ହେଡଲାଇନସ୍:

ଏମସିଏଲ କୋଇଲା ଖଣି ଦୁର୍ଘଟଣା: ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କଲେ ୫ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା

ତାଳଚେର( ଶାସକ ପ୍ରଶାସକ)ଅନୁଗୁଳ ଜିଲା ତାଲଚେର ସ୍ଥିତ ଭରତପୁର ଅଞ୍ଚଳରେ ଥିବା ଏମସିଏଲ କୋଇଲା ଖଣିରେ ହୋଇଥିବା ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏମସିଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥାଏପାରେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଏମସିଏଲର ରେଜିଷ୍ଟର ଅନୁସାରେ ଜୁଲାଇ ୨୩ରେ ୧୩ଜଣ ଶ୍ରମିକ ଖଣିରେ ଥିଲେ। ଦୁର୍ଘଟଣା ପରେ ସେମାନଙ୍କ ମଧ୍ୟରୁ ୯ଜଣ ଉଦ୍ଧାର ହୋଇଛନ୍ତି। ଅନ୍ୟ ଚାରିଜଣ ନିାଖୋଜ ରହିଥିଲେ। ୨୪ତାରିଖରେ ଜଣଙ୍କର ଏବଂ ୨୫ ତାରିଖରେ ଅନ୍ୟ ଦୁଇ ଜଣଙ୍କରା ମୃତଦେହ ମିଳିଥିଲା। ପରେ ୨୭, ୨୮, ଏବଂ ୨୯ତାରିଖରେ ଏକ ମରଶରୀରର ଖଣ୍ଡ ବିଖଣ୍ଡିତ ଅଙ୍ଗ ପ୍ରତ୍ୟଙ୍ଗ ପର୍ୟ୍ୟାୟକ୍ରମେ ମିଳିଥିଲା। ପ୍ରଥମେ ଏକ ହାତ, ପରେ ପାଦ ଓ ଶେଷରେ ପେଟର କିଛି ଅଂଶ ଉଦ୍ଧାର ହୋଇଥିଲା। ଏହି ମୃତକଙ୍କ ପରିବାର ଲୋକେ ଅଙ୍ଗପ୍ରତ୍ୟଙ୍ଗଗୁଡିକୁ ନେବାଲାଗି ପ୍ରଥମେ ମନାକରିଦେଇଥଇଲେ। କିନ୍ତୁ ପରେ ରାଜି ହୋଇଥିଲେ। ମଙ୍ଗଳବାର ପୁଲିସ ପରିବାର ଲୋକଙ୍କୁ ବୁଝାସୁଝା କରି ଅଙ୍ଗପ୍ରତ୍ୟଙ୍ଗ ହସ୍ତାନ୍ତର କରିଛି। ପରିବାର ଲୋକଙ୍କ ସହମତି କ୍ରମେ ଏକ ଅଙ୍ଗର ଛୋଟ ଅୖଂଶକୁ ଡିଏନଏ ପରୀକ୍ଷା ପାଇଁ ପଠାଯାଇଛି ବଲେି ଏମସିଏଲ କୋଲରି ଥାନା ଅଧିକାରୀ ସବ୍ୟସାଚୀ ରାଉତ ସୂଚନା ଦେଇଛନ୍ତି। ମୃତଦେହର ଅନ୍ୟ ଅଂଶଗୁଡିକୁ ଜବତ କରବା ଲାଗି ସଚ୍ଚ ଅପରେସନ ଜାରି ରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ମୃତକଙ୍କ ପରିବାର ଲୋକଙ୍କୁ ୫ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଅନ୍ୟପଟେ ଏହି ଘଟଣା ପରଠାରୁ ଅନୁଗୁଳରେ ରହିଥିବା ୧୦ଟି ଛୋଟ ବଡ଼ କୋଇଲା ଖଣିରେ ଆନ୍ଦୋଳନ ଜାରି ରହିଛି। ଏଠାରେ ଏନଟିପିସିର ବିଜୁଳି ଉତ୍ପାଦନ ପ୍ଲାଣ୍ଟ ମଧ୍ୟ ରହିଛି। ଯେଉଁଠାରେ ୩ହଜାର ମେଗାୱାଟର ବିଜୁଳି ଉତ୍ପାଦନ କରାଯାଏ। ଯାହା କର୍ଣ୍ଣାଟକ ଏବଂ ତାମିଲନାଡୁ ଭଳି ରାଜ୍ୟକୁ ପଠାଯାଇଥାଏ। ଶ୍ରମିକମାନଙ୍କ ଆନ୍ଦୋଳନ କାରଣରୁ ଏନଟିପିସିକୁ କୋଇଲା ଯୋଗାଣ ବନ୍ଦ ହୋଇଯାଇଛି। ଯାହାଦ୍ବାରା ବିଜୁଳି ଉତ୍ପାଦନ ହ୍ରାସ ପାଇଛି। ବର୍ତ୍ତମାନ ୧୫୦୦ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି। ପରିସ୍ଥିତିରେ ସୁଧାର ଆସିବା ପାଇଁ ଆହୁରି ଏକ ସପ୍ତାହ ସମୟ ଲାଗିବ ବୋଲି ଅଧିକାରୀମାନେ କହିଛନ୍ତି। ବୁଧବାର ଦିନ ଅନୁଗୁଳ ଜିଲାପାଳ ସର୍କିଟ ହାଉସରେ ଖଣି କର୍ମଚାରୀମାନଙ୍କ ସହ ଆଲୋଚନା କରିବେବୋଲି ସୂଚନା ମିଳଛି।କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ନେଇ ଏକ ତଦନ୍ତକାରୀ ଦଳ ପଠାଇଛନ୍ତି। ସୂଚନା ମୁତାବକ, କେନ୍ଦ୍ରୀୟ ଖଣି ମନ୍ତ୍ରଣାଳୟ ପକ୍ଷରୁ ଉପମହାନିର୍ଦେଶକ ସୁବ୍ରୋ ବାଗଚିଙ୍କ ନେତୃତ୍ବରେ ୭ଜଣିଆ ତଦନ୍ତ କାରୀ ଦଳ ଅନୁଗୁଳରେ ପହଞ୍ଚିଛନ୍ତି। ବାଗଚି ମଙ୍ଗଳବାର ଭରତପୁର କୋଇଲା ଖଣିର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଧିକାରୀମାନଙ୍କ ସହିତ ବୈଠକରେ ଆଲୋଚନା କରିଛନ୍ତି। ବୈଠକ ପରେ ବାଗଚି କହିଛନ୍ତି ଯେ, ସେ ଏହି ଦୁର୍ଘଟଣାର ତଦନ୍ତ ରିପୋର୍ଟ ସେ‌ପ୍ଟେମ୍ବର ୩୦ ସୁଦ୍ଦା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ।

