ହେଡଲାଇନସ୍:

ଘନ ଘନ ଓଭରଲୋଡିଂ, ଅସନ୍ତୁଷ୍ଟ ଅଞ୍ଚଳବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଜଣା କାରଣ ପାଇଁ ହାତ ବାନ୍ଧି ରହିଛି ପରିବହନ ବିଭାଗ

ଝାରସୁଗୁଡା (ଖୁର୍ସିଦ ଆଲାମ ଖାଁ) :ଝାରସୁଗୁଡ଼ା ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ଶିଳ୍ପ ସଂସ୍ଥା ବିଗତ ପ୍ରାୟ ୧୦ ବର୍ଷରୁ ଚାଲିଥିବା ଦ୍ଵାରା ଏଠାରେ କଞ୍ଚା ମାଲ କୋଇଲା, ଆଇରନ, ଆସ ଇତ୍ୟାଦି ନେବା ଆଣିବା ପାଇଁ ଭାରିଯାନ ୬ ଚକା ରୁ ଆରମ୍ଭ କରି ୨୦୦ ଚକ ଲାଗିଥିବା ଭାରିଯାନ ଚଳାଚଳ କରୁଥିବା ଦେଖିବାକୁ ମିଳିଥାଏ । ଏହି ଶିଳ୍ପ ସଂସ୍ଥା ପାଇଁ ଦିନକୁ ପ୍ରାୟ  ୧୦୦ ରୁ ଉର୍ଦ୍ଧ୍ଵ ଟ୍ରକ କୋଇଲା ନେବା ଆଣିବା କରିଥିବା ଦେଖାଯାଏ ଏବଂ ଏହି ଗାଡ଼ି ମାନଙ୍କ ଦ୍ଵାରା ନିୟମିତ ରୂପେ ବାରମ୍ବାର ଦୁର୍ଘଟଣା ଘଟିବା ଏବଂ ଧନ ଜୀବନ ହାନି ମଧ୍ୟ ହୁଏ । କୋଇଲା ଗାଡ଼ି ତଥା ଆସ ଗାଡ଼ି ମାନଙ୍କୁ ସୁପ୍ରିମକୋର୍ଟ ଗାଇଡ ଲାଇନ ଦ୍ୱାରା ଟାର୍ ପୋଲିନ (ତ୍ରିପାଲ) ଢାଙ୍କି ନେବାପାଇଁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିବା ଏବଂ ଓଭରଲୋଡ ରୋକିବା ଦିଗରେ ମଧ୍ୟ ବିଭିନ୍ନ ନିୟମ ରହିଥିବା ଏବଂ ପରିବହନ ବିଭାଗକୁ ଫାଇନ୍ ଆଦାୟ କରିବା ପାଇଁ ଦାୟିତ୍ଵ ମଧ୍ୟ ଦିଆଯାଇଛି । ଝାରସୁଗୁଡ଼ା ଜିଲ୍ଲାରେ ମାତ୍ର ନିୟମ ଉଲ୍ଲଂଘନ କାରି ଭାରିଯାନ ପ୍ରତି ବିଭାଗିୟ କାର୍ଯ୍ୟାନୁଷ୍ଠାନ ପରିମାଣ କମ୍ ଦେଖାଦେଇଥିବା ଏକ ସୂଚନା ଅଧିକାର ପତ୍ର ସଂଖ୍ୟା ୧୮୯୫ ଦ୍ବାରା ଜଣାଯାଇଛି ଯାହା କୋଇଲା ଏବଂ ଆଶ ଗାଡି ମାଲିକ ଏବଂ ପରିବହନ ବିଭାଗ ଦ୍ବାରା ଏକ ମଧୁଚନ୍ଦ୍ରିକା ସଦୃଶ୍ୟ କହିବା ଭୂଲ ହେବ ନାହିଁ । ଆର୍ଥିକ ବର୍ଷ ୨୦୧୭ - ୨୦୧୯ ପର୍ଯ୍ୟନ୍ତ ମୋଟ ୧୦୭ ଟି ଓଭର ଲୋଡ଼ ମାମଲା ଦ୍ୱାରା  ଚଉଦ ଲକ୍ଷ ପଞ୍ଚାବନ ହଜାର ନଅସହ ଏକାନବେ ଟଙ୍କା (୧୪,୫୫୯୯୧) ଫାଇନ୍ ଆଦାୟ କରିଥିବା ବେଳେ ଆର୍ଥିକ ବର୍ଷ ୨୦୧୭ - ୨୦୧୯ ବିନା ଟାର୍ ପୋଲିନ୍ (ତ୍ରିପାଲ)  ୩୫ ଟି ମାମଲା ପରିବହନ ବିଭାଗ ଦ୍ଵାରା କରାଯାଇ ମୋଟ ଏକ ଲକ୍ଷ ପଞ୍ଚସ୍ତୋରି ହଜାର ଟଙ୍କା (୧୭୫୦୦୦)  ଆଦାୟ କରାଯିବା ସୂଚନା ପତ୍ରରେ ଦିଆଯାଇ ଥିବା ଦେଖିବାକୁ ମିଳିଛି । ଯାହା