ପୌରପାଳିକା କାମରେ ଖଇଚା କଲେ ଛଡ଼ାଯିବନି ; ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ : ଯାହା ହେଇଯାଇଛି ହେଇଯାଇଛି | ଏଣିକି ଭଦ୍ରକବାସୀଙ୍କୁ ମୌଳିକ ସେବା ଯୋଗାଇଦେବାରେ କୌଣସି ପ୍ରକାର ଖଇଚାକୁ ବରଦାସ୍ତ କରାଯିବନି |ଭଦ୍ରକ ପୌର ସଂସ୍ଥାର ଜରୁରୀ ବୈଠକ ଡକାଇ କାମର ସମୀକ୍ଷା କରିବା ଅବସରରେ ରୋକଠୋକ ଶୁଣାଇ ଦେଇଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ |
ଅନେକ ସ୍ଥାନରୁ ଅଭିଯୋଗ ଆସୁଛି ଦିର୍ଘଦିନ ଧରି ପୈାରାଞ୍ଚଳରେ ଚାଲିଥିବା କାର୍ଯ୍ୟ ଅଧାରେ ପଡି ରହିଛି । ଡ୍ରେନ କାମ  ହେଉଛି, ହେଲେ ପାଣି ନିଷ୍କାସନ ହେଉନାହିଁ |  ରାସ୍ତା ତିଆରି ହୋଇଛି , ଗୋଟାଏ ବର୍ଷା ସମ୍ଭାଳୁନି | ସହରରେ ଆଲୋକୀକରଣ ହେଉଛି, ହେଲେ ଅନେକ ଅଂଚଳ ଅନେକ ସମୟରେ ଅନ୍ଧାର | ଲୋକଙ୍କ ସେବା କରିବା ସହ ସେମାନଙ୍କୁ ମୌଳିକ ସେବା ଯୋଗାଇ ଦେବାରେ ଅବହେଳା ଅଭିଯୋଗ ଆସୁଛି କାହିଁକି | ଏଭଳି କାହିଁକି ହେଉଛି ବୋଲି ପ୍ରଶ୍ନ କରିବା ସହ ପୌରସଂସ୍ଥାରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି  ବିଧାୟକ ଶ୍ରୀ ମଲ୍ଲିକ । ବିଶେଷ କରି ପୌରପାଳିକା ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା, ବିଦ୍ୟୁତ ସେବା ଯୋଗାଣା, ବର୍ଜବସ୍ତୁ ଓ ଆବର୍ଜନା ପରିଷ୍କାର ଓ ରାସ୍ତା ସମସ୍ୟାକୁ ପ୍ରାଥମିକତା ଦେଇଁ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି | ଭଦ୍ରକବାସୀଙ୍କ ଉନ୍ନତି ପାଇଁ ହେଉଥିବା କାର୍ଯ୍ୟରେ ଅନିୟମିତତାକୁ ବରଦାସ୍ତ କରାଯାଇପାରିବ ନାହିଁ । ଯଦି ଅଭିଯୋଗ ଆସେ ତାହାହେଲେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଭଦ୍ରକ ବିଧାୟକ ସଂକେତ ଦେଇଛନ୍ତି |

0
0
0
s2sdefault