ଆଇଏଫଏସ ସ୍ତରରେ ଅଦଳ ବଦଳ : ପୋପଲି ହେଲେ ପରିବେଶ ନିର୍ଦ୍ଦେଶକ , ଡ଼ ମୁରୁଗେସନ ହେଲେ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ସଦସ୍ୟ ସଚିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟ ସରକାର ଆଜି ଆଇଏଫଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି |  ବିଜ୍ଞପ୍ତି ଅନୁସାରେ  ପରିବେଶ ନିର୍ଦ୍ଦେଶକ ଥିବା ୧୯୯୪ ବ୍ୟାଚ ବରିଷ୍ଠ ଆଇଏଫଏସ ଅଫିସର ଡଃ କେ. ମୁରୁଗେସନଙ୍କୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଭାବେ ନିଯୁକ୍ତି ଦିଆ ଯାଇଥୁବା ବେଳେ ତାଙ୍କ ସ୍ଥାନରେ ୧୯୮୭ ବ୍ୟାଚ୍ ଆଇଏଫଏସ ଅଫିସର  ଏସ କେ ପୋପଲିଙ୍କୁ ରାଜ୍ୟ ପରିବେଶ ନିର୍ଦ୍ଦେଶକ ତଥା  ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି ୧୯୮୮ ବ୍ୟାଚ୍ ଆଇଏଫଏସ୍ ଦେବୀଦତ୍ତ ବିଶ୍ୱାଳଙ୍କୁ ଇସ୍ପାତ ଓ ଖଣି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।  ୨୦୧୩ ବ୍ୟାଚର ଆଇଏଫଏସ ରିଙ୍କୁ କୁମାରୀଙ୍କୁ କୋରାପୁଟ ଡିଏଫଓ, ୨୦୧୪ ବ୍ୟାଚ୍ ଆଇଏଫଏସ ପି. ପୂର୍ଣ୍ଣିମାଙ୍କୁ ଭଦ୍ରକ ଡିଏଫଓ ଏବଂ ଅମ୍ଲାନ ନାୟକଙ୍କୁ ଭୁବନେଶ୍ୱର ପିସିସିଏଫ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ପ୍ରକ୍ଷିତ ବିଜ୍ଞପ୍ତିରୁ ଜଣା ପଡିଛି |

0
0
0
s2sdefault