ମେଲଛାମୁଣ୍ଡା(ମନୋଜ ଭୋଇ ) ବର୍ତମାନ ଶିକ୍ଷିତ ଯୁବପିଢି ଦିନ ସାରା ନିଶାରେ ମସଗୁଲ ରହିବାକୁ ଏସକପ ସିରପକୁ ବାଛିନେଇଛନ୍ତି । ସିରଫକୁ ଗ୍ରହଣ କରିବା ଦ୍ୱାରା ପରୋକ୍ଷରେ ନିଜ ଶରୀରକୁ ନଷ୍ଟ କରୁଥିବା ଜାଣି ପାରୁନାହାନ୍ତି । ଯଦ୍ୱାରା ସିରପର ମୂଲ୍ୟ ତିନି ଗୁଣ ବଢିିଯାଇଛି । ନିଶା ବେପାରି ମାନେ ଚୋରାରେ ଏହି ସିରପ ବ୍ୟବସାୟ କରି ମାଳେମାଲ ହେଉଥିବା ବେଳେ ଯୁବପିଢି ଏହାକୁ ଗ୍ରହଣ କରି ନିଜକୁ ନଷ୍ଟ କରିବା ସହ ଅସାମାଜିକ କାର୍ଯ୍ୟକରିବା ପାଇଁ ପଛଘୁଂଚା ଦେଉନାହାନ୍ତି । ଘେଁସ ଅଂଚଳରେ କିଛି ଅସାମାଜିକ ବ୍ୟକ୍ତି ବେଧଡକ ଭାବେ ଏହି ନିଶା ବେପାର ଚାଲିଥିବା ଅଭିଯୋଗ ହେବାପରେ ମେଲଛାମୁଣ୍ଡା ପୁଲିସ ହୁଵା ପିଢିଙ୍କୁ ଜହର ବିକୁଥିବା ମୃତ୍ୟୁର ସୌଦାଗରକୁ ଧରିବାକୁ ଅଂଟା ଭିଡିଥିଲା । ଗୁରୁବାର ଭୋରରୁ ଜଣେ ଗ୍ରହକକୁ ଘେଁସସ୍ଥିତ ବଡଯୋର ପାଖରେ ନିଜର ବୁଲେଟରୁ ଏସକପ ସିରଫ ବାହାର କରି ଦେଉଥିବା ବେଳେ ଘଟଣାସ୍ଥଳରେ କାବୁ କରିବାରେ ସକ୍ଷମ ହୋଇଛି । ବେଆଇନ ନିଶା ବେପାରରେ ସାମିଳ ଥିବା ଘେଁସ ଗ୍ରାମର ତରଣିସେନ ସାହୁ(୫୫)କୁ ଗିରଫ କରିବା ସହ ତାଙ୍କ ପାଖରେ ଥିବା ୨୦ଗୋଟି ଏସକପ ସିରଫ ଏବଂ ଏହି ବ୍ୟବସାୟରେ ବ୍ୟବହୃତ ହେଉଥିବା ବୁଲେଟ ଓଡି ୧୭ଜେ ୦୧୪୩କୁ ଜବତ କରାଯାଇଛି । ଏ ନେଇ ମେଲଛାମୁଣ୍ଡା ଥାନା କେସ ନଂ ୧୦୩/୧୯ ଦଫା ୨୭୨,୨୭୩,୨୭୪,୨୭୫ ଆଇପିସି ମାମଲା ରୁଜୁ କରିବା ସହ ଅଭିଯୁକ୍ତ ତରଣିସେନ ସାହୁକୁ କୋଟ ଚାଲାଣ କରାଯାଇଥିବା ମେଲଛାମୁଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣୀ ଗୋଛାୟତ ସୂଚନା ଦେଇଛନ୍ତି ।
ରାଜ୍ୟ
ମେଲଛାମୁଣ୍ଡା ପୁଲିସ ଖାପଚରେ ଜହର ବେପାରୀ
- Hits: 795