ଓଡିଶା ଲୋକସେବା ଆୟୋଗ କହିଲେ " ପ୍ରାର୍ଥୀ ମିଛ କହୁଛନ୍ତି, ମନ୍ଦ ଉଦେଶ୍ୟରେ ଗୁଜବ ସୃଷ୍ଟି କରାଉଛନ୍ତି "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ମିଛ ଅପପ୍ରଚାର କଲେ ଭବିଷ୍ୟତ ପରୀକ୍ଷା ପାଇଁ ଅନୁମତି ମିଳିବନି"

ଭୁବନେଶ୍ୱର : ଓଡିଶା ଲୋକସେବା ଆୟୋଗଙ୍କ ଦୃଷ୍ଟିକୁ ଆସିଛି ଯେ, ଓଡିଶା ସିଭିଲ୍ ସର୍ଭିସ୍-୨୦୧୫ ଏବଂ ସହକାରୀ ଉପବିଭାଗ ଅଧିକାରୀ-୨୦୧୮(ଏ.ଏସ୍.ଓ) ପରୀକ୍ଷାରେ ଅନିୟମିତତା ହୋଇଥିବା ସଂପର୍କରେ କେତେକ ପ୍ରାର୍ଥୀ ଗଣମାଧ୍ୟମ ଆଗରେ ସେମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା ଦର୍ଶାଇ ମିଥ୍ୟାଗୁଜବ ପ୍ରଚାର କରିବାରେ ସଂପୃକ୍ତ ହେଉଛନ୍ତି । ଏହି ଅଭିଯୋଗଗୁଡିକୁ ଲୋକସେବା ଆୟୁକ୍ତ ପୁଙ୍ଖାନୁପୁଙ୍ଖ ଭାବେ ଯାଂଚ କରି ଜାଣିବାକୁ ପାଇଛନ୍ତି ଯେ, ସେସବୁ ଅଭିଯୋଗ ଭିତି ହୀନ ଓ ସେଥିରେ ପୁୁନଃ ମୂଲ୍ୟାଙ୍କନ ପାଇଁ ଦାବିରେ  ମନ୍ଦ ଉଦ୍ଦେଶ୍ୟ ନିହିତ  । ଜଣେ ପ୍ରାର୍ଥୀ ମଧ୍ୟ ପରୀକ୍ଷକ ଏବଂ ମୁଖ୍ୟ ପରୀକ୍ଷକଙ୍କ ଦ୍ୱାରା କରାଯାଇଥିବା ମୂଲ୍ୟାଙ୍କନ ପ୍ରତି ସନ୍ଦେହ  ପ୍ରକଟ କରିଛନ୍ତି ।  ତଦନ୍ତରୁ ଜଣାଯାଇଛି ଯେ, ଯଦିଓ ସେହି ପ୍ରାର୍ଥୀଙ୍କୁ ପରୀକ୍ଷକ ବା ମୁଖ୍ୟ ପରୀକ୍ଷକଙ୍କ ଦ୍ୱାରା ମୂଲ୍ୟାୟନ ପରେ ଅଧିକ ନମ୍ବର ମିଳିଛି, ସଂପୃକ୍ତ ବର୍ଗରେ ଧାର୍ଯ୍ୟ କଟ୍ ଅଫ୍ ନମ୍ବରଠାରୁ ସେହି ପରୀକ୍ଷାର୍ଥୀ  ବହୁ ପଛରେ ଅଛନ୍ତି । ଏ ସଂବନ୍ଧରେ ସେହି ପ୍ରାର୍ଥୀଙ୍କୁ ମଧ୍ୟ  ବ୍ୟକ୍ତିଗତ ଭାବେ ଜଣାଯାଇଛି । 
     ପରୀକ୍ଷା ପରିଚାଳନା  କ୍ଷେତ୍ରରେ କମିଶନ ସର୍ବାଧିକ ସାଧୁତା  ଓ ସ୍ୱଚ୍ଛତା ଅବଲମ୍ବନ କରିଆସିଛନ୍ତି ଏବଂ ଏଥି ନିମନ୍ତେ ଏକ ବଳିଷ୍ଠ   ଅଭିଯୋଗ ଶୁଣାଣି ପ୍ରକ୍ରିୟା ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଦକ୍ଷତାର ସହ ପରୀକ୍ଷା ପରିଚାଳନା ଯୋଗୁଁ କମିଶନଙ୍କ ଦ୍ୱାରା  ଅତୀତରେ ସର୍ବାଧିକ ପ୍ରାର୍ଥୀ  ମନୋନୀତ ହୋଇଥିବା ବେଳେ ଅଳ୍ପ ସଂଖ୍ୟକ ଆଇନ୍ଗତ ମାମଲା ଆସିଥିଲା ।
    ସମସ୍ତ ପ୍ରାର୍ଥୀମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନେ ସେମାନଙ୍କର ଅଭିଯୋଗଗୁଡିକୁ ସିଧାସଳଖ କମିଶନଙ୍କ ଦୃଷ୍ଟିକୁ ଆଣନ୍ତୁ, ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ବିଭ୍ରାନ୍ତିକର ତଥ୍ୟ ଦିଅନ୍ତୁ ନାହିଁ ଏବଂ ନିଜ ସପକ୍ଷରେ ନିଷ୍ପତ୍ତି ଆଣିବା ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ଅନୁରୋଧ କରନ୍ତୁ  ନାହିଁ ।
    ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଜଣେ ନିଜର ଦାବି ପୂରଣ ପାଇଁ ସହାୟତା ନେଇପାରେ । ମାତ୍ର ମନ୍ଦ ଉଦ୍ଦେଶ୍ୟ  ରଖି ଏଭଳି ମିଥ୍ୟା ଅପପ୍ରଚାର କଲେ ପରବର୍ତ୍ତୀ ଅବସ୍ଥାରେ ଓଡିଶା ଲୋକସଭା ଆୟୋଗ ଓ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ଆଗାମୀ ଦିନରେ ଅନୁଷ୍ଠିତ  ହେବାକୁ ଥିବା ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅଯୋଗ୍ୟ ବିବେଚିତ ହେବେ ବୋଲି ଓଡିଶା ଲୋକସେବା ଆୟୋଗର ସଚିବ ଜଣାଇଛନ୍ତି ।

0
0
0
s2sdefault