ସୁଶାନ୍ତ ହେଲେ ସମ୍ବଲପୁର ଯୋଜନା କମିଟି ର ଅଧ୍ୟକ୍ଷ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ପଶ୍ଚିମ ଓଡିଶାର ସର୍ବାଧିକ ଲୋକପ୍ରିୟ ଯୁବନେତା , ତଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କୁ ସମ୍ବଲପୁର ଯୋଜନା କମିଟିର ଅଧ୍ୟକ୍ଷ ଭାବର ମନୋନୀତ କରାଯାଇଛି । ଏହି ଅବସରରେ ସମ୍ବଲପୁର ତଥା ବରଗଡ଼ ଜିଲ୍ଲାର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ  ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟ ସରକାର କିମ୍ବା ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଶ୍ରୀ ସିଂ ଙ୍କୁ ଯେତେବେଳ ଯେଉଁ ଦାଇତ୍ୱ ଦେଇଛନ୍ତି ଶ୍ରୀ ସିଂ ତାହା ସଫଳତାର ସହ ନିର୍ବାହନ କରି ଦଳ ଓ ସରକାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଦେଖିବାକୁ ଗଲେ ରାଜନୀତି ଦୃଷ୍ଟିରୁ ସମ୍ବଲପୁର ଅତ୍ୟନ୍ତ ସମ୍ବେଦନଶୀଳ । ସେଠାରେ ସାଂସଦ ବିଜେପି ଥିବା ବେଳେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ହେଉଛନ୍ତି ବିଜେପିର ଅନ୍ୟତମ ଟାଣୁଆ ନେତା । ତେଣୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭଳି କ୍ରାଇସିସ ମ୍ୟାନେଜରଙ୍କୁ ସମ୍ବଲପୁର ଭଳି ରାଜନୈତିକ ସମ୍ବେଦନଶୀଳ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ କରାଯିବା ଗୁରୁତ୍ୱ ବହନ କରେ ।

0
0
0
s2sdefault