ବଡ ଧରଣର ଜିଏସଟି ଫାଙ୍କି : ତୀର୍ଥ ଗଲେ ତୀର୍ଥଙ୍କର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର /ନିରୋଜ ମିଶ୍ର : ବଡ ଧରଣର ଜି ଏସ ଟି ଠକେଇ କରି ଜଣେ ବ୍ୟବସାୟୀ ଜେଲ ଯାଇଛନ୍ତି । ହୋଇଥିବା ଠକେଇ କିଛି କମ ନୁହେଁ,  ବାର କୋଟି 84 ଲକ୍ଷ ଟଙ୍କା ର ଠକେଇ କରିଥିବା ଅଭିଯୋଗ ହୋଇଛି ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ । ଏନେଇ ଆଜି ଓଡିଶା ର ବିଭିନ୍ନ ବଣିଜ୍ୟକର ବିଭାଗ ର ଅଧିକାରୀ ମାନଙ୍କୁ ନେଇ ଆଜି ଟିଟିଲାଗଡ଼ ସହରର ବ୍ୟବସାୟୀ ତଥା ଗଣମାଧ୍ୟମ ର ପ୍ରତିନିଧି ତୀର୍ଥଙ୍କର ପଟେଲ ଘରକୁ ଚଢ଼ାଉ କରିବା ସହ ଗିରଫ କରିଛି ଜିଏସ୍ଟି ଏନ୍ଫୋର୍ସମେଣ୍ଟ ଡେପାର୍ଟମେଂଟ। ତେଇଶ ଜଣିଆ ଟିମ ଆଜି ଟିଟିଲାଗଡ଼ ସହର ସ୍ଥିତ ତୀର୍ଥଙ୍କର ପଟେଲ ଙ୍କୁ ଗିରଫ କରିବା ସହ ପ୍ରଥମେ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ବସ୍ଥା ପରଖିବା ସହ ଟିଟିଲାଗଡ଼ ଏସ୍ଡିଜେ ଏମ  ଙ୍କ କୋଟ ରେ  ହାଜର କରାଯାଇଥିଲା।ଏସଡି ଜେ ଏମ ସମ୍ପୃକ୍ତ ବ୍ୟବସାୟୀ ବା ଠକେଇ କରିଥିବା ଗଣମାଧ୍ୟମ ର ପ୍ରତିନିଧି ଙ୍କ ପକ୍ଷରୁ ଆବେଦନ କରାଯାଇଥିବା ବେଳ ପିଟିସନ କୁ ଖାରଜ କରିଦେବା ରୁ ବିଚାର ବିଭାଗୀୟ ଉପକାରଗର କୁ ପଠାଇ ଦିଆଯାଇଛି।ଜି ଏସ ଟି ଏନ୍ଫୋର୍ସମେଣ୍ଟ ବିଭାଗ ର କହିବାକଥା ଯେ  ଗତ 2017 ମସିହାରୁ ସରକାର ଙ୍କ ଟିକସ ଫାଙ୍କୁ ଥିବା ନେଇ ସନ୍ଦେହ ହୋଇଥିଲା ଏବଂ ଏନେଇ ଟିଟିଲାଗଡ଼ ର ସାଇ ଏଣ୍ଟରନାସନାଲ ମାଇନ୍ସ ଏଣ୍ଡ ମିନେରଲସ କମ୍ପାନୀ ଉପରେ ନଜର ରଖିଥିଲା।ପରେ ଏହି କମ୍ପାନୀ ଉପରେ ତଦନ୍ତ କରିବା ପରେ ଏହା ଏକ ଜାଲ କମ୍ପାନୀ ହୋଇଥିବା ସନ୍ଦେହ କରିଥିଲା।ବିନା ସାମଗ୍ରୀ କିଣାବିକା ରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା କାରବାର କରୁଥିବା ନେଇ ସୂଚନା ପାଇଥିଲା। ପରେ  ଏ ନେଇ ତଦନ୍ତ କରି ସମ୍ପୃକ୍ତ ବ୍ୟବସାୟୀ ଙ୍କୁ ଗିରଫ କରିଥିବା କହିଛି। ଏହି  ସାଇ ଏଣ୍ଟରନେସନାଲ  ମିନରଲସ ଏଣ୍ଡ  ମାଇନ୍ସ କମ୍ପାନୀ 84କୋଟି 68 ଲକ୍ଷ ଟଙ୍କା ବିନିଯୋଗ କରିଥିବା ବେଳେ ଜିଏସ୍ଟି ବାବଦକୁ12 କୋଟି 84 ଲକ୍ଷ ଟଙ୍କା ଫାଙ୍କିଥିବା କହିଛି ।

0
0
0
s2sdefault