ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ, ଅର୍ଥ ମନ୍ତ୍ରୀ କଟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

        
ଭଦ୍ରକରେ ରାଜସ୍ୱ ପର୍ଷଦ ସଭ୍ୟ,୮ ଜାଗାରେ ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ


 ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତକା ଉତ୍ତୋଳନ କରିବାକୁ ଥବା ବେଳେ ଆଉ ଅନ୍ୟ ଜିଲ୍ଲା ସଦର ମହକୁମାରେ କିଏ କିଏ ପତାକା ଉତ୍ତୋଳନ କରିବେ ସେହ ତାଲିକା ପ୍ରକାଶ ପାଇଛି | ସୂଚନା ଅନୁଯାୟୀ  କଟକରେ  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ଅନୁଗୁଳରେ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,  ପୁରୀରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ , କେନ୍ଦ୍ରାପଡ଼ାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଳାହାଣ୍ଡିରେ ବାଣିଜ୍ୟ ପରିବହନ ମନ୍ତ୍ରୀ  ପଦ୍ମନାଭ ବେହେରା ଓ ମୟୁରଭଞ୍ଜରେ ନଗରଉନ୍ନୟନ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ  ପ୍ରତାପ ଜେନା ପତାକା ଉତ୍ତୋଳନ କରିବେ |
ସେହିପରି ଢେଙ୍କାନାଳରେ କୃଷି, କୁଷକ ସଶକ୍ତିକରଣ, ଉଚ୍ଚଶିକ୍ଷାମନ୍ତ୍ରି ଡ଼  ଅରୁଣ ସାହୁ, ସୁନ୍ଦରଗଡ଼ରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି,   କନ୍ଧମାଳରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ, ବଲାଙ୍ଗିରରେ ସ୍ୱାସ୍ଥ୍ୟମନ୍ତ୍ରୀ  ନବ ଦାସ,  ନୟାଗଡ଼ରେ  ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ପତାକା ଉତ୍ତୋଳନ କରିବେ | ସେହିପରି ମନ୍ତ୍ରୀ ଜଗନ୍ନାଥ ସାରକା କେନ୍ଦୁଝରରେ,  ସମ୍ବଲପୁରରେ ମନ୍ତ୍ରୀ  ଦିବ୍ୟଶଙ୍କର ମିଶ୍ର, ବାଲେଶ୍ୱରରେ ମନ୍ତ୍ରୀ ଅଶୋକ ପଣ୍ଡା, ଯାଜପୁରରେ ମନ୍ତ୍ରୀ ସମୀରଞ୍ଜନ ଦାସ , ନବରଙ୍ଗପୁରରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ , କୋରାପୁଟରେ ମନ୍ତ୍ରୀ  ପ୍ରେମାନନ୍ଦ ନାୟକ ପତାକା ଉତ୍ତୋଳନ କରିବେ |  ମାଲକାନଗିରିରେ ସୂଚନା ଲୋକ ସମ୍ପର୍କ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ , ରାୟଗଡ଼ାରେ ହସ୍ତତନ୍ତ ବୟାନ ଶିଲପ ମନ୍ତ୍ରୀ  ପଦ୍ମିନୀ ଦିଆନ ଓ ଗଜପତିରେ କ୍ରୀଡା ମନ୍ତ୍ରୀ  ଗଜପତି  ତୁଷାରକାନ୍ତି ବେହେରା, ଭଦ୍ରକରେ ରାଜସ୍ୱ ପର୍ଷଦ ସଭ୍ୟ,  ଖୋର୍ଦ୍ଧାରେ ଆରଡିସି, ବ୍ରହ୍ମପୁରରେ ଆରଡିସି, ରାଉରକେଲାରେ ଆରଡିସି, ବରଗଡ଼,ବୌଦ୍ଧ, ଦେଓଗଡ଼, ଗଞ୍ଜମ, ଜଗତସିଂହପୁର , ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁରରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ |

0
0
0
s2sdefault