ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କିନ୍ନର ଜଣାଇଲେ କୃତଜ୍ଞତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭୁବନେଶ୍ୱର:  ଅଗଷ୍ଟ ୫ ତାରିଖ ଦିନ ଲୋକସଭାରେ ବହୁ ପ୍ରତିକ୍ଷିତ  କିନ୍ନରମାନଙ୍କ ପାଇଁ ଟ୍ରାନ୍ସଜେଣ୍ଡର ପର୍ସନ (ପ୍ରୋଟେକ୍ସନ ଅଫ୍ ରାଇଟ୍ସ) ବିଲ୍ ୨୦୧୯ ପାରିତ ହୋଇଯାଇଛି । ଏଥିରେ ଭାଗ ନେଇ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଲେ ଯେ, ଭାରତରେ ସମସ୍ତେ ସମାନ ଅଧିକାର ନେଇ ବଂଚିବା  ଏବଂ ସମାଜେ  କିନ୍ନରମାନଙ୍କୁ ଖରାପ ଦୃଷ୍ଟିରେ ନ ଦେଖି ଭଲ ଦୃଷ୍ଟିରେ ଦେଖିବା ଦରକାର । ଶ୍ରୀମତୀ ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ, ଭାରତରେ ୧୯ ଲକ୍ଷରୁ ଅଧିକ ଟ୍ରାନ୍ସଜେଣ୍ଡର ଥିବାବେଳେ ଓଡ଼ିଶାରେ ପାଖାପାଖି ୫ ହଜାର କିନ୍ନରମାନେ ରହିଛନ୍ତି । ସେମାନଙ୍କୁ ସାମ୍ବିଧାନିକ ଅଧିକାର ମିଳିବା ପାଇଁ ଦାବି କରିଥିଲେ । ଆହୁରି ମଧ୍ୟ କହିଥିଲେ ମାନ୍ୟବର ସୁପି୍ରମକୋର୍ଟ ୨୦୧୪ ମସିହା ରାୟରେ ଟ୍ରାନ୍ସଜେଣ୍ଡର / ଥାଡର଼୍ ଜେଣ୍ଡର ଲ୍ୟାଣ୍ଡମାର୍କ କରି ରାୟ ଦେଇଛନ୍ତି ଏବଂ ଏମାନେ ମାନବିକ ଅଧିକାରରୁ ଯେଭଳି ବଂଚିତ ନହୁଅନ୍ତି । କିନ୍ନରମାନଙ୍କ ପାଇଁ ଏକ କମିଟି ଗଠନ କରାଯାଉ ଯେଉଁଥିରେ ଜିଲ୍ଲା ମାଜିଷ୍ଟ୍ରେଟ  ଡକ୍ଟର ଆସୋସିଏସନ, କିନ୍ନର ପ୍ରତିନିଧିମାନେ ରହିବେ । ଜୀବନ ଜୀବିକା ସୁରକ୍ଷା ହେବା ମଧ୍ୟ ଦରକାର । ପ୍ରଧାନମନ୍ତ୍ରୀ ସବ୍କା ସାଥ ସବ୍କା ବିକାଶ ମାଧ୍ୟମରେ ଟ୍ରାନ୍ସଜେଣ୍ଡରମାନଙ୍କୁ ସାମିଲ୍ କରିବା ସହ ଅଷ୍ଟେ୍ରଲିଆ, ଜର୍ମାନୀ, କାମ୍ବୋଦିଆ ଦେଶଗୁଡ଼ିକରେ କିନ୍ନରମାନଙ୍କୁ କେଉଁଭଳି ଭାବରେ ମର୍ଯ୍ୟାଦା ଦିଆଯାଇଛି ତାହା ଉପରେ ବିଶ୍ଲେଷଣ କରିଥିଲେ । ଏହିଭଳି ଭାବରେ ଦୀର୍ଘ ୨୦ ମିନିଟ୍ରୁ ଅଧିକ ସମୟ କିନ୍ନରମାନଙ୍କ ବିଲ୍କୁ ସମର୍ଥନ କରିବା ପରେ ବିଲ୍ଟି ପାରିତ ହୋଇଥିଲା । ଏହି ବିଲ୍ ପାରିତ ହେବା ଏକ ଐତିହାସିକ ରାୟ ବୋଲି ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ ସଭାପତି ମେନ୍ନକା କିନ୍ନର, କିନ୍ନର ମୁଖ୍ୟଗୁରୁ ତଥା ସମ୍ପାଦକ ସୁଇଟି ସାହୁ, ସୋନମ କିନ୍ନର, କାଜଲ କିନ୍ନର, ମିଠି କିନ୍ନର, ବବି କିନ୍ନର ଓ  ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ରାଜ୍ୟ ସଭାପତି ପ୍ରତାp କୁମାର ସାହୁ ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀକୁ କୃତଜ୍ଞତା ଜଣାଇଥିଲେ |

0
0
0
s2sdefault