ହେଡଲାଇନସ୍:

ଯାତ୍ରୀବାହୀ ଡଙ୍ଗାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପ୍ରଶାସନିକ ଅଧିକାରୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କ୍ଷମତାରୁ ଅଧିକ ଯାତ୍ରୀ ନନେବାକୁ ବିଡ଼ିଓ କଲେ ତାଗିଦ

ବରଗଡ:- ବରଗଡ ଜିଲ୍ଲା ପାଇକମାଲ ବ୍ଲକର ଲାଖମରା ରୁ ଚରଦାପଲି କୁ ବର୍ଷା ଦିନରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବରେ ବିଛିନ୍ନ ହେଇଯାଏ ବର୍ଷା ଦିନରେ ଡଙ୍ଗା ହିଁ ଏକମାତ୍ର ଭରଷା ଚରଦାପଲି ପଞ୍ଚାୟତ ର ଜନସାଧାରଣଙ୍କ ପାଇଁ । ରାଜ୍ୟରେ ବିଗତ ଦିନରେ ଅନେକ ଡଙ୍ଗା ଦୁର୍ଘଟଣା ଗ୍ରସ୍ତ ହେଇ ବହୁ ଧନ ଜୀବନ ହାନି ଘଟିଛି ତେଣୁ ପ୍ରଶାସନ ତରଫରୁ ଡଙ୍ଗା ପାଇଁ ଅନୁମତି ଦେବା ପୂର୍ବରୁ ଓ ପରେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ଆଜି ପାଇକମାଲ BDO ଶ୍ରୀ ସଦାଶିବ ନାୟକ , ଜଗଦଲପୁର ଥାନା ଅଧିକାରୀ ଲଳିତା ଲିଲିମା ବାର୍ଳା RWSS ର ସହକାରୀ ଯନ୍ତ୍ରୀ ଶ୍ରୀ ରଶ୍ମି ରଂଜନ ମାର୍ଥl , ଯନ୍ତ୍ରୀ ଶ୍ରୀ ସତ୍ୟବ୍ରତ ମାଝୀ, ଶ୍ରୀ ସୁବ୍ରତ ନାରାୟଣ କାଶ୍ୟପ , ଶ୍ରୀ ଭୀଷ୍ମଦେଵ ମାଝୀ ପ୍ରମୁଖ ଲାଖମରା ଅଙ୍ଗନଦୀ ଘାଟ କୁ ଯାଇ ଯାତ୍ରୀ ମାନଙ୍କ ପାଇଁ ରହିଥିବା ଡଙ୍ଗା କୁ ଯାଞ୍ଚ କରିବା ସହିତ ଲାଇଫ ଜ୍ୟାକେଟ , ଵୋ , ଇତ୍ୟାଦିକୁ ଯାଞ୍ଚ କରିଥିଲେ । 20 ଜଣ ଙ୍କ ପାଇଁ ଉଦ୍ଦିଷ୍ଟ ଏହି ଡଙ୍ଗାରେ କୋଣସି ପରିସ୍ଥିତିରେ ଅଧିକ ଯାତ୍ରୀ ନନେବା ପାଇଁ BDO ଶ୍ରୀ ନାୟକ ଡଙ୍ଗା ମାଲିକ ବିନୋଦ ପଟେଲକୁ କଡା ନିର୍ଦେଶ ଦେଇଥିଲେ ।

0
0
0
s2sdefault