ସମୁଦ୍ରକୁ ସଂଖାଂଏ ସଦୃଶ୍ୟ ବୋଲି ପ୍ରମାଣିତ ହୋଇଛି । ଜନସାଧାରଣ ବାରମ୍ବାର ଗାଡ଼ି ମାନଙ୍କରେ ବିନା ଟାର୍ ପୋଲିନ୍ ଏବଂ ଓଭର ଲୋଡ ଗାଡି ଯିବା ଆସିବା କରୁଥିବା ଦେଖା ଦେଇଥାଏ  ଏବଂ ବାରମ୍ବାର ବଢେଇମୁଣ୍ଡା ଗ୍ରାମବାସୀ ରାସ୍ତା ଅବରୋଧ କରି ନିୟମିତ ଯାଞ୍ଚ ଏବଂ ଅନ୍ୟ ରାସ୍ତାକୁ ଭାରିଯାନ ଏବଂ କୋଇଲା ଗାଡ଼ି ଚଳାଚଳ ପାଇଁ ବାରମ୍ବାର ଦାବିପତ୍ର ଜିଲ୍ଲାପାଳ ତଥା ଉର୍ଚ୍ଚ ପ୍ରଶାସନିକ ପଦାଧିକାରୀଙ୍କୁ ଦେଉଥିବା ଦେଖାଦେଇଛି କିନ୍ତୁ ପ୍ରଶାସନର ନିରବତା ତଥା ପରିବହନ ବିଭାଗର ଧର୍ମକୁ ଆଖି ଠାର ନିତି ଚାଲିଥିବା ଦେଖିବାକୁ ମିଳିଛି । ବିଗତ କିଛି ମାସ ତଳେ ଝାରସୁଗୁଡ଼ା ବସଷ୍ଟାଣ୍ଡ ସ୍ଥିତ ମଙ୍ଗତ୍ ସିଂ ହୋରାଙ୍କ ଘର ଭିତରେ ଓଭର ଲୋଡ଼ କୋଇଲା ଗାଡ଼ି ପସିଯାଇଥିଲା ଜୀବନ ହାନି ହୋଇନଥିଲେ ମଧ୍ୟ ଘର ସମ୍ମୁଖ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଥିଲା ଏବଂ ପୋଲିସ ପହଞ୍ଚି ତଦନ୍ତ କରିବାରୁ ଏହି ଗାଡ଼ିର ଇନ୍ସୁ ର।ନ୍ସ ଫେଲ୍ ଏବଂ ଫିଟ୍ ନେସ ନ ଥିବା ଜଣାଯାଇଥିଲା । କିପରି ଏହି ଗାଡ଼ି ମାନେ ପରିବହନ ବିଭାଗର ଯାଞ୍ଚ ରୁ ବଞ୍ଚି ବେଧଡ଼କ ଗାଡ଼ି ଚେକିଂ ରୁ ବଞ୍ଚିବା ବିଭିନ୍ନ ପ୍ରଶ୍ନ କୁ ଜନ୍ମ ଦେଇଥିଲା । କିଛି ବର୍ଷ ପୂର୍ବେ ଭାରିଜାନ ଦ୍ବାରା ଏହି ବସଷ୍ଟାଣ୍ଡ ଓଭର ବ୍ରିଜ୍ ତଳେ ବେଙ୍କ୍ କର୍ମଚାରିଙ୍କ ପତ୍ନି ଙ୍କ ଉପରେ ଟ୍ରକ୍ ଚଢ଼ିଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଟ୍ରକ୍ ଦୁର୍ଘଟଣା ଘଟାଇ ଫେରାର୍ ହୋଇଥିଲା ଯାହାକୁ ଆଜି ପର୍ଯ୍ୟନ୍ତ ପୋଲିସ ଧରିବାରେ  ବିଫଳ ରହିଛି ଏହିପରି ଶତାଧିକ ମାମଲା ଦେଖାଦେଇଥିଲେ ମଧ୍ୟ ପ୍ରଶାସନ ଓ ପରିବହନ ବିଭାଗର କଚ୍ଛପ ଗତି ଦ୍ବାରା ବେଆଇନ ଭାରିଯାନ ବେଧଡ଼କ ଚଳାଚଳ ସକ୍ରିୟ ରହିଥିବା ଏବଂ  ଜନସାଧାରଣ ବାରମ୍ବାର ପ୍ରତିକ୍ରିୟାଶିଳ ହେଲେ ମଧ୍ୟ ଓଭର ଲୋଡ ପ୍ରତି କୌଣସି ସ୍ଥାୟୀ ପ୍ରତିକାର ହେବା ଦିଗ ଶୂନ୍ୟ ରହିଛି । କେଉଁ କାରଣରୁ ପରିବହନ ବିଭାଗ ହାତ ବାନ୍ଧି ରହିଛି ତାହା ଜାଣିବା ପାଇଁ ଜନସାଧାରଣ ଏବଂ ବିଭିନ୍ନ ସାମାଜିକ ସଂଗଠନ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।

0
0
0
s2sdefault