ନୂଆ ବହି କିଣ, ଫାଡ଼ିକି ସ୍କୁଲକୁ ଆଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବ୍ୟାଗ ବୋଝ କମାଇବାର ନୂଆ ତରିକା , ହ୍ଵାଟ ଆନ ଆଇଡ଼ିଆ ସାର ଜୀ !!

ଭୁବନେଶ୍ୱର : ପିଲାମାନଙ୍କ କାନ୍ଧ ଉପରେ ବ୍ୟାଗର ବୋଝ ବଢି ଯାଉଛି । ତାକୁ କମାଉବାକୁ ପଡିବ । ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଏ ପି ଜେ ଅବଦୁଲ କଲାମ ଜୀ ଏଇ କଥା କହିଥିଲେ । ତାକୁ ନେଇ ସର୍ବୋଚ୍ଚ ଅଦାଲତ ମଧ୍ୟ ତାଗିଦ କଲେ । ଆଉ ତାରି ଆଧାରରେ କେନ୍ଦ୍ର ସରକାର ମଧ୍ୟ ମାର୍ଗଦର୍ଶିକା ଜାରି କଲେ । କିଏ ଏହାକୁ ଏମିତି ପାଳିଲା ନପାଳିଲା ଅଲଗା କଥା, ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ କିନ୍ତୁ ଭାରି ନିଷ୍ଠାର ସହ ପାଳିଛି । ପିଲାଙ୍କ କାଂଧରୁ ବୋଝ କମାଇବା ପାଇଁ ବାହାର କରିଛନ୍ତି ଅଭିନବ ତରିକା । ପିଲାମାନଙ୍କୁ ନୋଟିସ ଜାରି କରି କୁହା ଯାଇଛି ଯେ କିଣିଥିବା ନୂଆ ବହିକୁ ଫାଡ଼ିଦେଇ ଅଧା ଅଧା କରି ସ୍କୁଲକୁ ଆଣିବା ପାଇଁ । ଆଉ ଏ ନୋଟିସ ପାଇଲା ପରେ ଅଭିଭାବକଙ୍କ ମୁଣ୍ଡ ଗୋଲ ।

ସ୍କୁଲ ପକ୍ଷରୁ ଚତୁର୍ଥ ଶ୍ରେଣୀ ପିଲାକୁ ଦିଆଯାଇଥିବା ନୋଟିସ ଆମେ ପାଇଛୁ । ଅନ୍ୟ କ୍ଲାସ ପିଲାଙ୍କୁ ମଧ୍ୟ ଏହା ଦିଆଯାଇଥାଇ ପାରେ । ସେହି ନୋଟିସରେ ଯାହା ଉଲ୍ଲେଖ ଅଛି ତାହା ଏହିପରି ।

" ସେସନ ଆରମ୍ଭରୁ ପିଲାମାନଙ୍କୁ ନୋଟିସ ଦିଆଯିବା ସତ୍ତ୍ୱେ ପିଲାମାନେ ସେମାନଙ୍କ ବ୍ୟାଗରେ ଅନେକ ଅବାଂଛିତ ଜିନିଷ ନେଇ ଆସୁଛନ୍ତି, ଯାହାକି ବ୍ୟାଗର ବୋଝ ବଢ଼ାଇ ଦେଉଛି । ଏହା ପିଲାର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ଏହା ଅତ୍ୟନ୍ତ ଉଦବେଗର ବିଷୟ ।ତେଣୁ ଆପଣମାନଙ୍କୁ ଅନୁରୋଧ କରାଯାଉଛି ଯେ ପିଲାଙ୍କ ପଢ଼ା ବହିକୁ ଟର୍ମ ଅନୁସାରେ ଫାଡ଼ି ଦିଅନ୍ତୁ । ତାକୁ ଫାଡ଼ିବା ପରେ ଭଲଭାବେ ସିଲେଇ କରି ମଲାଟ ମଡ଼ାଇ ଦିଅନ୍ତୁ । ଫାଳେ ଫାଳେ ବହି ସ୍କୁଲକୁ ଆଣିଲେ ପିଲାଙ୍କ ସ୍କୁଲ ବ୍ୟାଗ ବୋଝ କମିଯିବ ।"

ଆଉ କେଉଁ ବିଷୟ ବହି କେଉଁ ପୃଷ୍ଠା ପର୍ଯ୍ୟନ୍ତ ଫାଷ୍ଟ ଆଉ ସେକଣ୍ଡ ଟର୍ମରେ କେତେ ପୃଷ୍ଠା ପର୍ଯ୍ୟନ୍ତ ପଢ଼ାହେବ ବା କେଉଁ ପୃଷ୍ଠାରୁ ବହିକୁ ଦି ଫାଳ କରିବ ସେ ବିଷୟ ବି ନୋଟିସରେ ଉଲ୍ଲେଖ ଅଛି ।

ସେ ନୋଟିସର ଫୋଟୋ ଟି ଆମେ ଉପରେ ପାଠକଙ୍କ ଅବଗତି ପାଇଁ ଦେଲୁ, ଯାହାକି ହେଡ ମାଷ୍ଟରଙ୍କ ଦସ୍ତଖତରେ ପିଲାଙ୍କ ହାତରେ ଅଭିଭାବକଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି । ସତର ହ୍ଵାଟ ଆନ ଆଇଡ଼ିଆ !!!!

0
0
0
s2sdefault