ରଦର୍ଶନ ହୋଇଥିଲା । ସେଥିମଧ୍ୟରୁ ଜେମା ଶବରୀ, କବଚ କୁଣ୍ଡଳ, ଆମ ଗାଁ କୁରୁକ୍ଷେତ୍ର ତୁମେ ସବୁ ଶକୁନି, ସୁଭଦ୍ରା କାନ୍ଦୁଛି ବଡ ଦାଣ୍ଡରେ, ସହିଦ ଭଗତ ସିଂ ଆଦି ଡ୍ରାମା ଦର୍ଶକଙ୍କ ମନକୁ ବେଶ ଛୁଇଁପାରିଥିଲା । ପେଶା ଶିକ୍ଷକତା ଥିବା ବେଳେ କଳା ପ୍ରତି ପ୍ରବଳ ନିଶା ରହିଥିଲା । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅନ୍ତରଙ୍ଗ ବନ୍ଧୁ ମଧ୍ୟ ଥିଲେ । ତାଙ୍କ ନିଖୁଣ କଳା ପ୍ରଦର୍ଶନ ଯୋଗୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ପୁରସ୍କାର ମଧ୍ୟ ପାଇପାରିଥିଲେ । ୧୦୩ ବର୍ଷରେ ମଧ୍ୟ ସେ ବିଶ୍ରାମ ନ ନେଇ ନିଜର ଶିଷ୍ୟ ମାନଙ୍କ ସହ ଆଗାମି ଦିନରେ ହେବାକୁ ଥିବା ଡ୍ରାମ ବିଷୟରେ ଆଲୋଚନା କରୁଥିଲେ । ଗୁରୁବାର ଦିନ ଅଚାନକ ଅସୁସ୍ଥ ଅନୁଭବ କରିବା ସହ ବିଶ୍ରାମ ନେବାକୁ ଯାଇ ଚିର ନିଦ୍ରାରେ ଶୋଇ ପଡିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଲହରି ଖେଳିଯାଇଥିଲା । ଅଂଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ପାଇଁ ପହଂଚିଥିଲେ । ମୃତ୍ୟୁ ଖବର ପାଇ ତାଙ୍କତ ତିନି ଝିଅ କଳ୍ପନା ମିଶ୍ର, କଲ୍ୟାଣୀ ମିଶ୍ର ଓ କନକ ମିଶ୍ର ତାଙ୍କ ସ୍ୱାମି ଏବଂ ପରିବାର ବର୍ଗଙ୍କ ସହ ପହଂଚି ଶେଷ ଦର୍ଶନ କରିଥିଲେ । ଗ୍ରାମବାସୀ ତଥା ବିଭିନ୍ନ ସଂଗଠନ ତରଫରୁ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମଶାଣୀକୁ ନେଇ ଶବଦାହ କରାଯାଇଥିଲା । ତାଙ୍କର ପୁତ୍ର ପ୍ରଦୀପ କର ମୁଖାଗ୍ନୀ ଦେଇଥିଲେ

0
0
0
s2sdefault