ଖଣି ଯନ୍ତ୍ରୀ ଶ୍ରିକାନ୍ତ ରାଓ କହିଛନ୍ତି, ଏପର୍ୟ୍ୟନ୍ତ ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଚାରି ଜଣ ଠିକା କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ପମ୍ପ ଅପରେଟର, ଜଣେ ଗାଡ଼ି ଚାଳକ ଓ ଅନ୍ୟଜଣେ କ୍ଲିନର ଥିଲେ। ଏହି ଘଟଣାକୁ ବିରୋଧ କରି ଅନୁଗୁଳର ୧୦ଟି କୋଇଲା ଖଣିର ଶ୍ରମିକମାନେ ଅନ୍ଦୋଳନ ଜାରି ରଖିଛନ୍ତି। ଦୁର୍ଘଟଣାକୁ ବିରୋଧ କରି ଅନୁଗୁଳ ଜିଲାର ଭରତପୁର, ବଳରାମ ଓସିପି, ହିଙ୍ଗୁଳା, କଳିଙ୍ଗ, ଜଗନ୍ନାଥ, ଅନ୍ନତା, ତାଳଚେର, ନନ୍ଦିରା, ଡେରା, ଲିଙ୍ଗରାଜ, କନ୍ୟା ଏବଂ ଭୁବନେଶ୍ବରୀ କୋଇଲା ଖଣିର ହଜାର ହଜାର କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏକ ସପ୍ତାହ ହେବ ଏହି ଖଣି ଗୁଡ଼ିକରୁ କୋଇଲା ଉତ୍ପାଦନ ହୋଇପାରୁନାହିଁ। ଏଥିରୁ ଦୁଇଟି ଖଣି ଭରତପୁର ଏବଂ ହିଙ୍ଗୁଳା ଏନଟିପିସି ସହିତ ଲିଙ୍କ ରହିଛି। ଏନଟିପିସିର ପିଆରଓ ଅମିତ ବେହେରା କହିଛନ୍ତି, କୋଇଲା ଯୋଗାଣ ହୋଇପାରୁ ନଥିବାରୁ ଏନଟିପିସିର ବିଦ୍ୟୁତ୍ ଉତ୍ପାାଦନ ୧୫ମେଗାୱାଟକୁ ହ୍ରାଶ ପାଇଛି। ଫଳରେ କର୍ଣ୍ଣାଟକ ଏବଂ ତାମିଲନାଡୁକୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି।

0
0
0
s2sdefault