ହେଡଲାଇନସ୍:

ମେଲଛାମୁଣ୍ଡା ପୁଲିସ ପଂଝାରେ ତିନି ରାଜପଥ ଲୁଟେରା

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 


ମେଲଛାମୁଣ୍ଡା,(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ପୁଲିସ ତିନି ଜଣ ରାଜ ପଥ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି । ଏ ନେଇ ମେଲଛାମୁଣ୍ଡା ପୁଲିସ ଥାନା କେସ ନଂ ୧୦୨/୧୯ ଦଫା ୩୯୪ରେ ରୁଜୁ ହେବା କରି ଅଭିଯୁକ୍ତ ସନିମାଲ ଗ୍ରାମର ପିଂଟୁ ସାହୁ, ସିଧିରା ଗ୍ରାମର ଖୁସିରାମ ପାତ୍ର ଓ ଘେଁସ ଗ୍ରାମର ସୁଶିଲ ମହାନନ୍ଦକୁ କୋଟ ଚାଲାଣ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣି ଗୋଛାୟତ ସୂଚନା ଦେଇଛନ୍ତି । ପ୍ରାପ୍ତସୂଚନାନୂସାରେ ଗତ ୩/୮/୧୯ ରାତ୍ର ପ୍ରାୟ ୧୦ଟା ସମୟରେ ଘେସସ୍ଥିତ ବଡଯୋରରେ ତିଆରି ହେଉଥିବା ବ୍ରିଜ ପାଖରେ ସୋହେଲାର ଏକ ହାଇଓା (ଓଆର ୧୫ ଡି ୬୯୦୬) ପଥର ଗୁଣ୍ଡ ପକାଇ ସୋହେଲା ଅଭିମୁଖେ ବାହାରୁଥିବା ବେଳେ ମାରୁତି ସିଜ କାର(ଓଡି ୧୭ କ୍ୟୁ ୧୫୨୦) ଗାଡିରେ ସନିମାଲ ଗ୍ରାମର ପିଂଟୁ ସାହୁ ନାମକ ଜୈନେକ ବ୍ୟକ୍ତି ଗାଡିଟିକୁ ପିଛାକରି ଅଟକାଇବା ସହ ହାଇଓା ଡ୍ରାଇଭର ମଦନ ବରିହାକୁ ଅଶ୍ଳିଳ ଭାଷାରେ ଗାଲିଗୁଲଜ କରି ମାଡ ମାରିବା ସହ ଭୟଭିତ କରିଥିଲେ । ମଦନ ଠାରୁ ଦୁଇଟି ମୋବାଇଲ ସହ ସାତ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ହାଇଓା ଡ୍ରାଇଭର ସୋହେଲା ଯାଇ ତାର ହାଇଓାର ମାଳିକ ମୁକେଶ ଅଗ୍ରଓାଲକୁ ସମସ୍ତ ଘଟଣା ସଂପର୍କରେ ଅବଗତ କରିଥିଲେ । ଡ୍ରାଇଭର ପାଖରୁ ଲୁଟେରାର ଚେହେରାର ଅନୁମାନ କରି ପିଂଟୁର ଫଟୋ ମୋବାଇଲରୁ ବାହାର କରି ଦେଖାଇଥିଲେ । ଡ୍ରାଇଭର ପିଂଟୁର ଫଟୋ ଚିହ୍ନିପାରିବାରୁ ମେଲଛାମୁଣ୍ଡା ଥାନାକୁ ଆସି ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ମେଲଛାମୁଣ୍ଡା ପୁଲିସ ପିଂଟୁ ସାହୁକୁ ତାର କାର ସହିତ ଥାନାକୁ ଆଣି ତଦନ୍ତ କରିଥିଲେ । ତଦନ୍ତରୁ ପିଂଟୁ ସହିତ ଖୁସିରାମ  ଓ ସୁଶିଲ ଥିବା ଜଣାପଡିଥିଲା । ପୁଲିସ ସମସ୍ତଙ୍କୁ ଗିରଫ କରିବା ସହ କୋଟ ଚାଲାଣ କରିଛି । ଘଟଣାର ତଦନ୍ତ ଏସ.ଆଇ. ପ୍ରମୋଦ ସାହୁ କରୁଛନ୍ତି । 

0
0
0
s2sdefault