ହେଡଲାଇନସ୍:

ଗୋ ଖାଦ୍ୟ ପ୍ରସ୍ତୁତିରେ ଭେଜାଲ, ରାକେଟ ପଛରେ ଅଣଓଡିଆ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବଲାଙ୍ଗୀର(ନିରୋଜ ମିଶ୍ର)  ବଲାଙ୍ଗୀର ସହରର  ଅନ୍ୟତମ ପୁରୁଖା ଗୋ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରୀ କରୁଥିବା ପ୍ରତିଷ୍ଠାନରେ ଭେଜାଲ ଗୋ ଖାଦ୍ୟ ପ୍ରସ୍ତତି ହେଉଥିବା ଓ ଚଢ଼ା ଦରରେ ବିକ୍ରୀ ହେଉଥିବା ଅଭିଯୋଗ ଉଠିଛି । ଗୋ ଖାଦ୍ୟ ପାଇଁ ସଂଗୃହିତ ହେଉଥିବା କଂଚାମାଳ ଅତି ନିମ୍ନ ମାନର ହେଉଥିବା ବେଳେ ଗୋରୁ ପାଇଁ ଯାହା କ୍ଷତିକାରକ ତାହା ସେଥିରେ ମିଶ୍ରଣ ହେଉଛି । ଦୁଧିଆଲୀ ଗାଈ ଅଧିକ ଖୀର ଦେବାକୁ କହି ଗୋ ପାଳକଙ୍କୁ ପ୍ରଲୋଭିତ କରି ସମ୍ପୃକ୍ତ ଦୋକାନୀ ଏହି ଭେଜାଲ ଗୋ ଖାଦ୍ୟ ବିକ୍ରୀ କରି ଚାଳିଛନ୍ତି । ଗ୍ରାମାଞ୍ଚଳର ଚାଷୀଙ୍କ ଅଭିଯୋଗ ଅନୁସାରେ ଏହି ଅପମିଶ୍ରିତ ଗୋ ଖାଦ୍ୟ ଖାଇ ଗୋରୁ ମାନେ ଅଚିହ୍ନା ପେଟ ରୋଗର ଶୀକାର ହେଉଛନ୍ତି । ଅନ୍ୟ ପକ୍ଷରେ ଗାଈର ଦୁଗ୍ଧ ଉପôାଦନ କ୍ଷମତା ମଧ୍ୟ ହ୍ରାସ ପାଉଥିବା ଅଭିଯୋଗ ହୋଇଛି । ସହରରେ ଭେଜାଲ ଗୋ ଖାଦ୍ୟ ବିକ୍ରୀ ହେଉଥିବା ନେଇ ଜନୈକ ପୂର୍ବତନ  ପ୍ରାଣୀ ଚିକିସôକକଂ ମତାମତ ନିଆଯାଇଥିଲା । ସେ ନିଜ ନାମ ଗୋପନ ରଖିବା ସର୍ତରେ କହିଲେ ଯେ ସହରରେ ଏହା ନୁଆ ନୁହେଁ, କିନ୍ତୁ ଧିରେ ଧିରେ ଅପମିଶ୍ରଣର ମାତ୍ରା ବଢ଼ିବାରେ ଲାଗିଛି । ବିଶେଷ କରି ଜଣେ ୨ ଜଣ ଅଣ-ଓଡ଼ିଆ ବ୍ୟବସାୟୀ (ଧର୍ମ ଭୀରୁ) ଏହି ର୍ୟାକେଟ ପ୍ରଚ୍ଚଦ ପଟରେ ରହିଥିବା କହିଥିଲେ । ଆଳୁ ଖୋଲୁ ଖୋଲୁ ମହାଭାରତ ଭଳି ଯେଉଁ ଠାରେ ଏହି ଅପମିଶ୍ରଣର ଅଭିଯୋଗ ହେଉଛି ସେହି ନିକଟରେ କିଛି ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା । କିଛି ବ୍ୟକ୍ତି ନିଜର ପରିଚୟ ଗୋପନ ରଖି ସେହି ଛୋଟ ଉଦ୍ୟୋଗରେ ବହୁ ଭେଜାଲ କାରବାର ହେଉଥିବା ନେଇ ସୂଚନା ଦେଇଥିଲେ ।  