ହେଡଲାଇନସ୍:

କୁକୁଡାଟାଲରେ ୨ କଲରା ପତରିଆ ବାଘ: କ୍ୟାମେରାରେ କଏଦ ହେଲା ଫଟୋ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ଲୋକେ ଆତଙ୍କିତ, ବନ ବିଭାଗର ୨୪ ଘଟିଆ ପଏଁତରା

ନୂଆପଡ଼ା,(ଅମିତ ପୁରୋହିତ) : ସଦର ବ୍ଲକ ହଲଦୀ ପରେ ଏବେ କୁକୁଡାଟାଲ ନିକଟ ମୁସରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଳରେ ୨ଟି କଲରା ପତରିଆ ବାଘ ଦେଖା ଦେଇଛି । ଗତ କାଳି ସନ୍ଧ୍ୟାରେ ଗାଁର କିଛି ଯୁବକ ଦୁଇଟି କଲରା ପତରିଆ ଦୁଇଟି ବାଘର ଫଟୋକୁ କ୍ୟାମେରାରେ କଏଦ କରିଛନ୍ତି । ଏବେ ୪୮ ଘଣ୍ଟା ହେଲା ଲୋକେ ଆତଙ୍କିତ ଆବସ୍ଥାରେ ଘର ତାଟି କବାଟ ବନ୍ଦ କରି ରହୁଛନ୍ତି । ଏବେ ନୂଆପଡ଼ା ବନ ବିଭାଗ ତରଫରୁ ଗାଁରେ ସଚେତନତା କରି ୨୪ ଘଣ୍ଟିଆ ପଏଁତରା ମାରୁଛନ୍ତି । ଲୋକଙ୍କୁ ଆତଙ୍କିତ ନ ହେବାକୁ ବନ ବିଭାଗ ପରାମର୍ଶ ଦେଉଛି ।
          ଗତ ମଙ୍ଗଳବାର ସନ୍ଧ୍ୟାରେ ଆମାନାର ପଞ୍ଚାୟତ କୁକୁରାଟାଲ ନିକଟ ମୁସରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଳରେ ଦୁଇଟି କଲରା ପତରିଆ ବାଘ ଦେଖା ଦେଇଥିଲା । ଜଙ୍ଗଳର ଏକ ଚଟାଣ ଉପରେ ଦୁଇଟି ବାଘ ବୁଳୁଥିବା ଲୋକେ ଦେଖିବାକୁ ପାଇଥିଲେ । ସେଠାରେ ଗାଁର କିଛି ଯୁବକ ଦୁଇଟି ବାଘର ଫୋଟୋକୁ ମୋବାଇଲ କ୍ୟାମେରାରେ କଏଦ କରିଥିଲେ । ଏହି ଫଟୋ ଦେଖି ଗାଁ ଲୋକେ ଭୟଭିତ ହୋଇ ପଡିଥିଲେ । ସୋସିଆଲ ମିଡିଆରେ ଫୋଟୋ ଘୁରି ବୁଳିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି । ହଲଦୀ ଘଟଣା ମନରୁ ନ ଲିଭୁଣୁ ଏବେ କୁକୁରାଟାଲ ଗାଁରେ ପୁଣି ଦୁଇଟି ବାଘ ଦେଖା ଦେଇଥିବାରୁ ଅଞ୍ଚଳବାସୀ ଆତଙ୍କିତ କରିଛି । କାଳେ ଦୁଇଟି ବାଘ ଗାଁକୁ ପଶି ଯିବ କି ? କାହାର ଘରକୁ ଆସି ଯିବ କି ବୋଲି ଲୋକେ ଘର ତାଟି କବାଟ ବନ୍ଦ କରି ଭୟଭିତ ଅବସ୍ଥାରେ ରହୁଛନ୍ତି । ଏବେ ବି ହଲଦୀ ଗାଁର ଦୃଶ୍ୟ ମନେ ପକାଇ ଲୋକଙ୍କ ଛତି ଥରି ପଡୁଛି । ଏହି ଖବର ପାଇ ଗତ କାଳି ରାତିରେ ନୂଆପଡ଼ା ବନ ବିଭାଗ କୁକୁରାଟାଲ ଗାଁରେ ପହଂଚି  ଥିଲେ । ସେଠାରେ ବନ କର୍ମଚାରୀ ନିୟୋଜିତ ହୋଇ ଲୋକଙ୍କୁ ସଚେତନ କରିଥିଲେ । ଏବେ ମଧ୍ୟ ଗାଁରେ ବନ ବିଭାଗ କର୍ମଚାରୀ ଗାଁରେ ୨୪ ଘଣ୍ଟିଆ ପଏଁତରା ମାରି ଲୋକଙ୍କୁ ସୁରକ୍ଷା ଦେବା ସହ ସଚେତନ କରୁଛନ୍ତି । ସନ୍ଧ୍ୟା ଓ ରାତିରେ ସତର୍କତାର ସହ ଘରୁ ବାହାରିବା ସହ ଘର ତାଟି କବାଟ ବନ୍ଦ କରିବାକୁ ଶୋଇବାକୁ ପରାମର୍ଶ ଦେଉଛୁ ବୋଲି ସଦର ରେଂଜର ଅସୀତ ଦାସ ସୂଚନା ଦେଇଛନ୍ତି । ତେବେ କୌଣସି ଅଘଟଣା ଘଟିବା ପୂର୍ବରୁ ଦୁଇଟି ବାଘକୁ ଧରି ନନ୍ଦନ କାନନ କିମ୍ବା ଅନ୍ୟତ୍ର ନେଇ ଯିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଏନେଇ ଏସିଏଫ  ମିହିର ରଂଜନ ପଟ୍ଟନାୟକଙ୍କୁ ପଚାରିବାରୁ, ମୁଁ ଛୁଟିରେ ଭୁବନେଶ୍ୱର ଆସିଛି । କୁକୁଡାଟାଲରେ ବାଘ ବାହାରୁଥିବା ଖବର ପାଇଛି । ସେଠାରେ ଆମର ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଗତ ଦୁଇ ବର୍ଷ ତଳେ ସଦର ବ୍ଲକ ହଲଦୀ ଗାଁରେ ଦୁଇଟି କଳରା ପତରିଆ ବାଘ ଆତଙ୍କ ଖେଲାଇଥିଲା । ୨୦୧୭ ମଇ ୨୬ ତାରିଖ ରାତିରେ ହଲଦୀ ଗାଁର ହିରାଲାଲ ପାଣ୍ଡେଙ୍କ ଚାରି ବର୍ଷର ଶିଶୁ ପୁତ୍ର ଛଗନଲାଲଙ୍କୁ ମାଁ କୋଳରୁ ଛାମ୍ପି ନେଇ ଖାଇ ଯାଇଥିଲା । ଜୁନ ୧୫ ତାରିଖରେ ମଣିଷ ଖିଆ ଅଣ୍ଡିରା କଲରା ପତରା ବାଘ ଓ ଅକ୍ଟୋବର ୩୧ ତାରିଖରେ ଅନ୍ୟ ଏକ ବାଘୁଣିକୁ ବନ୍ୟପ୍ରାଣି ବିଭାଗ ଯନ୍ତାରେ ଫସାଇ ନନ୍ଦନ କାନକକୁ ନେଇ ଯାଇଥିଲା ।

0
0
0
s2sdefault