ସ୍ୱଚ୍ଛ ଭାରତର ସଚ୍ଚା ସିପାହୀ : ନଜର ଆଢୁଆଳରେ ନିରନ୍ତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିନା ପ୍ରଚାରରେ ଦୀର୍ଘ ଦିନ ହେବ କରୁଛନ୍ତି ସଫେଇ

ବରଗଡ :-ସ୍ୱଚ୍ଛ ଭାରତ ମିଶନ , ଏକଥା ସତ ଯେ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ସଫେଇ କାର୍ଯକ୍ରମ କରିବା ପାଇଁ ବହୁ ପୂର୍ବରୁ ବିଭିନ୍ନ ସ୍ଥାନରେ ପୂର୍ବରୁ ଦିନ ନିର୍ଦ୍ଧାରଣ କରାଯାଇଥାଏ । କେମେରା , ମିଡିଆ , ପ୍ରଚାର ରେ ଯେପରି କୋଣସି ଅଭାବ ଦେଖାନଦିଏ ସେଥିପ୍ରତି ଆୟୋଜକ ମାନେ ବିଶେଷ ଭାବରେ ଧ୍ୟାନ ଦେଇଥାନ୍ତି । ମାତ୍ର କିଛି ଘଣ୍ଟା କିମ୍ବା କିଛି ମିନିଟର କାର୍ଯକ୍ରମକୁ ବିରାଟ ରୂପରେଖ ଦେଇ ପ୍ରସ୍ତୁତ କରାଯାଏ । ଏପରିକି ଅଳିଆ ନଥିବା ସ୍ଥାନରେ ଝାଡୁ ମାରିବା ବା ଅଳିଆ ପକାଇ ତାକୁ ଓଳାଇବା ଭଳି ଦୃଶ୍ୟ ଆମେ ଦେଖିବାକୁ ପାଇଁ | କିନ୍ତୁ ଏ ପରି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ବିନା ପ୍ରଚାର କିମ୍ବା ବିନା କୋଣସି ସ୍ୱାର୍ଥରେ କ୍ରମାଗତ ଭାବରେ ଏହି ସଫେଇ କାମ କରି ଆସୁଛନ୍ତି । ପଶ୍ଚିମ ଓଡିଶାର ପବିତ୍ର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ବିଗତ କିଛି ଦିନ ହେଲା ଜିଲ୍ଲାର ଝାରବନ୍ଧ ଅନ୍ତର୍ଗତ ଅନୁଗୁଳ ଗ୍ରାମର ଗୋବର୍ଦ୍ଧନ ବେହେରା ନାମକ ଜଣେ ଲୋକ ବଡି ଭୋରରୁ ହାତରେ ଝାଡୁ ଧରି ମନ୍ଦିରର ବିଭିନ୍ନ ସ୍ଥାନରେ ସଫେଇ କରୁଥିବା ଲକ୍ଷ କରାଯାଉଛି । ମାଇଲା ସବୁ ସଫା କରିବା ପରେ ନିଜ ହାତରେ ମାଇଲା ସବୁକୁ ଗୋଟାଇ ଠିକଣା ଜାଗାରେ ପକାଉଛନ୍ତି । ସେ ବେଳେ ବେଳେ ଫାଉଡା ଧରି ଅନାବନା ଘାସ ବୁଦାକୁ ଚାଂଛି ସଫା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଗୋବର୍ଦ୍ଧନ ସଫେଇ କରୁଛନ୍ତି କିନ୍ତୁ କାହାରି ପାଖରୁ କେବେ କିଛି ଆଶା କରିନାହାନ୍ତି । ନିସ୍ୱାର୍ଥ ଭାବରେ କ୍ରମାଗତ ସଫେଇ କରି ଚାଲିଛନ୍ତି । କେହି କେହି ତାଙ୍କର ଏହି କାମକୁ ପାଗଳ ପଣ ବୋଲି କହିପାରନ୍ତି |  ତାଙ୍କ ସରଳତାକୁ ମାନସିକ ରୋଗୀ ବୋଲି କହିପାରନ୍ତି | ହେଲେ ଭଲ ମସ୍ତିସ୍କ ବୋଲି ନିଜକୁ କହୁଥିବା ଲୋକମାନେ ଯଦି ବାସ୍ତବତାରେ ସେମାନଙ୍କ କାମ କରନ୍ତେ ତେବେ ଆମ ପରିବେଶ ଏତେ ଅବଚ୍ଛ ହୁଆନ୍ତା ନାହିଁ, ଜି ପ୍ରଧାନମନ୍ତ୍ରୀଙ୍କୁ ସ୍ୱଚ୍ଛତା ଅଭିଯାନ ଡାକରା ଦେବାକୁ ପଡ଼ନ୍ତାନି |  ଆମେ ଉଚିତ ଭାବିଲୁ , ନିଜ ପରିବେଶକୁ ଭଲପାଇଥିବା ଏହି ସାଧା ସିଧା ମଣିଷ ବିଷୟରେ ଲୋକଙ୍କୁ ଜଣାଇବାକୁ | ଫୋଟୋଟେ ଉଠାଇବା ବେଳେ ସଂକୋଚ କରୁଥିବା ତଥା ଲୋକଙ୍କ ନଜର ଆଢୁଆଳରେ ରହି ନିଜ କାମ ନୀରବରେ କରିଚାଲିଥିବା  ଗୋବର୍ଧନବାବୁଙ୍କ ଭଳି ମଣିଷ ମାନେ  ବାସ୍ତବରେ  ସ୍ଵଛ ଭାରତ ମିଶନର ପ୍ରକୃତ ସିପାହୀ ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ |

0
0
0
s2sdefault