ଏପରିକି ହଲଦୀରେ ଟଙ୍କିକିଆ ଚାଉଲ ଓ ଖୁଦ ଅପମିଶ୍ରଣ ହେଉଥିବା ବେଳେ କରତଗୁଣ୍ଡ ମଧ୍ୟ ମିଶ୍ରଣ କରୁଛନ୍ତି । ଏପରିକି ବ୍ରାଣ୍ଡେଡ଼ କମ୍ପାନୀ ଲଗୋ ଦେଇ   ହଲଦୀ ପ୍ୟାକେଟ  ଜିଲା ବାହାରକୁ ପଠାଉଥିବା ଏହି ନକଲି ଯୁବ ବ୍ୟବସାୟୀ ଜଣକ ବେଶ ଧୁରନ୍ଧର  । ବିଗତ ଦିନରେ ନକଲି ସିମେଂଟ ବିକ୍ରୀ କରିଥିବା ଏହି ଯୁବ ବ୍ୟବସାୟୀଙ୍କୁ ଏବେ ମହଙ୍ଗା ପଡ଼ିଛି । ନିମ୍ନ ମାନର ସିମେଂଟ ଯୋଗୁଁ ସେମାନଙ୍କ ଘର କାନ୍ଥ, ଛାତ ଭୁଷୁଡ଼ି ପଡ଼ୁଥିବାରୁ ସେମାନେ କ୍ଷତିପୂରଣ ଦାବୀ କରିବା ଆରମ୍ଭ କରିଦେଇଛନ୍ତି । ବିନା ବିଲ ଓ ରସିଦରେ ସେ ସିମେଂଟ ବିକ୍ରୀ କରିଥିବାରୁ ଏବେ ହରଡ଼ ଘଣାରେ ପଡ଼ିଛନ୍ତି । ସହରର ଟିକ୍ରାପଡ଼ା ଅଂଚଳର ଜଣେ ବ୍ୟକ୍ତି ସମ୍ପୃକ୍ତ ଦୋକାନୀ ଠାରୁ ନିମ୍ନ ମାନର ସିମେଂଟ କିଣି ଠକରେ ପଡ଼ିଥିବାରୁ  ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ଆବଶ୍ୟକ ପଡ଼ିଲେ ସେ ଖାଉଟି ଅଦାଲତର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି । କିଛି ବର୍ଷ ପୂର୍ବେ ଗୋଟି ୪୦୭ ବୋଝେଇ ବିପିଏଲ ଚାଉଲକୁ ବିକ୍ରୀ କରୁଥିବା ବେଳେ ସହରର ଦୈନିକ ବଜାର ଅଂଚଳରେ ଧରାପଡ଼ି ଯାଇଥିଲେ । ଏହି ସମୟରେ ସମ୍ପୃକ୍ତ ଯୁବ ବ୍ୟବସାୟୀ ଚାଉଲ ବୋଝେଇ ଟ୍ରକ  ଛାଡ଼ି ଫେରାର ମାରି ଗିରଫ ହେବା ଆଗରୁ ବର୍ତିଯାଇଥିଲେ । ଏହି ବ୍ୟବସାୟୀ ଜଣକ ନିଜ ନାମରେ ସହରର କିଛି ଲୁକକାୟୀତ ସ୍ଥାନରେ ନିଜର ଦୋକାନ ଓ ଗୋଦାମ ଖୋଲିଛନ୍ତି । ସହରର ଏବିଏସଏସ ରୋଡ଼ରେ ଜଣକୁ ଧମକ ଦେଇ ଜବରଦସ୍ତ ଗୋଟିଏ ଷ୍କଲ କୁ ମାଡ଼ି ବସିଛନ୍ତି । ଯୁବ ବ୍ୟବସାୟୀ ଜଣକ ନିଜ ସମ୍ପ୍ରଦାୟ (ଅଣ ଓଡ଼ିଆଙ୍କୁ) ବ୍ୟବସାୟୀଙ୍କୁ ଭୟଭୀତ କରିବା ଓ ସେମାନଙ୍କ ଠାରୁ ବଟି ଆଦାୟ କରିବାରେ ବେଶ ସିଦ୍ଧହସ୍ତ  । ଏଭଳି ଚୋରା ଓ ଖଳ ବେପାରୀଙ୍କୁ ଆଇନର ପରିଧି ଭିତରକୁ ଟଣାଯାଉ ବୋଲି ଖୋଦ କିଛି ଅଣ ଓଡ଼ିଆ ଯୁବ ବ୍ୟବସାୟୀ ଦାବୀ କରୁଥିବା ବେଳେ ଏଭଳି କିଛି ନ୍ୟସ୍ତସ୍ୱାର୍ଥ ବେପାରୀଙ୍କ ଯୋଗୁଁ ନିଜ ସମ୍ପ୍ରଦାୟ ବଦନାମ ହେଉଛି ବୋଲି କ୍ଷୋଭ ପ୍ରକାଶ କରୁଛନ୍ତି ।  

0
0
0
s2sdefault